ଭଦ୍ରକ: ଦେଶସାରା ଏବେ ନାଗରିକତା ସଂଶୋଧନ ବିଧେୟକ(ସିଏବି) ଉପରେ ଚର୍ଚ୍ଚା । କିଛି ସ୍ଥାନରେ ଏହାକୁ ବିରୋଧ କରୁଥିବାବେଳେ କିଛି ସ୍ଥାନରେ ଏହାକୁ ସମର୍ଥନ କରାଯାଉଥିବା ଦେଖିବାକୁ ମିଳୁଛି । ତେବେ ଏହି ବିଧେୟକ ସଂସଦର ଉଭୟ ସଦନରେ ପାରିତ ହୋଇ ରାଷ୍ଟ୍ରପତିଙ୍କ ମୋହର ଲାଗି ଅପେକ୍ଷା କରିଥିବାବେଳେ ଏହାକୁ ଭଦ୍ରକର କିଛି ସ୍ଥାନରେ ବିରୋଧ କରାଯାଉଥିବା ଦେଖାଯାଇଛି ।
ଭଦ୍ରକ 14 ମହଲା ମୁସଲିମ ଜମାତ ପକ୍ଷରୁ ମଲ୍ଲିକ ମଇଦାନ ଠାରେ ଏହା ବିରୋଧରେ ଏକ ପ୍ରତିବାଦ ସଭା କରାଯାଇଛି । ଏଥିରେ ବିଭିନ୍ନ ସଂଗଠନର କର୍ମକର୍ତ୍ତା ମାନେ ମଧ୍ୟ ସାମିଲ ହୋଇ ହାତରେ କଳା ବ୍ୟାଚ ପିନ୍ଧି ଏହି ସଂଶୋଧନ ବିଧେୟକକୁ ବିରୋଧ କରିଥିବା ଦେଖିବାକୁ ମିଳିଛି । ତେବେ ସେମାନଙ୍କର ଦାବି କଣ । କଣ ପାଇଁ ସେମାନେ ଏହି ବିଧେୟକକୁ ବିରୋଧ କରୁଛନ୍ତି ସେନେଇ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ କିଛି ବୃଦ୍ଧିଜୀବୀ ଲୋକଙ୍କ ସହ ଆଲୋଚନା କରିଛନ୍ତି ଇଟିଭି ଭାରତ ସମ୍ବାଦଦାତା ଦେବାଶିଷ ମହାପାତ୍ର ।