ETV Bharat / city

ବେଆଇନ ଚାଲାଣବେଳେ 7 ଯୁବତୀ ଉଦ୍ଧାର - ଭଦ୍ରକ ଖବର

ଭଦ୍ରକ ରେଳ ଷ୍ଟେସନରୁ 7 ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କାମ ଦେବା ନାଁରେ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ କରାଯାଉଥିଲା । ଅଧିକ ପଢନ୍ତୁ...

ବେଆଇନ ଚାଲାଣ ବେଳେ 7 ଯୁବତୀ ଉଦ୍ଧାର
ବେଆଇନ ଚାଲାଣ ବେଳେ 7 ଯୁବତୀ ଉଦ୍ଧାର
author img

By

Published : Jul 25, 2020, 9:30 PM IST

Updated : Jul 26, 2020, 4:05 PM IST

ଭଦ୍ରକ: ଭଦ୍ରକ ରେଳ ଷ୍ଟେସନରୁ 7 ଜଣ ଯୁବତୀଙ୍କୁ ଉଦ୍ଧାର କରାଯାଇଛି । ସମସ୍ତ ଯୁବତୀଙ୍କୁ କାମ ଦେବା ନାଁରେ ବେଆଇନ ଭାବେ ବାହାର ରାଜ୍ୟକୁ ଚାଲାଣ ହେଉଥିଲେ । ଉଦ୍ଧାର ସମସ୍ତ ଯୁବତୀଙ୍କ ଘର ବାଲେଶ୍ଵର ଜିଲ୍ଲା ଖଇରା ଓ ଭଦ୍ରକ ଅଞ୍ଚଳର ବୋଲି ଜଣାପଡିଛି ।

ବେଆଇନ ଚାଲାଣ ବେଳେ 7 ଯୁବତୀ ଉଦ୍ଧାର

ସୂଚନାନୁଯାୟୀ ଏହି ଯୁବତୀଙ୍କୁ ଜଣେ ମହିଳା ଆନ୍ଧ୍ରପ୍ରଦେଶର ରାଜ ମହେନ୍ଦ୍ରୀର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରାଇବାକୁ ନେଉଥିଲେ । ଏଥିପାଇଁ ସମସ୍ତେ ଭଦ୍ରକ ରେଳ ଷ୍ଟେସନରେ ଏକାଠି ହୋଇଥିଲେ । ତେବେ ସେମାନେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରୁ କୌଣସି ଅନୁମତି ନନେଇ ବେଆଇନ ଭାବେ ଯାଉଥିବା ଖବର ପାଇଥିଲେ କର୍ତ୍ତୃପକ୍ଷ । ତେଣୁ ବିଭାଗୀୟ ଅଧିକାରୀଙ୍କ ଏକ ଟିମ ଭଦ୍ରକ ଷ୍ଟେସନରେ ପହଞ୍ଚି ସମସ୍ତ ଯୁବତୀମାନଙ୍କୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଆଶିଆନା ଠାରେ ରଖାଯାଇଥିବା ଜଣାପଡିଛି ।

ଭଦ୍ରକରୁ ଦେବାଶିଷ ମହାପାତ୍ର, ଇଟିଭି ଭାରତ

Last Updated : Jul 26, 2020, 4:05 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.