ବ୍ରହ୍ମପୁର: ପଶ୍ଚିମବଙ୍ଗରେ ଦୁଇ ଡାକ୍ତର ଛାତ୍ରଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ବ୍ରହ୍ମପୁରରେ ବିରୋଧ ପ୍ରଦର୍ଶନ ହୋଇଛି । ଏହି ଘଟଣା ପ୍ରତିବାଦରେ ସହରରେ ଅଧ୍ୟୟନରତ ଥିବା ଡାକ୍ତର ଛାତ୍ରଛାତ୍ରୀଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଛି । ଏମ୍.କେ.ସି.ଜି ମେଡିକାଲର ମୁଖ୍ୟ ଫାଟକ ସମ୍ମୁଖରେ ଡାକ୍ତର ଛାତ୍ରଛାତ୍ରୀମାନେ ଏକତ୍ରିତ ହୋଇ ଏହି ଘଟଣାକୁ ଦୃଢ ନିନ୍ଦା କରିଥିଲେ ।
ଦିନକୁ ଦିନ ରାଜ୍ୟ ତଥା ଦେଶରେ ଡାକ୍ତରଙ୍କ ଉପରେ ହିଂସା ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ବନ୍ଦ କରିବାକୁ ଆହ୍ବାନ କରାଯାଇଛି । ରୋଗୀଙ୍କୁ ସେବା କରିବା ପାଇଁ ନିୟୋଜିତ ଥିବା ଡାକ୍ତରଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ