ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅଞ୍ଚଳରେ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ସ୍ଥାନୀୟ ହୁମା କେଉଟ ସାହିରେ । ମୃତକ ଜଣକ ହେଲେ ହୁମ୍ମା ବଡ ସାହିର ଦଣ୍ଡପାଣି ବିଶ୍ୱାଳ।
ସୂଚନାନୁଯାୟୀ, ଦଣ୍ଡପାଣି ଗତକାଲି ରାତିରେ ଘରେ ଶୌଚ ହେବାକୁ କହି ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ତେବେ ସକାଳୁ କେଉଟ ସାହି ନିକଟରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଖବରପାଇ ସ୍ଥାନୀୟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, ଘଟଣାସ୍ଥଳରେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ପହଁଞ୍ଚି କିଭଳି ହତ୍ୟା କରାଯାଇଛି ସେ ନେଇ ସରଜମିନ ତଦନ୍ତ ଆରମ୍ଭ କରିଛନ୍ତି ।
ଘଟଣାଟି ହୁମା ଫାଣ୍ଡି ଠାରୁ ମାତ୍ର ୨୦୦ ମିଟର ଦୂରରେ ଘଟିଥିବା ବେଳେ କେଉଁ କାରଣରୁ ଏଭଳି ଘଟଣା ଘଟିଛି ତାହାର କାରଣ ସ୍ପଷ୍ଟ ହୋଇନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ