ବ୍ରହ୍ମପୁର: ବିଶ୍ବରେ ପ୍ରତ୍ୟେକ ବର୍ଷ ପ୍ରାୟ ୮୦ ଲକ୍ଷ ବ୍ୟକ୍ତି ବିଶେଷ ତମାଖୁ ଜନିତ ରୋଗରେ ମୃତ୍ୟୁବରଣ କରିଥାନ୍ତି । ଏପରିକି ମୁଖ୍ୟତଃ ୧୩ ବର୍ଷରୁ ୧୫ ବର୍ଷର ବାଳକମାନେ ହାରାହାରି 4 କୋଟି ନୂତନ ଭାବରେ ତମାଖୁ ଅପବ୍ୟବହାରର ଶୀକାର ହୋଇଥାନ୍ତି । ଯାହାକୁ ନେଇ କ୍ୟାନସର ଭଳି ଭୟାଭୟ ରୋଗରେ ଅନେକ ଶିକାର ହୋଇଥାନ୍ତି । ଏଣୁ ଏଭଳି ରୋଗ ଠାରୁ ଦୂରେଇ ରହିବା ପାଇଁ ବ୍ରହ୍ମପୁରଠାରେ ଆୟୋଜିତ ହୋଇଥିବା ବିଶ୍ୱ ତମାଖୁ ବର୍ଜନ ଦିସବରେ ସଚେତନତା କରାଯାଇଛି ।
ସ୍ଥାନୀୟ ଆସ୍ଥା ହସ୍ପିଟାଲ ପରିସରରେ ଏହି ଅବସରେର ଆୟୋଜିତ କାର୍ଯ୍ୟକ୍ରମରେ ତମାଖୁ କବଳରେ ଥିବା ବିଶ୍ୱର ଯୁବପିଢିକୁ ଅଧିକ ମାତ୍ରାରେ ସଜାଗ କରିବା ପାଇଁ ଆହ୍ବାନ କରାଯାଇଛି । ଆସ୍ଥା ହସ୍ପିଟାଲର ମୁଖ୍ୟ ପରିଚାଳକ ପ୍ରଭାକର ପାଢୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କ୍ୟାନସର ଶଲ୍ୟ ବିଶେଷଜ୍ଞ ଡାକ୍ତର ସତ୍ୟବ୍ରତ ଦାସ ଏବଂ ରେଡିଏସନ୍ ଅଙ୍କୋଲୋଜିଷ୍ଟସ୍ ବିଶେଷଜ୍ଞ ଡ. ସରୋଜ ଦାସ ଉପସ୍ଥିତ ରହି ତମାଖୁର ବ୍ୟବହାର ଏବଂ ତାର ଶରୀର ପ୍ରତି ରହିଥିବା କୁପ୍ରଭାବ ଠାରୁ ସମସ୍ତେ ଅଧିକରୁ ଅଧିକ ସଚେତନତା ହେବା ପାଇଁ ଆହ୍ୱାନ କରିଥିଲେ । ଏହି ଅବସରରେ ଚିତାକର୍ଷକ ରଙ୍ଗୋଲି ମାଧ୍ୟମରେ ତମାଖୁ ବର୍ଜନ କରିବାକୁ ବାର୍ତ୍ତା ପହଞ୍ଚାଇବା ସହ ବିଭିନ୍ନ ଡାକ ବାଜି ମାଧ୍ୟମରେ ସଚେତନ କରାଇଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ