ଭଦ୍ରକ: ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଅଜଣା ଯୁବତୀ । ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି । ତେବେ ଯୁବତୀଙ୍କ ପରିଚୟ ମିଳି ପାରିନାହିଁ ।
ସୂଚନା ଅନୁସାରେ ଭଦ୍ରକ ସହର ଉପକଣ୍ଠରେ ଥିବା ବାଇପାସ ନିକଟ ରାଜଘାଟ ବ୍ରିଜରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଦୁଇ ବ୍ରିଜ ମଝିରେ ପଡ଼ିଯାଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ । ସ୍ଥାନୀୟ ଲୋକେ ନଦୀ ପଠାରୁ ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ତେବେ ଏପର୍ଯ୍ୟନ୍ତ ଚେତା ନଫେରିବାରୁ ତାଙ୍କର ପରିଚୟ ମିଳି ପାରିନାହିଁ ।
ଇଟିଭି ଭାରତ, ଭଦ୍ରକ