ETV Bharat / city

ଆବାସ ଯୋଜନାରେ ଜାଲିଆତି: ଜଣଙ୍କ ନାମରେ ଘର, ଆଉ ଜଣଙ୍କୁ ମିଳୁଛି ଟଙ୍କା - corruption allegation in pradhan mantri awas yojana

ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକ ନପଙ୍ଗ ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି। ଜଣଙ୍କ ନାମରେ ଘର ଥାଇ, ଆଉ ଜଣଙ୍କ ବ୍ୟାଙ୍କ ଖାତାରେ ପଇସା ଦିଆଯାଇଥିବାର ଅଭିଯୋଗ ହୋଇଛି।

ଡିଜାଇନ ଫଟୋ
author img

By

Published : Oct 18, 2019, 10:37 AM IST

ଭଦ୍ରକ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଜାଲିଆତି। ଜଣଙ୍କ ନାମରେ ଘର, ଆଉ ଜଣଙ୍କ ବ୍ୟାଙ୍କ ଖାତାରେ ପଇସା। ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀ ବ୍ଲକର ନପଙ୍ଗ ପଞ୍ଚାୟତରେ ହୋଇଛି ଏପରି ଦୁର୍ନୀତି।

ଚଳିତ 2019-2020 ଆର୍ଥିକ ବର୍ଷରେ ଏହି ପଞ୍ଚାୟତର 88 ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ସାମିଲ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି 56 ଜଣଙ୍କୁ ଏଥିରେ ସାମିଲ କରାଯାଇଛି। ତେବେ ପଞ୍ଚାୟତରେ ଅଜୟ ନାୟକ, ପିତା କେଶବ ନାୟକ ନାମକ ଜଣେ ହିତାଧିକାରୀଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ଥିଲା । ହେଲେ ତାଙ୍କ ଘର ନମ୍ବର ପକାଇ ଅନ୍ୟଜଣେ ଅଜୟଙ୍କ, ପିତାଙ୍କ ଫଟୋ ଉଠାଇନେବା ସହ ତାଙ୍କ ବ୍ୟାଙ୍କ ଖାତାକୁ ପଇସା ପଠାଯାଇଥିବା ଅଭିଯୋଗ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭଦ୍ରକ

କେବଳ ଏତିକିରେ ସରିନି ନପଙ୍ଗ ପଞ୍ଚାୟତରେ ଆବାସ ଯୋଜନାରେ ଦୁର୍ନୀତି । ଏଠାରେ ସରପଞ୍ଚ ଘର କରାଇଦେବାକୁ 5 ହଜାର ଟଙ୍କା ନେଇଥିବା ମଧ୍ୟ ଅଭିଯୋଗ ହେଉଛି। ଏହାଛଡା ଗୋଟିଏ ପରିବାରର ସ୍ବାମୀ, ସ୍ତ୍ରୀ, ପୁଅ, ବୋହୂଙ୍କ ନାମରେ ମଧ୍ୟ ଆବାସ ଆବଣ୍ଟିତ ହେଉଥିବା କୁହାଯାଉଛି।

ଏଭଳି ସଙ୍ଗୀନ ଅଭିଯୋଗ ନପଙ୍ଗ ପଞ୍ଚାୟତରେ ଉଠୁଥିବାବେଳେ, ଭଣ୍ଡାରିପୋଖରୀ ବିଡିଓ ଏନେଇ ମୁହଁ ଖୋଲିବାକୁ ନାରାଜ। ସେପଟେ ନିଜ ନାମରେ ଆସିଥିବା ଘରର ପଇସା ଅନ୍ୟ ଜଣଙ୍କ ଖାତାକୁ ଚାଲି ଯାଇଥିବାରୁ ଧର୍ମକୁ ହାତ ଟେକି ଦେଇଛନ୍ତି ହିତାଧିକାରୀ ଅଜୟ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : GRAMINA ABASA JOJONA 
FORMAT : EXCLUSIVE 
REPORT : DEBASIS MOHAPATRA / BHADRAK
DATE : 17.10.2019
ANCHOR : ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ବ୍ୟାପକ ଜାଲିଆତି ହୋଇଥିବା ଅଭିଯୋଗ ହୋଇଛି। ପ୍ରକୃତ ହିତାଧିକାରୀଙ୍କ ନାମରେ କାର୍ଯ୍ୟାଦେଶ। ହେଲେ ଏହାକୁ ଅନ୍ୟ ଆମେ ଚଳୁ କରୁଥିବା ପରି ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି । ସବୁଠାରୁ ଅଧିକ ଘୋଟାଲା ନପଙ୍ଗ ପଞ୍ଚାୟତ ରେ ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଆମେ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ପଚାରିବାରୁ, ସେ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ସଫା ମନା କରି ଦେଇଛନ୍ତି। ଇଟିଭି ଭାରତ ଏକ୍ସକ୍ଲୁସିଭ। Body:Vo_1 : 2011 ଜନ ଗଣନା ଅନୁଯାୟୀ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକରେ ଥିବା 23 ଟି ପଞ୍ଚାୟତରେ ମୋଟ ଜନସଂଖ୍ୟା 110429। 2019-2020 ଆର୍ଥିକ ବର୍ଷରେ ଭଣ୍ଡାରିପୋଖରୀ ବ୍ଲକରେ 2563 ଜଣଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ସାମିଲ କାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ହେଲେ ଅଦ୍ୟାବଧି 1947 ଜଣ ଙ୍କୁ ସାମିଲ କରାଯାଇଛି। ଅଭିଯୋଗ ଅନୁଯାୟୀ ସର୍ବାଧିକ ଅଧିକ ଘୋଟାଲା ହୋଇଥିବା ନପଙ୍ଗ ପଞ୍ଚାୟତରେ 2011 ଜନ ଗଣନା ଅନୁଯାୟୀ ଜନସଂଖ୍ୟା 2789। 2019-2020 ଆର୍ଥିକ ବର୍ଷରେ ଏହି ପଞ୍ଚାୟତରେ 88 ଜଣଙ୍କୁ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ରେ ସାମିଲ କାରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅଦ୍ୟାବଧି 56 ଜଣଙ୍କୁ ସାମିଲ କରାଯାଇଛି। ତେବେ ଏଠାରେ ଅଜୟ ନାୟକ ପିତା କେସବ ନାୟକ ପ୍ରକୃତ ହିତାଧିକାରୀ ହୋଇଥିବା ବେଳେ, ଅଜୟ ନାୟକ ପିତା ନାରାୟଣ ନାୟକ କିପରି ଟଙ୍କା ପାଇଲେ ବୋଲି ପ୍ରଶ୍ନ ଉଠିଛି। ଆଶ୍ଚର୍ଯ୍ୟର କଥା ଏହି ପ୍ରକୃତ ହିତାଧିକାରୀଙ୍କ କୌଣସି ଆକାଉଣ୍ଟ୍ ସ୍ଥାନୀୟ ସରସଦା ଷ୍ଟେଟ ବ୍ୟାଙ୍କରେ ନଥିବା ବେଳେ, ତାଙ୍କ ନାମରେ ସରସଦା ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠିଥିବା ଅଭିଯୋଗ ହୋଇଛି। ଏଥିସହ ଗୋଟିଏ ପରିବାରର ଏକାଧିକ ଅଯୋଗ୍ୟା ହିତାଧିକାରୀ ମାନଙ୍କୁ ଏଥିରେ ସାମିଲ କରାଯାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସହାୟତା ମିଳୁଥିବା ଅଭିଯୋଗ ନପଙ୍ଗ ପଞ୍ଚାୟତ ପରି, ବ୍ଲକର ଅନ୍ୟ ପଞ୍ଚାୟତ ମାନଙ୍କରେ ହେଉଥିବା ଅଭିଯୋଗ କରିଛନ୍ତି ହିତାଧିକାରୀ। 
Bite_1 : ଅଜୟ ନାୟକ_ଯୋଗ୍ୟ ହିତାଧିକାରୀ
Bite_2 : ଅନୀଳ ନାୟକ_ହିତାଧିକାରୀ 

Vo_2 : ଆଶ୍ଚର୍ଯ୍ୟର କଥା ହିତାଧିକାରୀ ମାନେ ପ୍ରଧାନ ମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ସହାୟତା ପାଇବା ପାଇଁ ଲାଞ୍ଚ ଦେଉଥିବା ପରି ସଙ୍ଗୀନ ଅଭିଯୋଗ କରିଛନ୍ତି ହିତାଧିକାରୀ। ଏହିପରି ଜାଲିଆତିର ଚେର ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସମସ୍ତ ପଞ୍ଚାୟତକୁ ଯାଇଥିବା ଅଭିଯୋଗ କରିଛନ୍ତି, ଭଦ୍ରକ ଜିଲ୍ଲା ବିଜେପି ସଭାପତି। ତେଣୁ ଏହାକୁ ପ୍ରତିବାଦ କରି ଆଗାମୀ ସପ୍ତାହ ମଧ୍ୟରେ ଭଣ୍ଡାରିପୋଖରୀ ବ୍ଲକରେ ତାଲା ପକାଇ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସହାୟତା ପ୍ରଦାନ ନକରାଯିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରଖିବା ପାଇଁ ଇଟିଭି ଭାରତ କୁ ଦେଇଥିବା ଏକ୍ସକ୍ଲୁସିଭ ବାଇଟ ରେ ପ୍ରକାଶ କରିଛନ୍ତି ଭଦ୍ରକ ଜିଲ୍ଲା ବିଜେପି ସଭାପତି। ଅନ୍ୟ ପକ୍ଷରେ ଏନେଇ ଭଣ୍ଡାରିପୋଖରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ କ୍ୟାମେରା ଆଗରେ କିଛି ପ୍ରତିକ୍ରିୟା ପ୍ରକାଶ କରିବାକୁ ସଫା ମନା କରି ଦେଇଛନ୍ତି।Bite_3 : ବଦ୍ରି ନାରାୟଣ ଧଳ_ଭଦ୍ରକ ଜିଲ୍ଲା ବିଜେପି ସଭାପତିConclusion:FVO : ବାସଗୃହ ଭଳି ଏକ ସର୍ବନିମ୍ନ ଆବଶ୍ୟକ ମୌଳିକ ଅଧିକାର ଯୋଗାଇ ଦେବା ପରି ଯୋଜନାରେ ହେଉଥିବା ଅନିମିୟତତା ସୁଧାରିବାକୁ ପ୍ରଶାସନ ତଥା ସରକାର ଯତ୍ନବାନ୍ ହେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି। 
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.