ETV Bharat / city

ଭଦ୍ରକ SP ଅଫିସ ନିକଟରୁ ୨୫ ଲକ୍ଷର ସୁନା ଲୁଟ୍ - ୨୫ ଲକ୍ଷର ସୁନା ଲୁଟ୍

ଭଦ୍ରକ ପୋଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ । ଏସପିଙ୍କ କାର୍ଯ୍ୟାଳୟ ନିକଟସ୍ଥ ଏକ ସୁନା ଦୋକାନ ମାଲିକଙ୍କ ଠୁ ଲୁଟିନେଲେ ୨୫ ଲକ୍ଷର ସୁନା । ଅଧିକ ପଢନ୍ତୁ

ଭଦ୍ରକ SP କାର୍ଯ୍ୟାଳୟ ନିକଟରୁ ୨୫ ଲକ୍ଷର ସୁନା ଲୁଟ୍

author img

By

Published : Nov 21, 2021, 8:44 AM IST

ଭଦ୍ରକ: ସହରରେ ପୁଣି ଲୁଟେରାଙ୍କ ଆତଙ୍କରାଜ । ଖୋଲା ଖୋଲି ପୋଲିସକୁ ଚ୍ୟାଲେଞ୍ଜ କରିଛନ୍ତି ଲୁଟେରା । ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟଳୟ ନିକଟସ୍ଥ ଏକ ସୁନା ଦୋକାନର ମାଲିକଙ୍କ ଠାରୁ 25 ଲକ୍ଷର ସୁନା ରୁପା ଲୁଟ୍ ହୋଇଥିବା ଅଭିଯୋଗ ।

ଭଦ୍ରକ SP କାର୍ଯ୍ୟାଳୟ ନିକଟରୁ ୨୫ ଲକ୍ଷର ସୁନା ଲୁଟ୍

ଦୋକାନ ବନ୍ଦ କରି ସଟର ଚାବି ପକାଇବା ସମୟରେ ସୁନା ଦୋକାନୀଙ୍କ ଠାରୁ ଲୁଟେରାମାନେ ସୁନା ବ୍ୟାଗ ନେଇଯାଇଥିବା ଜଣାପଡିଛି । ଖବର ଅନୁଯାୟୀ ଭଦ୍ରକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର 500 ମିଟର ଦୂରରେ ଥିବା କୋଲକତା ଜୁଏଲର୍ସ ଦୋକାନୀଙ୍କ ଠୁ ଲୁଟ ହୋଇଛି । ଦୋକାନ ମାଲିକ ଗୋବିନ୍ଦ ସାହୁ ଦୋକାନ ବନ୍ଦ କରି ସୁନା ଗହଣା ଓ ରୁପାକୁ ଏକ ବ୍ୟାଗରେ ଭର୍ତ୍ତି କରି ଘରକୁ ନେବାକୁ ବାହାରିଥିଲେ । ବ୍ୟାଗକୁ ତଳେ ରଖି ଦୋକାନର ତାଲା ବନ୍ଦ କରୁଥିବା ସମୟରେ ଜଣେ ଲୁଟେରା ଦୁଇଟି ବ୍ୟାଗକୁ ଝାମ୍ପି ନେଇଛି ।

ଏହା ଦେଖି ଦୋକାନ ନିକଟରେ ଥିବା ଜଣେ ମହିଳା ପାଟି କରିବାରୁ ଲୁଟାରେ ଜଣକ ଆଉ ଜଣେ ସହଯୋଗୀର ବାଇକରେ ବସି ଫେରାର୍ ହୋଇଯାଇଛି । ବ୍ୟାଗରେ ୨୦ ରୁ ୨୫ ଲକ୍ଷର ସୁନା ଥିବା କହିଛନ୍ତି ଦୋକାନୀ ମାଲିକ । ଏନେଇ ଟାଉନ ଥାନାରେ ଅଭିଯୋଗ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.