ବ୍ରହ୍ମପୁର: ସମସ୍ୟା ଘେରରେ ବ୍ରହ୍ମପୁର ମହାନଗର ନିଗମର ୩୭ ନମ୍ବର ୱାର୍ଡ । ୱାର୍ଡ ଅଧିନରେ ରହିଛି ଗଣେଷ ନଗର , ସୂର୍ଯ୍ୟନଗର ଏବଂ ତୋଟା ସାହି ଭଳି ଅନେକ ଅଞ୍ଚଳ । ସ୍ଥାନୀୟ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଠାରୁ ଆରମ୍ଭ କରି ଭଲ ରାସ୍ତାଟିଏ ନଥିବାରୁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନାଳ ନର୍ଦ୍ଦମା ନଥିବା କାରଣରୁ ମୁଖ୍ୟ ରାସ୍ତା ଏବଂ ପାର୍ଶ୍ୱ ରାସ୍ତା କଡରେ ନାଳ ପାଣି ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି । ଫଳରେ ମଶା-ମାଛିଙ୍କ ପ୍ରାର୍ଦୁଭାବ ବଢିବାରେ ଲାଗିଛି । ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ଲେଖାଏଁ ପାଣି ମଧ୍ୟ ଜମି ରହୁଛି ।
ଏନେଇ ସ୍ଥାନୀୟବାସିନ୍ଦା ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଓ ଜନ ପ୍ରତିନିଧିଙ୍କୁ ଅବଗତ କରିଥିଲେ । ହେଲେ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆଯାଇଛି। ଏ ନେଇ କଣ କହୁଛନ୍ତି ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଆସନ୍ତୁ ଶୁଣିବା..
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ