ETV Bharat / city

କୋଭିଡ କଟକଣା ଭୁଲି ନାଚରେ ମସଗୁଲ ବରଯାତ୍ରୀ, ଗଣିଲେ 50 ହଜାର ତଣ୍ଡ

author img

By

Published : Jul 4, 2020, 4:21 PM IST

ଗଞ୍ଜାମ ଜିଲ୍ଲାରେ କୋଭିଡ ନିୟମକୁ ଉଲ୍ଲଘ୍ନଂନ କରି ଏକ ପଞ୍ଚତାରକା ହୋଟେଲରେ ବାହାଘର ହେବାର ଭିଡିଓ ଭାଇରାଲ । ଏ ନେଇ ଜିଲ୍ଲାପାଳ 50 ହଜାର ଜୋରିମାନା ସହିତ ଉଭୟ ପକ୍ଷଙ୍କ ବିରୋଧରେ ମାମଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ..

କୋଭିଡ କଟକଣା ଭୁଲି ନାଚରେ ମସଗୁଲ ବରଯାତ୍ରୀ, ଭିଡିଓ ଭାଇରାଲ

ବ୍ରହ୍ମପୁର:ବାଜା, ଗୀତରେ ଫାଟୁଛି ଖଣ୍ଡମଣ୍ଡଳ । ନାଚୁଛନ୍ତି ବର ସହ ବରଯାତ୍ରୀ । ନା ସାମାଜିକ ଦୂରତା ନା କାହାର ମୁହଁରେ ମାସ୍କ ରହିଛି । ତା ପରେ ପୁଣି ନିୟମ ଠାରୁ ଅଧିକ ସଂଖ୍ୟକ ଲୋକ ଏକଜୁଟ ହୋଇଛନ୍ତି । ବ୍ରହ୍ମପୁର ଗୋପାଳପୁର ଠାରେ ଏଭଳି ଏକ ଆଡମ୍ବରପୂର୍ଣ୍ଣ ବାହାଘର ଅନୁଷ୍ଠିତ ହୋଇଛି । ଯେଉଁଠି ବିନା ଦ୍ବନ୍ଦରେ କୋଭିଡ ନିୟମ ଭାଙ୍ଗିଥିବା ନଜର ଆସିଛି। ଏଭଳି ଏକ ପଞ୍ଚତାରକା ହୋଟେଲରେ ବାହାଘର ହେବାର ଭିଡିଓ ଭାଇରାଲ୍ ହୋଇଛି । ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଜିଲ୍ଲାପାଳ 50 ହଜାର ଜୋରିମାନା ସହିତ ଉଭୟ ପକ୍ଷଙ୍କ ବିରୋଧରେ ମାମାଲା ରୁଜ୍ଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନା ଭୟ ଗଞ୍ଜାମବାସୀଙ୍କ ନିଦ ହଜେଇଥିବା ବେଳେ ନିୟମ ଉଲ୍ଲଂଘନ କରିବାକୁ ପଛାଉନାହାନ୍ତି ଅମାନିଆ । ବିବାହ ସମୟରେ ରହିଥିବା ନିୟମକୁ ଭୁଲି ସମସ୍ତେ ନାଚରେ ମସଗୁଲ । ଯାହାକି ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟି । ତେବେ କିଭଳି ପ୍ରଶାସନ ପକ୍ଷରୁ ଏଭଳି ଆୟୋଜନ ପାଇଁ ଅନୁମତି ଦିଆଗଲା । ଏବଂ ଆୟୋଜକ ମଧ୍ୟ କିଭଳି କୋଭିଡ୍ ନିୟମକୁ ଉଲ୍ଲଂଘନ କରି ଏଭଳି କରିଛନ୍ତି ,ସେ ବି କଡା ନଜର ବଳରେ ରହିଥିବା ଗଞ୍ଜାମରେ । ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.