ETV Bharat / city

Eid-Ul-Fitr 2022: ଭାଇଚାରାର ପର୍ବ ପାଳୁଛି ଭଦ୍ରକ, ସାମୂହିକ ନମାଜ ପାଠ ସାଙ୍ଗକୁ ସୁସ୍ବାଦୁ ବ୍ୟଞ୍ଜନ

author img

By

Published : May 3, 2022, 3:54 PM IST

ଆଜି ଭାଇଚାରାର ପର୍ବ ଇଦ । ଦୀର୍ଘ ଏକମାସ ଉପବାସ ରଖିବା ପରେ ରମଜାନ ମାସକୁ ବିଦାୟ ଦେଇଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ । ଏହି ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଭଦ୍ରକ ସହର। ଅଧିକ ପଢ଼ନ୍ତୁ

eid celebrating in bhadrak
Eid-Ul-Fitr 2022: ଭାଇଚାରାର ପର୍ବ ପାଳୁଛି ଭଦ୍ରକ

ଭଦ୍ରକ: ଆଜି ଭାଇଚାରାର ପର୍ବ ଇଦ । ଦୀର୍ଘ ଏକମାସ ଉପବାସ ରଖିବା ପରେ ରମଜାନ ମାସକୁ ବିଦାୟ ଦେଇଛନ୍ତି ମୁସଲମାନ ସମ୍ପ୍ରଦାୟର ଲୋକେ। ଦୁଇବର୍ଷ ପରେ ଇଦରେ ଏକାଠି ହେବାକୁ ସୁଯୋଗ ପାଇଛନ୍ତି ସଭିଏଁ । ମସଜିଦ ଯାଇ ନମାଜ ପାଠ କରିବା ସହିତ ଘରେ ଘରେ ପ୍ରସ୍ତୁତ କରୁଛନ୍ତି ସୁସ୍ବାଦୁ ବ୍ୟଞ୍ଜନ । ଚାରିଆଡେ ଏକ ବାତାବରଣ ସୃଷ୍ଟି ହେଉଛି। ଏହି ଅବସରରେ ଚମକି ଉଠିଛି ଭଦ୍ରକ ସହର। ସୁନ୍ଦର ଆଲୋକ ମାଳାରେ ଝଲସି ଉଠୁଛି ସହରର ସବୁ ମସଜିଦ ।

ଇସଲାମ ଧର୍ମର ବଡ଼ ପର୍ବ ପବିତ୍ର ଇଦ ପାଇଁ ଦୋକାନରେ ଅନେକ ଭିଡ଼ ପରିଲକ୍ଷିତ ହୋଇଛି । ନୂଆ ପୋଷାକ, ଖାଦ୍ୟ ଦ୍ରବ୍ୟ ସାଙ୍ଗଙ୍କୁ ବଜାରରେ ନାନାଦି ଜିନିଷର ପସରା ମେଲିଛି । ରମଜାନ ମାସ ଶେଷ ହେବା ପରେ ପାଳିତ ହୁଏ ପବିତ୍ର ଇଦ ବା ଇଦଉଲ୍ ଫିତର। ଯାହାକୁ କି ବିଶ୍ବବ୍ୟାପୀ ମୁସଲମାନ ସଂପ୍ରଦାୟର ଲୋକେ ବେଶ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଇସଲାମିକ ଧର୍ମର ପବିତ୍ର ମାସ ରମଜାନ । ମାସ ସାରା ରଖି ଆସୁଥିବା ଉପବାସ ବା ରୋଜା ଇଦ ଦିନ ଶେଷ ହୋଇଥାଏ । କୁହାଯାଏ ମାସକ ପାଇଁ ରୋଜା ବା ଉପବାସ ରଖିଲେ ଶ୍ରଦ୍ଧାଳୁଙ୍କ ପାଇଁ ଏହା ରକ୍ଷା କବଚ ପାଲଟେ । ପ୍ରତିଦିନ ସୂର୍ଯ୍ୟୋଦୟରୁ ସୂର୍ଯ୍ୟାସ୍ତ ଯାଏଁ ନିର୍ଜଳ ଉପବାସ ରଖିବା ସହ 5 ଇନ୍ଦ୍ରିୟରେ ସଂଯମ ରଖି ରୋଜା ପାଳିଥାନ୍ତି ମୁସଲିମ ସମ୍ପ୍ରଦାୟ । ଶେଷ ରାତିରେ ଜହ୍ନ ଦେଖିବାପରେ ପରଦିନ ଧୁମଧାମରେ ଇଦ ପାଳନ କରନ୍ତି । ଆଉ ପରସ୍ପରକୁ ଜଣାନ୍ତି ଇଦ ମୁବାରକ ।

ସଭିଁଏ ନୂଆ ପୋଷାକ ପିନ୍ଧି ବେଶ ହସଖୁସିରେ ପର୍ବ ପାଳନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ବେଶ ଚଳଚଞ୍ଚଳ ହୋଇଉଠିଛି ଭାଇଚାରାର ସହର ଭଦ୍ରକ । ନମାଜ ଓ ତରାବି ପାଠରେ ସବୁଠି ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ସମସ୍ତ ଇସଲାମ ସମ୍ପ୍ରଦାୟର ଭାଇଭଉଣୀମାନେ ଏହି ମାସରେ 30 ଦିନ ରୋଜା ରଖି, 30 ପାରା କୋରାନ ପାଠ କରିବା ସହ ଦୈନିକ 5 ଥର ନମାଜ ପାଠ କରିଥାନ୍ତି । ମହମ୍ମଦଙ୍କ ନିର୍ଦ୍ଦେଶ ମୁତାବକ ରୋଜା ରଖି ପ୍ରତ୍ୟେକ ସକ୍ଷମ ବ୍ୟକ୍ତି ଫିତରା ଏବଂ ଜକାତ ଆକାରରେ ଦୁଇ ପ୍ରକାରର ଦାନ କରିଥାନ୍ତି । ବିଶ୍ବାସ ରହିଛି ବର୍ଷ ସାରା ଭଲ କାମ କଲେ ଯେତିକି ପୁଣ୍ୟ ମିଳେ ରମଜାନ ମାସରେ ତାହା କଲେ 27 ଗୁଣା ଅଧିକ ମିଳିଥାଏ । ତେଣୁ ଧାର୍ମିକ ଦୃଷ୍ଟିକୋଣରୁ ମୁସଲମାନଙ୍କ ପାଇଁ ଏହା ସବୁଠୁ ବଡ଼ ପର୍ବ ।

ଭାଇଚାରର ଏହି ପର୍ବରେ କେବଳ ଗୋଟିଏ ପ୍ରହର ଖାଇ ଶ୍ରଦ୍ଧାଳୁମାନେ ରୋଜା ଭାଙ୍ଗିଥାନ୍ତି। ମଧ୍ୟରାତ୍ରିର ସହେରୀରୁ ରୋଜା ଆରମ୍ଭ ହୋଇଥାଏ। ମହିଳାମାନେ ଘରେ ନମାଜ ପାଠ କରିବା ସହ କୋରାନ ପାଠ କରିଥାନ୍ତି । ରୋଜା ଭାଙ୍ଗିବା ପରେ ସନ୍ଧ୍ୟାରେ ଜମେ ଇଫତାର ପାର୍ଟିର ଆସର । ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଏକତ୍ରିତ ହୋଇ ସୁସ୍ବାଦୁ ଖାଦ୍ୟ ସହ ମାହୋଲକୁ ବେଶ ଉପଭୋଗ କରନ୍ତି ସଭିଏଁ । ରୋଜା ଖୋଲିବା ପରେ ଯେଉଁ ଭୋଜନ କରାଯାଏ, ତାହାକୁ ଇଫତାର କୁହାଯାଏ । ଭାଇଚାରାର ସହର କୁହାଯାଉଥିବା ଭଦ୍ରକରେ ଆୟୋଜିତ ହୋଇଯାଇଛି ଇଫତାର ପାର୍ଟି । ଏହି ଅବସରରେ ମୁଲ୍ଲାସାହି, ନଙ୍ଗାମହଲା, ଶଙ୍କରପୁର, ପୁରୁଣା ବଜାର, ଶେଖସାହି ତଥା ଅନ୍ୟାନ୍ୟ ମସଜିଦମାନଙ୍କରେ ନିଇତି ସନ୍ଧ୍ୟାରେ ଶ୍ରଦ୍ଧାଳୁଙ୍କ ବେଶ ଭିଡ଼ ଜମିଥାଏ । ଇଦର ଶୁଭ ଅବସରରେ ସଭିଁଙ୍କୁ ଆହ୍ବାନ ଦେଉଛି ଯେ, ପର ଆପଣାର, ଛୋଟବଡ଼ର ଭେଦଭାବକୁ ଭୁଲି ସ୍ନେହ, ପ୍ରେମ ଓ ଭାଇଚାରାର ଶାଶ୍ବତ ବନ୍ଧନରେ ସମସ୍ତେ ଆବଦ୍ଧ ହେବା ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.