ETV Bharat / city

ଭଦ୍ରକରେ ଅଡୁଆରେ ବିଜେଡି ! ଦଳ ଛାଡି ଅନ୍ୟଦଳରେ ପ୍ରାର୍ଥୀ ହେଲେ ତୁଙ୍ଗ ନେତା - ପୌର ନିର୍ବାଚନ ପାଇଁ ଭଦ୍ରକରେ ପ୍ରସ୍ତୁତି

ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ସଫଳତା ପରେ ପୌର ନିର୍ବାଚନ ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିଥିବା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ଭଦ୍ରକରେ ଅଡୁଆରେ ବିଜେଡି, ଦଳ ଛାଡ଼ି ଅନ୍ୟ ଦଳରେ ପ୍ରାର୍ଥୀ ହେଲେ ତୁଙ୍ଗ ନେତା

author img

By

Published : Mar 8, 2022, 9:41 PM IST

ଭଦ୍ରକ: ଜିଲ୍ଲାରେ ପଞ୍ଚାୟତ ନିର୍ବାଚନର ସଫଳତା ପରେ ପୌର ନିର୍ବାଚନ ପାଇଁ ବିଜେଡିରେ ଗୋଷ୍ଠୀକନ୍ଦଳ ବଢ଼ିଥିବା ଦେଖିବାକୁ ମିଳିଛି । ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ଥିଲେ ମଧ୍ୟ ନିର୍ବାଚନ ସମୟରେ ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ଦଳ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିିଛି । ଏପରି ସ୍ଥିତିରେ ପୌର ନିର୍ବାଚନ ପାଇଁ ଭଦ୍ରକ ଜିଲ୍ଲାର ବହୁ ବିଜେଡି ବିଦ୍ରୋହୀ ଅନ୍ୟ ଦଳକୁ ଯାଇ ପ୍ରାର୍ଥୀ ହୋଇଛନ୍ତି ।

ଭଦ୍ରକରେ ଅଡୁଆରେ ବିଜେଡି, ଦଳ ଛାଡ଼ି ଅନ୍ୟ ଦଳରେ ପ୍ରାର୍ଥୀ ହେଲେ ତୁଙ୍ଗ ନେତା

ପଞ୍ଚାୟତ ନିର୍ବାଚନରେ କେତେକ ସ୍ଥାନରେ ବିଜେଡିର ବିଦ୍ରୋହୀ ପ୍ରାର୍ଥୀ ଦଳୀୟ ପ୍ରାର୍ଥୀଙ୍କୁ ମାତ୍‌ ଦେଇ ବାଜିମାତ କରିଥିବା ନଜିର ରହିଛି । ପୌର ନିର୍ବାଚନରେ ମଧ୍ୟ କିଛି ଏଭଳି ସ୍ଥିତି ସୃଷ୍ଟି ହୋଇପାରେ । ଭଦ୍ରକରେ ବିଜେଡିର ମହିଳା ନେତ୍ରୀ ବା ପୌରାଞ୍ଚଳରେ ସାଧାରଣ ସମ୍ପାଦିକାଙ୍କୁ ଟିକେଟ୍ ନମିଳିବାରୁ ସେ କଂଗ୍ରେସ ଦଳରେ ସାମିଲ ହୋଇ ଟିକେଟ୍ ହାସଲ କରିଛନ୍ତି । ଦୀର୍ଘ ବର୍ଷ ଧରି ବିଜେଡିରେ କାମ କରିଥିବାରୁ ତାଙ୍କ ପାଖରେ ଅନେକ କର୍ମୀ ଓ ସଂଗଠକ ଅଛନ୍ତି । ସେ ନିର୍ବାଚନ ବୈତରଣୀ ପାର ହେବେ ବୋଲି ଆଶା ବାନ୍ଧିଛନ୍ତି ।

ବିଜେଡି ଭୋଟ ବ୍ୟାଙ୍କ ବିଭକ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଏହା ବିଜେଡିକୁ ଅଡୁଆରେ ପକାଇବା ଥିବା ବେଳେ ବିରୋଧୀଙ୍କୁ ବେଶ ସୁହାଇବ ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି । ଅନ୍ୟ ପକ୍ଷରେ ଜଣେ ନବାଗତଙ୍କୁ ଦଳ ପ୍ରାର୍ଥୀ କରିଛି । ନବୀନ ପଟ୍ଟନାୟକଙ୍କ ସ୍ଵଚ୍ଛ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକୁ ନେଇ ସେ ନିଶ୍ଚୟ ନିର୍ବାଚନ ରେ ବାଜିମାତ୍ କରିବେ ବୋଲି କହିଛନ୍ତି ଦଳୀୟ ପ୍ରାର୍ଥୀ । ଏଥିସହିତ ଆମ୍ ଆଦମୀ ପାର୍ଟି, ବିଜେପି, ବାମପନ୍ଥୀ ଓ ଅନ୍ୟ କେତେକ ସ୍ୱାଧିନ ପ୍ରାର୍ଥୀମାନେ ମଧ୍ୟ ଏହି ନିର୍ବାଚନରେ କଡ଼ା ଟକ୍କର ଦେବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.