ETV Bharat / city

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ପୌରପାଳିକା ବୈଠକରେ ବିଧାୟକଙ୍କ ପ୍ରତିନିଧିଙ୍କୁ ବିରୋଧ

author img

By

Published : Apr 30, 2022, 11:36 AM IST

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ପ୍ରସଙ୍ଗ । ଭଦ୍ରକ ପୌରପାଳିକାର ପ୍ରଥମ ବୈଠକରେ ବିଧାୟକଙ୍କ ପ୍ରତିନିଧିଙ୍କୁ ତୀବ୍ର ବିରୋଧ କଲେ କାଉନସିଲର । ଅଧିକ ପଢନ୍ତୁ

ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ପୌରପାଳିକା ବୈଠକରେ ବିଧାୟକଙ୍କ ପ୍ରତିନିଧିଙ୍କୁ ବିରୋଧ
ଭିନ୍ନକ୍ଷମ ଜାଲ ସାର୍ଟିଫିକେଟ ମାମଲା, ପୌରପାଳିକା ବୈଠକରେ ବିଧାୟକଙ୍କ ପ୍ରତିନିଧିଙ୍କୁ ବିରୋଧ

ଭଦ୍ରକ: ରାଜ୍ୟରେ ଜାଲ ଭିନ୍ନକ୍ଷମ ସାର୍ଟିଫିକେଟ ମାଧ୍ୟମରେ ବିଭିନ୍ନ କଲେଜରେ କିଛି ଛାତ୍ରଛାତ୍ରୀ ଆଡମିଶନ ହୋଇଥିବା ନେଇ ଚର୍ଚ୍ଚା ଜାରି ରହିଛି। ଯାହାକି ଏହି ଘଟଣା ସର୍ବ ପ୍ରଥମେ ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରୁ ପ୍ରଘଟ ହୋଇଥିଲା । ପରେ ଏନେଇ ରାଜ୍ୟର ସମସ୍ତ କଲେଜରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବ୍ୟକ୍ତିଙ୍କୁ ଭଦ୍ରକ ପୌରପାଳିକାରେ ଭଦ୍ରକ ବିଧାୟକଙ୍କ ପ୍ରତିନିଧି କରାଯାଇଥିବାରୁ, ଆଜି ପ୍ରଥମ ପାରିଷଦ ବୈଠକରେ ବିଧାୟକଙ୍କ ପ୍ରତିନିଧିଙ୍କୁ ତୀବ୍ର ବିରୋଧ କରିବା ଘଟଣା ସାମ୍ନାକୁ ଆସିଛି ।

ସୂଚନା ଅନୁଯାୟୀ, ଭଦ୍ରକ ପୌରପାଳିକାରେ ବିଜୟୀ ହୋଇଥବା 29 ଜଣ ପରିଷଦଙ୍କୁ ନେଇ ଶୁକ୍ରବାର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ଭଦ୍ରକ ବିଧାୟକଙ୍କ ପ୍ରତିନିଧିଙ୍କ ଉପସ୍ଥିତି ଦେଖି କିଛି କାଉନସିଲରମାନେ ହଠାତ ବିଧାୟକଙ୍କ ପ୍ରତିନିଧିଙ୍କୁ ବିରୋଧ କରିବା ସହିତ ବୈଠକରୁ ଉଠି ବାହାରକୁ ବାହାରି ଆସିଥିଲେ ।

ଭଦ୍ରକ ସ୍ଵୟଂ ଶାସିତ ମହାବିଦ୍ୟାଳୟରେ ହୋଇଥିବା ଜାଲ ଭିନ୍ନକ୍ଷମ ସାର୍ଟିଫିକେଟର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସମ୍ପୃକ୍ତ ବ୍ୟକ୍ତିଙ୍କୁ ପ୍ରତିନିଧି କରାଯାଇଥିବାରୁ ଏହାକୁ ସହଜରେ ଗ୍ରହଣ କରି ପାରି ନାହାନ୍ତି ପାରିଷଦ ମାନେ ବୋଲି ଜଣାପଡିଛି । ତେବେ ଏନେଇ ବିଧାୟକଙ୍କ ପକ୍ଷରୁ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମାହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.