ETV Bharat / city

ସରକାର ଚାଳକ ମହାସଙ୍ଘ ଆଲୋଚନା: ଚୂଡାନ୍ତ ନିଷ୍କର୍ଷକୁ ଭଣ୍ଡୁର କରାଯିବା ନେଇ ଅଭିଯୋଗ

author img

By

Published : Nov 13, 2021, 4:51 PM IST

କୋଭିଡ ମହାମାରୀ ଯୋଗୁଁ ରାଜ୍ୟ ସରକାର ଡ୍ରାଇଭରଙ୍କୁ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ କରୁଥିବା ଅଭିଯୋଗରେ ଡ଼୍ରାଇଭର ମହାସଙ୍ଘ ସହ ସରକାରଙ୍କର ଆଲୋଚନା ହୋଇଛି । ତେବେ ଏହି ଘଟଣାରେ ସରକାରଙ୍କ ଚୂଡାନ୍ତ ନିଷ୍କର୍ଷକୁ ଭଣ୍ଡୁର କରାଯିବା ନେଇ ଅଭିଯୋଗ କରିଛି ସଙ୍ଘ । ଅଧିକ ପଢନ୍ତୁ...

ସରକାର ଚାଳକ ମହାସଙ୍ଘ ଆଲୋଚନା: ଚୁଡାନ୍ତ ନିଷ୍କର୍ଷକୁ ଭଣ୍ଡୁର କରାଯିବା ନେଇ ଅଭିଯୋଗ ଆଣିଲା ସଙ୍ଘ

ଭଦ୍ରକ: ରାଜ୍ୟ ଡ୍ରାଇଭର ମହାସଙ୍ଘ ପକ୍ଷରୁ ବିଭିନ୍ନ ସମସ୍ୟାକୁ ନେଇ ସରକାରଙ୍କ ସହ ହୋଇଥିବା ଚୂଡାନ୍ତ ନିଷ୍କର୍ଷକୁ ଭଣ୍ଡୁର କରିବାକୁ ଚକ୍ରାନ୍ତ କରାଯାଉଥିବା ନେଇ ହୋଇଛି ଅଭିଯୋଗ । ଏନେଇ ଓଡ଼ିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସୂଚନା ଦିଆଯାଇଛି । ସୂଚନାନୁସାରେ ଓଡ଼ିଶା ଡ୍ରାଇଭର ମହାସଙ୍ଘ ତରଫରୁ ଚାଳକମାନେ ସାଧାରଣତଃ ସମାଜର ବିଭିନ୍ନ ସମସ୍ୟା, ଦାବି ଓ ତାହାର ସମାଧାନ ନେଇ 2021 ଅକ୍ଟୋବର 21 ତାରିଖ ଦିନ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପଦଯାତ୍ରାରେ ବାହାରି ଅକ୍ଟୋବର 29ରେ ନବୀନ ନିବାସରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବା ସହ 10 ଦଫା ନେଇ ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡିଛି ।

ସେପଟେ ସରକାରଙ୍କ ପକ୍ଷରୁ 10 ଗୋଟି ଦାବି ମଧ୍ୟରୁ 5 ଦଫା ଦାବି ପୂରଣ ପାଇଁ 2021 ନଭେମ୍ବର 16 ତାରିଖରେ ବିଧିବଦ୍ଧ ଭାବେ ଘୋଷଣା କରିବା ପାଇଁ ପ୍ରତିଶ୍ରୁତି ଦିଆଯିବା ସହ ଚାଳକଙ୍କ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ତେବେ କିଛି କୁଚକ୍ରୀ ଗୋଷ୍ଠୀ ପକ୍ଷରୁ ଚଳିତ ନଭେମ୍ବର ମାସ 15 ତାରିଖରେ ରାଜ୍ୟବ୍ୟାପୀ ଧର୍ମଘଟ ଡାକରା ଯାଇଥିବା ନେଇ ସୂଚନା ପାଇବା ପରେ, ଏହାକୁ ଡ୍ରାଇଭରଙ୍କର ସ୍ବାର୍ଥ ବିରୋଧୀ ଷଡଯନ୍ତ୍ର ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଆନ୍ଦୋଳନ ଡାକରା ଦେଇଥିବା ବ୍ୟକ୍ତି ବିଶେଷମାନେ କୌଣସି ଡ୍ରାଇଭର ସଙ୍ଘର ନୁହଁନ୍ତି ବୋଲି ସଙ୍ଘ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଆଉ ଏଥିସହ ସେମାନେ କୌଣସି ରାଜନୈତିକ ଚାପରେ କିମ୍ବା ଡ୍ରାଇଭର ସମାଜର ହିତ ଚାହୁଁ ନଥିବାରୁ ଏଭଳି ଆନ୍ଦୋଳନ ଡାକରା ଦେଇଥିବା ଅଭିଯୋଗ କରିଛନ୍ତି କର୍ମକର୍ତ୍ତାମାନେ । ତେବେ ସରକାରଙ୍କ ସହ ଆଲୋଚନା କରିଥିବା ଓଡ଼ିଶା ଡ୍ରାଇଭର ମହାସଙ୍ଘ ନଭେମ୍ବର 15ରେ ହେବାକୁ ଥିବା ଧର୍ମଘଟକୁ ଘୋର ନିନ୍ଦା କରିବା ସହ ଏହି ଧର୍ମଘଟକୁ ଆମେ ସମର୍ଥନ କରିବୁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ତେବେ ଏନେଇ ନଭେମ୍ବର 16ରେ 5 ଦଫା ଦାବି ପୂରଣ ନେଇ ସରକାରଙ୍କ ବିଧିବଦ୍ଧ ଘୋଷଣାକୁ ସ୍ବାଗତ କରିବା ନେଇ ଆଜି(ଶନିବାର) ସଙ୍ଘର ଜିଲ୍ଲା ସଭାପତି ସୂଚନା ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.