ETV Bharat / city

ମହଙ୍ଗା ପଡିଲା କୋଭିଡ ନିୟମ ଭଙ୍ଗ: ଗିରଫ ହେଲେ 4, ତଣ୍ଡ ଗଣିବେ 30 ହଜାର - Obey Corona Guideline

କୋଭିଡ ନିୟମ ଭାଙ୍ଗି ବିବାହ ଭୋଜି କରିବା ମହଙ୍ଗା ସାବ୍ୟସ୍ତ ହୋଇଛି । 4 ଜଣଙ୍କୁ ଗିରଫ କରାଯିବା ସହ 30 ହଜାର ଟଙ୍କାର ତଣ୍ଡ ଦେବାକୁ ଟୁଇଟ୍ ଯୋଗେ ନିର୍ଦ୍ଦେଶ ଦେଲେ ତହସିଲଦାର । ଅଧିକ ପଢନ୍ତୁ...

ମହଙ୍ଗା ପଡିଲା କୋଭିଡ ନିୟମ ଭଙ୍ଗ: 4 ଗିରଫ ହେବା ସହ 30 ହଜାର ତଣ୍ଡ ଦେବାକୁ ନିର୍ଦ୍ଦେଶ

author img

By

Published : Jul 10, 2021, 7:49 AM IST

ଭଦ୍ରକ: ମହଙ୍ଗା ପଡ଼ିଲା କୋରୋନା କଟକଣା ଅବମାନନା । ଏକ ବିବାହ ଭୋଜି ପାଇଁ ଭଦ୍ରକ ଜିଲ୍ଲା ତିହିଡ଼ି ତହସିଲ ଅନ୍ତର୍ଗତ ଦୋଳସାହି ଗାଆଁରେ ନିରାଡମ୍ବର ଭାବେ ବ୍ୟବସ୍ଥା ହୋଇଥିଲା । ସେଠାରେ ଶହ ଶହ ଲୋକ ମାନଙ୍କ ପାଇଁ ଭୋଜି ମଧ୍ୟ ପ୍ରସ୍ତୁତ ହୋଇଥିଲା। ଏନେଇ ଖବର ପାଇ ତିହିଡି ତହସିଲଦାର ରମେଶ ଚନ୍ଦ୍ର ପଣ୍ଡା ଉକ୍ତ ଅଞ୍ଚଳରେ ଚଢାଉ କରିଥିଲେ ।

ମହଙ୍ଗା ପଡିଲା କୋଭିଡ ନିୟମ ଭଙ୍ଗ: 4 ଗିରଫ ହେବା ସହ 30 ହଜାର ତଣ୍ଡ ଦେବାକୁ ନିର୍ଦ୍ଦେଶ

ତେବେ କୋଭିଡ କଟକଣା ଭାଙ୍ଗିଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରାଯିବା ସହ 30 ହଜାର ଟଙ୍କାର ତଣ୍ଡ ଦେବାକୁ ନିର୍ଦ୍ଦେଶ ହୋଇଥିବା ଟୁଇଟ୍ ଯୋଗେ ତହସିଲଦାର ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି । ଅନ୍ୟପଟେ ତିହିଡି ଥାନାରେ ଏନେଇ ଅଦ୍ୟାବଧି କୌଣସି ମାମଲା ରୁଜୁ ହୋଇନଥିବା ନେଇ ସୂଚନା ମିଳିଛି ।

ତେବେ କୋଭିଡ ଉଲ୍ଲଙ୍ଘନକାରୀ ତଣ୍ଡ ଦେଲେ ଗିରଫ କରାଯିବା ଆଇନ୍‌ଗତ ନୁହେଁ ବୋଲି ଜଣାପଡ଼ିଛି । ଯାହାକି ତିହିଡି ତହସିଲଦାରଙ୍କ ଟୁଇଟକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏନେଇ ତିହିଡି ଥାନା କି ତହସିଲ ଅଫିସ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ କରାଯାଇନାହିଁ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.