ETV Bharat / city

ଶୀତରେ ଥରିବେ ରାଜ୍ୟବାସୀ, ରାତିରେ 3 ରୁ 5 ଡିଗ୍ରୀ ଖସିବ ପାରଦ - temperature will be reduce soon

ରାଜ୍ୟରେ ବଢିବ ଶୀତର ପ୍ରକୋପ । ଆସନ୍ତା ୪୮ ଘଣ୍ଟାରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବ ।

ଶୀତରେ ଥରିବେ ରାଜ୍ୟବାସୀ, ରାତିରେ 3 ରୁ 5 ଡିଗ୍ରୀ ତଳକୁ ଖସିବ ପାରଦ

author img

By

Published : Dec 18, 2020, 7:17 PM IST

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟାରେ ରାତ୍ରି ତାପମାତ୍ରା ୩ ରୁ ୫ ଡିଗ୍ରୀ ଖସିବ । ରାଜ୍ୟରେ ଶୀତ ବଢିବ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ସ୍ବଳ୍ପ କୁହୁଡି ଦେଖା ଦେବ ।

ଶୀତରେ ଥରିବେ ରାଜ୍ୟବାସୀ, ରାତିରେ 3 ରୁ 5 ଡିଗ୍ରୀ ତଳକୁ ଖସିବ ପାରଦ

ଅନୁଗୋଳ, ଢେଙ୍କାନାଳ, କନ୍ଧମାଳ, ମାଲକାନଗିରି, ନବରଙ୍ଗପୁର, ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ରାୟଗଡା ଜିଲ୍ଲାରେ ସ୍ବଳ୍ପ କୁହୁଡି ଦେଖା ଦେବା ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଓଡିଶା ମଧ୍ୟକୁ ଉତ୍ତର ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ଓ ଥଣ୍ଡା ବାୟୁ ପ୍ରବାହିତ ହେଉଛି । ଫଳରେ ତାପମାତ୍ରା ଖସିବ ଏବଂ ପ୍ରବଳ ଶୀତ ଅନୁଭୂତ ହେବ ।

ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ । ଗତ ୨୪ ଘଣ୍ଟା ଭିତରେ ଝାରସୁଗୁଡାରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୩.୪ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ଦାରିଙ୍ଗିବାଡିରେ ୧୨.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.