ETV Bharat / city

ହାତରେ 12, ଗୋଡରେ 19 ଆଙ୍ଗୁଠି: ଗିନିଜ ରେକର୍ଡ କଲେ କୁମାରୀ ନାୟକ - 19 Toes and 12 Fingers Sets World Record

ଦୁଇ ହାତରେ 12 ଆଙ୍ଗୁଠି ଏବଂ ଦୁଇ ପାଦରେ 19 ଆଙ୍ଗୁଠି ପାଇଁ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡ କଲେ ମହିଳା । ରେକର୍ଡଧାରୀ ମହିଳା ଜଣଙ୍କ ଘର ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କଳମ୍ବ ପଞ୍ଚାୟତ କାଦପଡା ଗ୍ରାମରେ । ଅଧିକ ଖବର ପଢନ୍ତୁ...

_19 Toes and 12 Fingers leady
ହାତରେ 12, ଗୋଡରେ 19 ଆଙ୍ଗୁଠି: ଗିନିଜ ରେକର୍ଡ କଲେ କୁମାରୀ ନାୟକ
author img

By

Published : Feb 3, 2020, 7:59 PM IST

Updated : Feb 3, 2020, 9:47 PM IST

ବ୍ରହ୍ମପୁର: ଦୁଇ ହାତରେ 12 ଆଙ୍ଗୁଠି ଏବଂ ଦୁଇ ପାଦରେ 19 ଆଙ୍ଗୁଠି ପାଇଁ ଗିନିଜ ବୁକ୍ ଅଫ୍ ଓ୍ବାର୍ଲ୍ଡ ରେକର୍ଡ କଲେ ମହିଳା । ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ କଳମ୍ବ ପଞ୍ଚାୟତ କାଦପଡା ଗ୍ରାମର 75 ବର୍ଷୀୟା କୁମାରୀ ନାୟକ ହାତରେ 12ଟି ଅଙ୍ଗୁଳି ଓ ପାଦରେ 19ଟି ପାଇଁ ଗିନିଜ ରେକର୍ଡ ପ୍ରତିଷ୍ଠା କରିଛନ୍ତି ।

ପୂର୍ବରୁ 2014ରେ ଦୁଇ ହାତରେ 14 ଏବଂ ଦୁଇ ପାଦରେ 12 ଆଙ୍ଗୁଠି ପାଇଁ ଦେବେନ୍ଦ୍ର ସୂତାର ଗିରିଜ ରେକର୍ଡ କରିଥିଲେ । ତେବେ ଅଧିକ ସଂଖ୍ୟାରେ ଆଙ୍ଗୁଠି (31) ପାଇଁ ଦେବେନ୍ଦ୍ରଙ୍କ ରେକର୍ଡ ଭାଙ୍ଗିଛନ୍ତି କୁମାରୀ ।

ହାତରେ 12, ଗୋଡରେ 19 ଆଙ୍ଗୁଠି: ଗିନିଜ ରେକର୍ଡ କଲେ କୁମାରୀ ନାୟକ

ଏହାସହ ବୃଦ୍ଧା ଜଣଙ୍କ ପିଲାଟି ଦିନରୁ କଥା କହି ପାରନ୍ତିନି । ତେବେ ତାଙ୍କ ଶରୀରରେ ଦେଖାଦେଇଥିବା ଏହି ଲକ୍ଷଣକୁ ଡାକ୍ତରୀ ଭାଷାରେ ପଲିଡାକ୍ଟଲି କୁହାଯାଏ । ଏଥିରେ ସାଧାରଣ ଲୋକଙ୍କ ଠାରୁ ଏମାନଙ୍କ ଆଙ୍ଗୁଳି ସଂଖ୍ୟା ଅଧିକ ରହିଥାଏ ।

ସେପଟେ ବୃଦ୍ଧାଙ୍କ କୌଣସି ପରିବାର ନଥିବାରୁ ସେ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ର ଉପରେ ଭରସା କରି ଚଳି ଆସୁଥିଲେ । ହେଲେ ତାଙ୍କ ବିଷୟରେ ଜାଣିବା ପରେ ସ୍ଥାନୀୟ ବିଧାୟକଙ୍କ ପରାମର୍ଶରେ ଅଗଷ୍ଟ 4 ତାରିଖରେ ତାଙ୍କୁ ନିଜ ଗ୍ରାମରୁ ଆଣି ପୋଲସରା ନିକଟସ୍ଥ ହାତିଓଟ ଗ୍ରାମର ଜରାଶ୍ରମରେ ରଖାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

BLANK FOR LINK

Conclusion:
Last Updated : Feb 3, 2020, 9:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.