ETV Bharat / city

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ନଚେତ୍ କଂଗ୍ରେସର ବିଧାନସଭା ଘେରାଉ

author img

By

Published : Dec 16, 2020, 4:01 PM IST

ଭଦ୍ରକ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଧାନସଭା ଘେରାଉ କରିବ ଭଦ୍ରକ ଜିଲ୍ଲା କଂଗ୍ରେସ । ଏନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ପଢନ୍ତୁ ଅଧିକ......

ମେଡିକାଲ କଲେଜ ପ୍ରତିଷ୍ଠା ନହେଲେ ବିଧାନସଭା ଘେରିବ କଂଗ୍ରେସ

ଭଦ୍ରକ: ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ବିଧାନସଭା ଘେରାଉ କରିବ ଭଦ୍ରକ ଜିଲ୍ଲା କଂଗ୍ରେସ । ଜିଲ୍ଲାରେ ବାରମ୍ବାର ମେଡିକାଲ ପ୍ରତିଷ୍ଠା ନେଇ ଦାବି କରାଯାଉଥିବାବେଳେ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ନପାଉବାରୁ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ । ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦିଆଯାଇଛି ।

ଚଳିତ ମାସ ୧୦ ତାରିଖ ଗୁରୁବାର କଂଗ୍ରେସ ତରଫରୁ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାର ସୁଧାର ପାଇଁ ସହର ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ରାଜ୍ୟ ସରକାର ଭୃକ୍ଷେପ ନକରି ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଯାହା ଭଦ୍ରକର ଜନସାଧାରଣଙ୍କ ଭାବାବେଗକୁ କୁଠାରାଘାତ କରିଛି ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି ।

ଜାନୁଆରୀ ମାସ ଶେଷ ସୁଦ୍ଧା ଭଦ୍ରକ ଜିଲ୍ଲାରେ ଥିବା ୫୦ ଗୋଟି ପିଏଚ୍‌ସି, ୭ ଗୋଟି ସିଏଚ୍‌ସି, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଏରିଆ ହସ୍‌ପିଟାଲ, ଗୋଟିଏ ୟୁପିଏଚ୍‌ସି ଓ ଗୋଟିଏ ପିପିସି ସର୍ବମୋଟ ୬୩ଟି ସ୍ବାସ୍ଥ୍ୟ ସଂସ୍ଥା ଆଗରେ କଂଗ୍ରେସ ପକ୍ଷରୁ ଏକା ସାଙ୍ଗରେ ଗଣଧରଣା ଓ ପ୍ରତିବାଦ ସଭା କରାଯିବ । ତେଣୁ ଯଦି ଏ ସରକାର ଲୋକମାନଙ୍କ ସ୍ବରକୁ ସମ୍ମାନ ନଦିଅନ୍ତି ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ କରାଯିବ ବୋଲି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ସଭାପତି ସୁବ୍ରତ ଦାସ ଚେତାବନୀ ଦେଇଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.