ବ୍ରହ୍ମପୁର: ଖାଦ୍ୟଶସ୍ୟରେ ମା'ଙ୍କ ପ୍ରତିମୂର୍ତ୍ତି କଲେ ଶିଳ୍ପୀ । ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ କଣ୍ଟାପୀଡ଼ା ଯାତ୍ରା ଅବସରରେ ଖାଦ୍ୟଶସ୍ୟରେ ମା କନ୍ଧୁଣୀଙ୍କ ପ୍ରତିମୂର୍ତ୍ତି କରିଛନ୍ତି ଯୁବଶିଳ୍ପୀ । ଶିଳ୍ପୀଙ୍କ ଏଭଳି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି ଲୋକେ।
ଜିଲ୍ଲାର ପ୍ରସିଦ୍ଧ ସୋରଡ଼ା ଅଞ୍ଚଳର କଣ୍ଟାପୀଡ଼ା ଯାତ୍ରା ଅବସରରେ ଖାଦ୍ୟଶସ୍ୟରେ ମାଁ କନ୍ଧୁଣୀଙ୍କ ପ୍ରତିମୂର୍ତ୍ତି ପ୍ରସ୍ତୁତ କଲେ ବ୍ରହ୍ମପୁରର ଯୁବଶିଳ୍ପୀ ସତ୍ୟ ନାରାୟଣ ମହାରଣା । ଖାଦ୍ୟଶସ୍ୟରେ ସେ ମାଆ କନ୍ଧୁଣୀଙ୍କ ଅବିକଳ ପ୍ରତିମା ନିର୍ମାଣ କରିଛନ୍ତି । ଏଥିରେ ବିରି, ଚାଉଳ, ଡାଲି,ମୁଗ, ମସୁରି ଡାଲି, କୋଳଥ, ସାଗୁ, ଚଣା ଡାଲି ବ୍ୟବହାର କରିଥିବା କହିଛନ୍ତି । ପ୍ରତ୍ୟେକ ବର୍ଷ ମାଆଙ୍କ ଯାତ୍ରା ସମୟରେ ବାଲୁକା ଶିଳ୍ପୀ ସତ୍ୟ ନାରାୟଣ ମହାରଣା ମାଆଙ୍କ ପ୍ରତିମୂର୍ତ୍ତିକୁ ବିଭିନ୍ନ ଉପକରଣରେ ପ୍ରସ୍ତୁତ କରୁଥିବାବେଳେ ଚଳିତବର୍ଷ ମାଆ କନ୍ଧୁଣୀଙ୍କ ଯାତ୍ରା କୋଭିଡ କଟକଣା ପାଇଁ ଏକ ପ୍ରକାର ଫିକା ପଡ଼ିଥିବାବେଳେ ଏଭଳି ପ୍ରତିମୂର୍ତ୍ତି ଅତ୍ୟନ୍ତ ଆକର୍ଷଣୀୟ ହୋଇଥିବା ଦେଖାଯାଇଛି । ଏହି କୋଭିଡ ଭଳି ମହାମାରୀ ବିପଦରୁ ରକ୍ଷା କରିବା ପାଇଁ ସମସ୍ତେ ନିଜ ଘରେ ରହି ପ୍ରାର୍ଥନା କରିବାକୁ ସତ୍ୟ ନିଜ କଳା ମାଧ୍ୟମରେ ବାର୍ତ୍ତା ପ୍ରଦାନ କରିଛନ୍ତି ।

ସୂଚନାଥାଉକି ବ୍ରହ୍ମପୁର ଯୁବଶିଳ୍ପୀ ସତ୍ୟ ନରାୟଣ ସବୁବେଳେ କିଛି ନା କିଛି ନୂତନତ୍ବ କରି ଦେଖାଉଛନ୍ତି । ଗଣେଶ ପୂଜା ସମୟରେ ଖାଦ୍ୟ ଶସ୍ୟରେ ଗଜାନନ ପ୍ରସ୍ତୁତି କରିଥିଲେ । ସେହିପରି କାଠରେ ମଧ୍ୟ ଶିବ, ଶ୍ରୀକୃଷ୍ଣ ଓ ଗଜାନନଙ୍କ ସହ ବିଭିନ୍ନ ଭଗବାନଙ୍କ ଛୋଟ ଛୋଟ ମୂର୍ତ୍ତି ପ୍ରସ୍ତୁତ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ