ETV Bharat / city

ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! କାର୍ଯ୍ୟାନୁଷ୍ଠାନ ଦାବି - bhadrak medical store news

ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! ଅଧିକ ଦାମରେ ଔଷଧ ବିକ୍ରି! ଥାନାରେ ଦିଆଗଲା ଏତଲା। ଲାଇସେନ୍ସ ଅବଧି ଶେଷ ହେବା ପରେ ବି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଔଷଧ ଦୋକାନ ଚାଲିଥିବା ଅଭିଯୋଗ ହୋଇଛି।

bhadrak medical store
ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର ! କାର୍ଯ୍ୟାନୁଷ୍ଠାନ ଦାବି
author img

By

Published : Dec 9, 2019, 10:30 PM IST

Updated : Dec 10, 2019, 1:29 AM IST

ଭଦ୍ରକ: ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର ! ଅଧିକ ଦାମରେ ଔଷଧ ବିକ୍ରି ! ଥାନାରେ ଦିଆଗଲା ଏତଲା। କାର୍ଯ୍ୟାନୁଷ୍ଠାନ ଶୂନ। ଲାଇସେନ୍ସ ଅବଧି ଶେଷ ହେବା ପରେ ବି ତିହିଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ଔଷଧ ଦୋକାନ ଚାଲିଥିବା ଅଭିଯୋଗ ହୋଇଛି। ସେଥିରେ ପୁଣି ରୋଗୀଙ୍କୁ ଅଧିକ ଦାମରେ ଔଷଧ ବିକୁଥିବାର ଅଭିଯୋଗ ହେଉଛି । ଯାହାକୁ ନେଇ ଥାନାରେ ଏତଲା ମଧ୍ୟ ଦିଆଯାଇଛି। ହେଲେ କାର୍ଯ୍ୟାନୁଷ୍ଠାନ ଶୂନ।

ବିନା ଲାଇସେନ୍ସରେ ମେଡିକାଲ ଷ୍ଟୋର! କାର୍ଯ୍ୟାନୁଷ୍ଠାନ ଦାବି

ସେପଟେ ଏପରି ଅଭିଯୋଗ ଉପରେ ଔଷଧ ଦୋକାନୀ କିଛି କହିବାକୁ ମନା କରିଥିବାବେଳେ ବିଭାଗୀୟ ଅଧିକାରୀ ବି ବିଭିନ୍ନ ଆଳ ଦେଖାଇ କିଛି କହିନାହାଁନ୍ତି। ସେପଟେ ଏହି ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ‘5ଟି’ ଯୋଜନା ପଦାରେ ପଡିଥିବା କହିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ସରକାର ନିରାମୟ ଯୋଜନା କରିବା ପରେ ମେଡିକାଲ ପରିସରରେ ଥିବା ଔଷଧ ଦୋକାନକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବାକୁ 2015 ମସିହାରେ ନିଷ୍ପତ୍ତି ନେଇଥିବା ବେଳେ ଏ ଦୋକାନ କେବେ ବନ୍ଦ ହେବ ତାକୁ ନେଇ ପ୍ରଶ୍ନ ଉଠିଛି।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : ILLEGAL MEDICINE STORE
FORMAT : EXCLUSIVE
REPORT : DEBASIS MOHAPATRA / BHADRAK
DATE : 09.12.2019

ANCHOR : ରାଜ୍ଯ ସରକାର ପ୍ରଣୟନ କରିଛନ୍ତି ମୋ ସରକାର ଯୋଜନା। ଏଥିରେ ସ୍ୱାସ୍ଥ୍ୟ ସେବାକୁ ବେଶ ଗୁରୁତ୍ୱ ଦିଆଯାଉଛି। ହେଲେ ମେଡିକାଲ ପରିସରରେ ଏହାର ଖୁଲମଖୁଲା ଉଲଂଘନ ହେଉଥିବା ଅଭିଯୋଗ ହୋଇଛି। ଜାହାର ନଜିର ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ। ନାମକୁ ମାତ୍ର ଏଠାରେ ନିରାମୟ ଓୌଷଧ ମିଳୁଥିବା ବେଳେ, ମେଡିକାଲ ପରିସରରେ ଥିବା ଏକ ଓୌଷଧ ଦୋକାନରେ ଦିନରାତି ଚଢା ଦରରେ ଓୌଷଧ ବିକ୍ରୀ ହେଉଥିବା ଜଣାପଡ଼ିଛି। ତାହା ପୁଣି ଖୁଲମଖୁଲା।
ଇଟିଭି ଭାରତ ଏକ୍ସକ୍ଲୁସିଭ। Body:VO_1 : ସମସ୍ତଙ୍କୁ ମାଗଣା ସ୍ବାସ୍ଥ୍ୟ ସେବା ସହିତ ମାଗଣା ଔଷଧ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପ୍ରଣୟନ କରିଛନ୍ତି ନିରାମୟ ଯୋଜନା। ଏନେଇ ରାଜ୍ୟ ସରକାରଙ୍କ ଦ୍ଵାରା କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପରେ, ସରକାର ମେଡିକାଲ ପରିସରରେ ଥିବା ସମସ୍ତ ଓୌଷଧ ଦୋକାନକୁ ପର୍ଯ୍ୟାୟ କ୍ରମେ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଲେ। ଏନେଇ 27/02/2015 ମସିହାରେ ମଧ୍ୟ ନିର୍ଦ୍ଦେଶ ନାମା ପ୍ରକାଶ ପାଇଛି। ହେଲେ ତାହା ଏକପ୍ରକାର କାଗଜ କଲମରେ ସୀମିତ ରହିଯାଇଛି ବୋଲି ଅଭିଯୋଗ ହେଉଛି। ଅନ୍ୟପକ୍ଷରେ ମେଡିକାଲ ପରିସରରେ ଥିବା ଓୌଷଧ ଦୋକାନରେ ଦିନରାତି ଚଢା ଦରରେ ଓୌଷଧ ବିକ୍ରୀ ହେଉଥିବା ଅଭିଯୋଗ କରିଛନ୍ତି ରୋଗୀଙ୍କ ସମ୍ପର୍କୀୟ। ପ୍ରତିବାଦ କଲେ ସେମାନଙ୍କୁ ଧମକ ଦିଆଯାଉଛି। ଏନେଇ ପୋଲିସ କି ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି କିଛି ଶୁଣୁନାହାନ୍ତି ବୋଲି କହି ଅସହାୟତା ପ୍ରକାଶ କରୁଛନ୍ତି ରୋଗୀ ଏବଂ ତାଙ୍କର ସମ୍ପର୍କୀୟ। ତେଣୁ ତୁରନ୍ତ ଏନେଇ ବିହୀତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଛି।
Bite_1 : ସୀତାରାମ ଓମକାରନାଥ ମିଶ୍ର_ରୋଗୀଙ୍କ ସମ୍ପର୍କୀୟ
Bite_2 : ଅଭିମନ୍ୟୁ ବହଳି_ସ୍ଥାନୀୟ ବାସିନ୍ଦା

VO_2 : ଏହିପରି ଅଭିଯୋଗର ରିୟାଲିଟି ଚେକ କରିବା ପାଇଁ ଆମେ ମେଡିକାଲ ପରିସରରେ ଥିବା ଓୌଷଧ ଦୋକାନୀଙ୍କ ପ୍ରତିକ୍ରିୟା ନେବାକୁ ଯାଇଥିଲୁ। ହେଲେ ସେ କ୍ୟାମେରା ଆଗରେ କିଛି କହିବା ପାଇଁ ସ୍ପଷ୍ଟ ମନା କରି ଦେଇଥିଲେ। ପରେ ଏନେଇ ଆମେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ପାଖକୁ ଯାଇଥିଲୁ। ହେଲେ ସେ ମଧ୍ଯ ବିଭିନ୍ନ ଆଳ ଦେଖାଇ କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିଲେ। ଅନ୍ୟପକ୍ଷରେ 5T ର ନାରା ଦେଉଥିବା ରାଜ୍ୟ ସରକାର ଏନେଇ କାହିଁକି ବେପରୱା ? ବୋଲି ବୁଦ୍ଧିଜୀବି ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ଏହିପରି ଅବ୍ଯବସ୍ଥାକୁ ତୁରନ୍ତ ବ୍ୟବସ୍ଥିତ କରିବା ପାଇଁ ସାଧାରଣରେ ଦାବି ହେଉଛି।
Bite_3 : ଗଦାଧର ବଳ_ବୁଦ୍ଧିଜୀବୀ Conclusion:FVO : ସ୍ୱାସ୍ଥ୍ୟ ସେବା ପରି ଏକ ମୌଳିକ ଅଧିକାର ପ୍ରଦାନ କ୍ଷେତ୍ରରେ କେବେ ସୁଧାର ହେବ ? ତାହା ସମୟ କହିବ।
Last Updated : Dec 10, 2019, 1:29 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.