ETV Bharat / city

ପବିତ୍ର କାଳୀପୂଜା; ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମାଆ ଭଦ୍ରକାଳୀ - bhadrak kalipuja

ଆଜି ପବିତ୍ର କାଳୀପୂଜା। ମାଆ ଭଦ୍ରକାଳୀଙ୍କ ପୀଠ ଉତ୍ସବମୁଖର। ଆଜି ଠାରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ।

ଡିଜାଇନ ଫଟୋ
author img

By

Published : Oct 27, 2019, 8:31 PM IST

ଭଦ୍ରକ: ଆଜି ପବିତ୍ର କାଳୀପୂଜା । ମାଆ ଭଦ୍ରକାଳୀଙ୍କ ଶକ୍ତି ପୀଠ ଉତ୍ସବମୁଖର । ଆଜି ଠାରୁ ମାଆ ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ପ୍ରଥମ ଦିନରେ ମାଆ ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପୀଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵଶାନ୍ତି ମହାଯଜ୍ଞ।

ଭୟ ହାରିଣୀ ମାଆ ଭଦ୍ରକାଳୀ । ପ୍ରାଚୀନ ଶକ୍ତିପୀଠ ମଧ୍ୟରୁ ମାଆ ଭଦ୍ରକାଳୀ ପୀଠ ପୁରାଣ ପ୍ରସିଦ୍ଧ । ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପୀଠରେ ମାଆ ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମାଆ ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଶୁଭାଧିବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମାଆଙ୍କ ସପ୍ତଦିବସ ବ୍ୟାପୀ ବିଶେଷ ପୂଜା ରୀତିନୀତି । ପ୍ରଥମ ଦିନରେ ଆଜି ମା ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି ।

ପବିତ୍ର କାଳୀପୂଜା; ବେଦମାତା ବେଶରେ ଦର୍ଶନ ଦେଉଛନ୍ତି ମା’ ଭଦ୍ରକାଳୀ

ଏହି ପ୍ରସିଦ୍ଧ ଶକ୍ତି ପୀଠରେ କାଳିପୂଜାର ପରମ୍ପରା ବେଶ ନିଆରା । ସାତ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ରୀତିନୀତିର ପୂର୍ଣ୍ଣାହୁତି ନଭେମ୍ବର ଦୁଇ ତାରିଖରେ ହେବ । ପୂଜାକୁ ଦୃଷ୍ଟିରେ ରଖି ଦିପଇସା ରୋଜଗାର କରିବା ପାଇଁ ଅନେକ ଉଠା ଦୋକାନୀ ସେମାନଙ୍କ ପସରା ମେଲାଇ ବସିଛନ୍ତି । ସେପଟେ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ତେବେ ସାତ ଦିନରେ ବେଦମାତା, ମହାକାଳୀ, ରାଜ ରାଜେଶ୍ବରୀ, ସିଂହ ବାହିନୀ, ଜଗଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମାଆ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Intro:SLUG : BHADRAKALI PUJA
FORMAT : SPECIAL
REPORT : DEBASIS MOHAPATRA / BHADRAK
DATE : 27.10.2019

ANCHOR : ଆଜି ପବିତ୍ର କାଳୀପୂଜା। ମା ଭଦ୍ରକାଳୀ ଙ୍କ ଶକ୍ତି ପୀଠ ଉତ୍ସବମୁଖର। ଆଜିଠାରୁ ମା ସାତ ଦିନ ପର୍ଯ୍ୟନ୍ତ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ। ପ୍ରଥମ ଦିନରେ ମା ଭଦ୍ରକାଳୀ ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏଥିସହ ଆହାର ପଦା ଘାଟରୁ କଳସ ଯାତ୍ରା ପରେ ପିଠରେ ଘଟ ସ୍ଥାପନ ସହ ଆରମ୍ଭ ହୋଇଯାଇଛି ଶତଚଣ୍ଡୀ ପାଠ, ଦୀପ ଯଜ୍ଞ ସହ ବିଶ୍ଵ ଶାନ୍ତି ମହାଯଜ୍ଞ। Body:VO_1 : ପ୍ରାଚୀନ ଶକ୍ତିପୀଠ ମାନଙ୍କ ମଧ୍ୟରୁ ମା ଭଦ୍ରକାଳୀ ପିଠ ପୁରାଣ ପ୍ରସିଦ୍ଧ। ପବିତ୍ର ଜଳରାଶି ସାଳନ୍ଦୀ ନଦୀ କୂଳରେ ଅବସ୍ଥିତ ଏହି ପିଠରେ ମା ସଦା ସର୍ବଦା ବିଶ୍ଵମାତା ରୂପରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି। ହେଲେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ପରମ ବୈଷ୍ଣବୀ ମା ଭଦ୍ରକାଳୀ ଆଜି ଠାରୁ ସପ୍ତମାତୃକା ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ଶୁଭାଧିବାସ, ମାନସିକ ଧାରୀ କଳସ ଶୋଭାଯାତ୍ରା, ଘଟସ୍ଥାପନ, ଶତଚଣ୍ଡୀ ପାଠ, ବିଶ୍ଵ ଶାନ୍ତି ମହାଯଜ୍ଞ ସହ ଆରମ୍ଭ ହୋଇଛି ମା ଙ୍କର ସପ୍ତ ଦିବସ ବ୍ୟାପି ବିଶେଷ ପୂଜା ରୀତିନୀତି। ପ୍ରଥମ ଦିନରେ ଆଜି ମା ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି। ଏହି ବେଶ ଦର୍ଶନ କଲେ ଦିବ୍ୟ ଜ୍ଞାନ ଅର୍ଜନ ସହିତ ସମସ୍ତ ମନସ୍କାମନା ପୂର୍ଣ୍ଣ ହୁଏ ବୋଲି ବିଶ୍ଵାସ ରହିଛି। ତେଣୁ ବହୁ ଦୂର ଦୁରାନ୍ତରୁ ମା ଙ୍କର ଏହି ବେଶ ଦର୍ଶନ କରିବା ପାଇଁ ଅନେକ ଶ୍ରଦ୍ଧାଳୁ ଭକ୍ତମାନେ ଆସୁଛନ୍ତି ଏହି ଶକ୍ତିପୀଠ କୁ। କାଲି ମାଙ୍କ ମହାକାଳୀ ବେଶ ପରେ ରାଜ ରାଜେଶ୍ୱରୀ, ସିଂହ ବାହିନୀ, ଜଗଦ୍ଧାତ୍ରୀ, ମହା ସରସ୍ଵତୀ ଏବଂ ଶେଷରେ ମା ମହାଲକ୍ଷ୍ମୀ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେବେ।
Bite_1 : ସଂଗ୍ରାମ ଆଚାର୍ଯ୍ୟ_ଗବେଷକ
Bite_2 : ଅନୁଗ୍ରହ ଦୀକ୍ଷିତ_ସେବାୟତ

VO_2 : ଭକ୍ତଙ୍କ ଦାନ ଓ ସହୋଯାଗ ରେ ଗଢ଼ିଉଠିଥିବା ଏହି ପ୍ରସିଦ୍ଧ ଶକ୍ତି ପୀଠ ରେ କାଳିପୂଜାର ମାହୋଲ ବେଶ ନିଆରା। ତେବେ ସାତ ଦିନ ଧରି ଏହି ଉତ୍ସବର ପୂର୍ଣ୍ଣାହୁତି ନଭେମ୍ବର ଦୁଇ ତାରିଖ ଦିନ ହେବ। ପୂର୍ଣ୍ଣାହୁତି ଦିନ ଦଶ ହଜାର ରୁ ଉର୍ଦ୍ଧ୍ଵ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାଇଁ ମାଗଣା ପ୍ରସାଦ ସେବନର ବ୍ଯବସ୍ଥା କରାଯାଇଛି। ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସୁରକ୍ଷା ପାଇଁ କମିଟି ଓ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିସହ ଦିପଇସା ରୋଜଗାର କରିବା ପାଇଁ ଅନେକ ଉଠା ଦୋକାନୀ ମାନେ ସେମାନଙ୍କ ପସରା ମେଲାଇ ବସିଛନ୍ତି।
Bite_3 : ଶେଖର ମହାପାତ୍ର_କମିଟି ସଦସ୍ୟ Conclusion:FVO : ଡାକୁଆ ଠାକୁରାଣୀ ମା ଭଦ୍ରକାଳୀ ଙ୍କ ପୀଠରେ ଅମାବାସ୍ଯା ଠାରୁ ସ୍ଵତନ୍ତ୍ର ରୀତିନୀତି ସହିତ ବେଶ୍ ଜାକଜମକରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.