ଭଦ୍ରକ: ଭଦ୍ରକ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଜାଲ୍ ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଆଡମିଶନ ଘଟଣା ସାରା ରାଜ୍ୟରେ ତୁମ୍ବିତୋଫାନ ଠିଆ କରିଥିଲା । ଏନେଇ ଗତକାଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆରଟିଆଇ ଆବେଦନ କରିବା ପରେ ଏହି କେଳେଙ୍କାରୀ ପଦାରେ ପଡ଼ିଥିଲା । ପରେ ଏହାକୁ ଗୁରୁତ୍ୱର ସହ ନେଇଛି ଉଚ୍ଚ ଶିକ୍ଷା ବିଭାଗ ।
ଜାଲ୍ ଦିଵ୍ୟାଙ୍ଗ ପ୍ରମାଣପତ୍ରର ଯାଞ୍ଚ ନେଇ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଛି । ଏହି କ୍ରମରେ ଭଦ୍ରକ ସ୍ଵୟଂଶାସିତ ମହାଵିଦ୍ୟାଳୟର ବର୍ଷ ୨୦୧୯-୨୦, ୨୦୨୦-୨୧ ଓ ୨୦୨୧-୨୨ର ସମସ୍ତ ଵିଭାଗର କଳା, ବିଜ୍ଞାନ ଓ ବାଣିଜ୍ୟ ଵିଭାଗର ୯୪୪ ଜଣ ଛାତ୍ରଛାତ୍ରୀଙ୍କର ପ୍ରମାଣପତ୍ର ଯାଞ୍ଚ ହେବ । ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏହିସବୁ ପ୍ରମାଣ ପତ୍ର ଯାଞ୍ଚ କରିବାକୁ ଦେଇଛନ୍ତି । ଯାଞ୍ଚ ପରେ ରାଜ୍ୟ ସରକାରଙ୍କ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କଲେଜର ଅଧ୍ୟକ୍ଷ କହିଛନ୍ତି ।
ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ