ETV Bharat / city

ଶୁଭ ଦେଇଥିଲେ ବାପା, ଉଦଘାଟନ କରିବେ ପୁଅ: ଲୋକାର୍ପିତ ହେବ ଦେଓ ପ୍ରକଳ୍ପ

author img

By

Published : Aug 9, 2022, 10:33 PM IST

Updated : Aug 9, 2022, 10:51 PM IST

ଆସନ୍ତା 12ରେ ମୟୁରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ 2ଟି ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବେ ନବୀନ । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ବହୁ ପ୍ରତୀକ୍ଷାର ଅନ୍ତ ଘଟିବ । 30 ବର୍ଷ ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ଲୋକଙ୍କ ଆଶା ପୂରଣ ହେବାକୁ ଯାଉଛି । ଆସନ୍ତା 12 ତାରିଖରେ ଲୋକାର୍ପଣ ହେବ ଦେଓ ବହୁମୁଖୀ ଜଳସେଚନ ପ୍ରକଳ୍ପ । ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଆସନ୍ତା 12ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜର 2ଟି ବହୁ ପ୍ରତୀକ୍ଷିତ ଜଳସେଚନ ପ୍ରକଳ୍ପ ଉଦଘାଟନ ହେବ । ସୁବର୍ଣ୍ଣରେଖା ଜଳ ସେଚନ ପ୍ରକଳ୍ପ ଓ ଦେଓ ଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ବିଜୟାନନ୍ଦ(ବିଜୁ) ପଟ୍ଟନାୟକ 1992 ଜୁନ ମାସରେ ଦେଓ ପ୍ରକଳ୍ପର ଶୁଭ ଦେଇଥିଲେ । ଯାହାକୁ ନବୀନ ପଟ୍ଟନାୟକ ଆସନ୍ତା 12 ତାରିଖରେ ଉଦଘାଟନ କରିବେ । କରଞ୍ଜିଆରେ ନିର୍ମାଣ ହୋଇଥିବା ଏହି ପ୍ରକଳ୍ପ ଲାଗି 52 କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ତାହା ଏବେ ହଜାରେ କୋଟି ଟପିଯାଇଛି । ଜମି ଅଧିଗ୍ରହଣ ଓ ଅନ୍ୟାନ୍ୟ ସମସ୍ୟା ଯୋଗୁଁ ଏହି ପ୍ରକଳ୍ପ ଶେଷ ହେବାକୁ 30 ବର୍ଷ ଲାଗିଛି ।

ବିସ୍ଥାପନ ନୀତି 2006 ଅନୁସାରେ 9 ଟି ଗାଁର 984 ପରିବାର ବିସ୍ଥାପିତ ହୋଇ ଥଇଥାନ ହୋଇଛନ୍ତି । ଉଦଘାଟନ ହେବା ପରେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର 10 ହଜାର ହେକ୍ଟର ଚାଷ ଜମିକୁ ଜଳ ଯୋଗାଣ ହୋଇପାରିବ ।

ସେହିପରି ସୁବର୍ଣ୍ଣରେଖା ପ୍ରକଳ୍ପ ଦ୍ବାରା ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର ପ୍ରାୟ 7 ହଜାର ହେକ୍ଟର ଜମିକୁ ଜଳ ଯୋଗାଣ ସଫଳ ହେବ । କାର୍ଯ୍ୟକ୍ରମରେ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ, ଉଭୟ ଜିଲ୍ଲାର ବିଧାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଜଳସେଚନ ସଚିବ ଅନୁ ଗର୍ଗ, ସର୍ବୋଚ୍ଚ ଯନ୍ତ୍ରୀ, ଉଭୟ ଜିଲ୍ଲାପାଳ, ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଏହା ସହ ମୁଖ୍ୟମନ୍ତ୍ରୀ ଜିଲ୍ଲାର ଅନ୍ୟାନ୍ୟ ପ୍ରକଳ୍ପର ଶୁଭାରମ୍ଭ ଓ ଉଦଘାଟନ କରିବେ । ନୂଆ ପ୍ରକଳ୍ପ ଘୋଷଣା ମଧ୍ୟ କାର୍ଯ୍ୟକ୍ରମ ରହିଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଜିଲ୍ଲାରେ ବିଜେପି ସଶକ୍ତ ହେବାକୁ ଚେଷ୍ଟା କରୁଥିବାରୁ ଏହାକୁ ବ୍ରେକ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଗୁରୁତ୍ୱ ବହନ କରୁଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 9, 2022, 10:51 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.