ETV Bharat / city

ସ୍ବର୍ଣ୍ଣ ପଦକ ବିଜେତା ବଡିବିଲ୍ଡର ଚନ୍ଦନ: ମିଳୁନି ଆର୍ଥିକ ସହାୟତା, ସରକାର ଦୃଷ୍ଟି ଦେବାକୁ ଦାବି

author img

By

Published : Dec 29, 2021, 4:27 PM IST

ବିଶ୍ୱସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହିର ଚତୁର୍ଥ ଲାଇନରେ ରହୁଥିବା ଚନ୍ଦନ କୁମାର ସାହୁ । ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରି ହାସଲ କରିଥିଲେ ସ୍ବର୍ଣ୍ଣ ପଦକ । ବର୍ତ୍ତମାନ ତେଲେଙ୍ଗାନାରେ ଆୟୋଜିତ ହେବାକୁ ଥିବା ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଜାରି ରଖିଛନ୍ତି ନିଜର ପ୍ରସ୍ତୁତି । କିନ୍ତୁ ସେଥିପାଇଁ ଅର୍ଥ ସାଜିଛି ବାଧକ । ଅଧିକ ପଢନ୍ତୁ

ଚନ୍ଦନଙ୍କ ଅନେକ ସ୍ୱପ୍ନ, ସଫଳ ପାଇଁ ଜାରିରହିଛି ଉଦ୍ୟମ

ବ୍ରହ୍ମପୁର: ପଙ୍କରେ ଫୁଟେ ପଦ୍ମ । ଅସମ୍ଭବ ବି ଚେଷ୍ଟା ବଳରେ ହୋଇପାରେ ସମ୍ଭବ । ବିନା ପ୍ରହସନରେ ମଧ୍ୟ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ ମଣିଷ। ଯାହାକୁ ପ୍ରମାଣ କରି ଦେଖାଇପାରିଛନ୍ତି ବ୍ରହ୍ମପୁର ସହରର ଲକ୍ଷ୍ମୀନୃସିଂହ ସାହିର ଚତୁର୍ଥ ଲାଇନରେ ରହୁଥିବା ଚନ୍ଦନ କୁମାର ସାହୁ। ଯାହାଙ୍କ ବୟସ ମାତ୍ର 24 ବର୍ଷ । କିନ୍ତୁ ଦକ୍ଷତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲାଭଳି । ଏକ ଗରିବ ପରିବାରରୁ ଯାଇ ଜାତୀୟ ସ୍ତରରେ ବେଶ ସୁନାମ ଅର୍ଜନ କରିପାରିଥିବା ଚନ୍ଦନ ଏବେ ବିଶ୍ୱସ୍ତରର ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ସଫଳତା ଅର୍ଜନ କରିଛନ୍ତି। ଉଜବେକିସ୍ତାନର ତାସକେଣ୍ଟରେ ଚାଲିଥିବା ୧୨ତମ ବିଶ୍ବ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ବ କରି ହାସଲ କରିଥିଲେ ସ୍ବର୍ଣ୍ଣ ପଦକ ।

ଚନ୍ଦନ ସାହୁଙ୍କ ବାପା ଜଣେ ଚା’ ବ୍ୟବସାୟୀ । ଚା’ ଦୋକାନରୁ ହିଁ ତାଙ୍କ ପରିବାର ଚଳେ । ଚନ୍ଦନଙ୍କ ଏଭଳି ସଫଳତାକୁ ନେଇ ବେଶ ଖୁସି ତାଙ୍କ ବାପା-ମା' । ଏକ ମଧ୍ୟବିତ୍ତ ପରିବାରରୁ ଚନ୍ଦନ ରହିଥିଲେ ସୁଦ୍ଧା ବହୁ କଷ୍ଟରେ ଜିମରେ ଅଭ୍ୟାସ ଜାରି ରଖି ପାଇଛନ୍ତି ଶ୍ରେଷ୍ଠ ବଡିବିଲଡରର ମାନ୍ୟତା । ଘରର ଏକ ମାତ୍ର ଗେହ୍ଲାପୁଅ ଚନ୍ଦନ ଗତ କିଛି ବର୍ଷ ମଧ୍ୟରେ ନିଜର କଠୋର ପରିଶ୍ରମ ଓ ଉଦ୍ୟମ ଯୋଗୁଁ ଇତିମଧ୍ୟରେ ଉଜବେକିସ୍ତାନରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାର ୬୦ କିଲୋ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିବା ସହ ରାଜ୍ୟ ତଥା ଦେଶ ପାଇଁ ଗର୍ବ ଆଣିବା ପରେ ବର୍ତ୍ତମାନ ତେଲୋଙ୍ଗାନାରେ ଆୟୋଜିତ ହେବାକୁ ଥିବା ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିବାକୁ ଜାରି ରଖିଛନ୍ତି ନିଜର ପ୍ରସ୍ତୁତି ।

ନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ଫିଟ୍ ରଖିବା ପାଇଁ ଦୈନିକ ୭ରୁ ୮ ଘଣ୍ଟା ସମୟ ବ୍ୟାୟାମ କରିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ ବିଷୟ ଉପରେ ଗୁରୁତ୍ୱ ଦେଇଥାନ୍ତି ଚନ୍ଦନ । ମୁଖ୍ୟତଃ ନିଜର ସୁନ୍ଦର ସ୍ୱାସ୍ଥ୍ୟକୁ ଫିଟ ରଖିବା ପାଇଁ ଖାଦ୍ୟପେୟକୁ ଧ୍ୟାନ ଦେବାକୁ ପଡିଥାଏ । ତେବେ ସେଥିନିମନ୍ତେ ବେଶ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ତେବେ ଗୋଟିଏ ପଟେ ପରିବାରରେ ଆର୍ଥିକ ସ୍ଥିତି ସେତେଟା ସ୍ୱଚ୍ଛଳ ନଥିବା ଯୋଗୁଁ ଚନ୍ଦନ ନିଜେ ଅଭ୍ୟାସ କରିବା ସହିତ ସହରର ଏକ ପ୍ରମୁଖ ଜିମରେ ଟ୍ରେନର ଭାବେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଦୁଃଖର ବିଷୟ, ନିଜକୁ ପ୍ରସ୍ତୁତ କରିବା ଲାଗି ପରିବାରର ଅଭାବୀ ପରିସ୍ଥିତି ସବୁବେଳେ ସାଜିଛି ବାଧକ । ସେପଟେ ସରକାରୀ ବା ବେସରକାରୀ ସ୍ତରରେ ବି ତାଙ୍କୁ ମିଳିନି କୌଣସି ସହାୟତା ।

ନିଜର ଲକ୍ଷ୍ୟସାଧନ ପାଇଁ ସବୁ ବାଧାବିଘ୍ନକୁ ପଛରେ ପକାଇ ଚନ୍ଦନଙ୍କ ଉଦ୍ୟମ ଓ ମିଳିଥିବା ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ନିଶ୍ଚୟ । ସେପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ନମିଳିଲେ ଦେଶକୁ ଗୌରବାନ୍ବିତ କରିଥିବା ଚନ୍ଦନଙ୍କ ଲକ୍ଷ୍ୟ ଯେ ଅଧୁରା ରହିଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.