ETV Bharat / city

'ସଂକ୍ରମଣ ରୋକିବା ପାଇଁ ଅଧିକ ସଚେତନ ରହିବା ଆବଶ୍ୟକ'

ଗଞ୍ଜାମ ଜିଲ୍ଲାପାଳଙ୍କ ସଚେତନତା ବର୍ତ୍ତା । ଆମର ସ୍ବାସ୍ଥ୍ୟ ଆମର ଦାୟିତ୍ବ ବୋଲି ଜିଲ୍ଲାପାଳ କହିବା ସହ କୋରୋନା ଚେନ୍କୁ ଭାଙ୍ଗିବା ପାଇଁ ସମସ୍ତଙ୍କୁ ଅଧିକ ସଚେତନତା ହେବାକୁ ପଡିବ ବୋଲି ବାର୍ତ୍ତା ଦେଇଛନ୍ତି ।

author img

By

Published : May 29, 2020, 8:40 AM IST

'ସଂକ୍ରମଣ ରୋକିବା ପାଇଁ ଅଧିକ ସଚେତନ ରହିବା ଆବଶ୍ୟକ'
'ସଂକ୍ରମଣ ରୋକିବା ପାଇଁ ଅଧିକ ସଚେତନ ରହିବା ଆବଶ୍ୟକ'

ବ୍ରହ୍ମପୁର: ଗଞ୍ଜମ ଜିଲ୍ଲାକୁ ବହୁ ସଂଖ୍ୟାରେ ପ୍ରବାସୀ ଓଡିଆ ଅନ୍ୟ ରାଜ୍ୟରୁ ନିୟମିତ ଭାବରେ ଫେରୁଛନ୍ତି । ସେମାନଙ୍କୁ ସରକାରଙ୍କ ସଙ୍ଗରୋଧ କେନ୍ଦ୍ରରେ ରଖାଯାଇଛି । ଆଉ ସଙ୍ଗରୋଧ କେନ୍ଦ୍ର ମଧ୍ୟରୁ ସମସ୍ତ କୋରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି । ହେଲେ ବର୍ତ୍ତମାନ ଜିଲ୍ଲାର ବହୁ ବ୍ୟକ୍ତିବିଶେଷ ବିନା କାରଣରେ ଘର ବାହାରେ ବୁଲୁଥିବା ଦେଖାଯାଇଛି । ମୁଖ୍ୟତଃ ବୟସ୍କ ଲୋକମାନେ ବିଭିନ୍ନ ଦୋକାନ ସମ୍ମୁଖଠାରୁ ଆରମ୍ଭ କରି ଚା' ଦୋକାନ ସମୁଖରେ ଏବଂ ଫୁଡ ଷ୍ଟଲରେ ଭିଡ ଜମାଉଛନ୍ତି । ଏପରିକି ସକାଳ ସମୟରେ ଯେଉଁମାନେ ବ୍ୟାୟମ କରିବାକୁ ଯାଉଛନ୍ତି ସେମାନେ ମଧ୍ୟ ମିଳିମିଶି ଯାଉଛନ୍ତି । ଏମାନେ ସମାଜିକ ଦୂରତ୍ବକୁ ମାନୁନଥିବା ବେଳେ ମାସ୍କ ମଧ୍ୟ ବ୍ୟବହାର କରୁନାହାନ୍ତି ।

ଏକାଠୀ ହୋଇ ସମସ୍ତେ ଯାତାୟାତ କରୁଥିବାରୁ କୋରୋନା ସଂକ୍ରମଣ ଆଶଙ୍କା ଅଧିକ ରହିଛି । ଏହି ଅଭ୍ୟାସ ପାଇଁ ଅନେକ ମାତ୍ରାରେ ହାନୀକାରକ ହେବାର ସମ୍ଭାବନା ରହିଛି । ଏଣୁ କୋରୋନାର ସଂକ୍ରମଣ ରୋକିବା ସହ ଚେନ୍କୁ ଭାଙ୍ଗିବା ପାଇଁ ସମସ୍ତଙ୍କୁ ଅଧିକ ସଚେତନତା ହେବାକୁ ପଡିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ।

ଜିଲ୍ଲାପାଳ କହିଛନ୍ତି ଯେ ଆମର ସ୍ବାସ୍ଥ୍ୟ ଆମର ଦାୟିତ୍ବ । ନିଜର ସ୍ବାସ୍ଥ୍ୟର ଦାୟିତ୍ବ ନିଜକୁ ହିଁ ନେବାକୁ ପଡିବ । ବୟସ୍କ ବ୍ୟକ୍ତିବିଶେଷଙ୍କଠାରୁ ଆରମ୍ଭ କରି ଉଚ୍ଚ ରକ୍ତଚାପ ରୋଗୀ ଏବଂ ମଧୁମେୟ ରୋଗୀ ଅଧିକ ସତର୍କ ଓ ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ଆମେ ନିଜେ ହିଁ ଆମ ପାଇଁ ଡାକ୍ତର ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ଏକ ଭିଡିଓ ମାଧ୍ୟମରେ ନିଜ ସଚେତନତା ବାର୍ତ୍ତା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.