ETV Bharat / city

ଅଧା ରହିଗଲା ଜଗା ଦର୍ଶନ: ପଶ୍ଚିମବଙ୍ଗରୁ ପୁରୀ ଯିବାବାଟରେ ଦୁର୍ଘଟଣା, ଚାଲିଗଲା ୨ ଜୀବନ

author img

By

Published : Jul 24, 2022, 6:06 PM IST

ଜଗା ଦର୍ଶନ ପାଇଁ ପୁରୀ ଯାଉଥିବା ବେଳେ ଘଟିଲା ସଡ଼କ ଦୁର୍ଘଟଣା । ଚାଲିଗଲା ଦୁଇ ଜଣ ଜୀବନ । ଅଧିକ ପଢନ୍ତୁ

ଅଧୁରା ରହିଗଲା ଜଗା ଦର୍ଶନ: ପୁରୀ ଯିବା ବେଳେ ଦୁର୍ଘଟଣା,ଚାଲିଗଲା ୨ ଜୀବନ

ଭଦ୍ରକ: ଅଧାରେ ରହିଗଲା ଜଗା ଦର୍ଶନ । ବାଟରେ ଜଗିଥିଲା ଯମ । ଚାହୁଁ ଚାହୁଁ ଲିଭିଗଲା ୨ ଜୀବନ ଦୀପ । ଡମ୍ପର ସହ କାର୍‌ ମୁହାଁମୁହିଁ ଧକ୍କା ହେବାପରେ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ । ଭଦ୍ରକ ବିଷ୍ଣୁପୁର ଛକ ନିକଟରେ ଘଟିଛି ଏପରି ଛାତିଥରା ଦୁର୍ଘଟଣା । ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗରୁ 4 ଜଣ ସଦସ୍ୟ ଏକ କାର ଯୋଗେ ପୁରୀ ଅଭିମୁଖେ ବାହାରିଥିଲେ ।

ଭଦ୍ରକ ଜିଲ୍ଲା ଦେଇ ଯାଇଥିବା 16 ନମ୍ବର ଜାତୀୟ ରାଜପଥର ବିଷ୍ଣୁପୁର ଛକ ନିକଟରେ ଏକ ଡମ୍ଫର ସହ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । ପରେ ୪ଜଣ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକ ସେମାନଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ କିନ୍ତୁ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଜାରି ରହିଛି ।

ଏମାନେ ପଶ୍ଚିମବଙ୍ଗରୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡିଛି । କେଉଁ କାରଣରୁ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଲା ସେ ନେଇ ଧାମନଗର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.