ETV Bharat / city

ସରପଞ୍ଚଙ୍କ ଘରେ ଭିଜିଲାନ୍ସ ଚଢାଉ, ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି ଜବତ

author img

By

Published : Jul 10, 2019, 8:54 PM IST

ବୁଧବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି  ଜବତ କରିଛି ଭିଜିଲାନ୍ସ ବିଭାଗ  ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର

ବ୍ରହ୍ମପୁର: ଭିଜିଲାନ୍ସ ଚଢାଉରେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଗୁଳି ଜବତ । ବୁଧବାର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ ବେଳେ ଗୋଟିଏ ମାଉଜର ସହ ଛଅ ରାଉଣ୍ଡ ଅଫୁଟା ଗୁଳି ଜବତ କରିଛି ଭିଜିଲାନ୍ସ ବିଭାଗ ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବହ୍ମପୁର

ସୂଚନା ଅନୁଯାୟୀ, ବୁଧବାର ଆଙ୍କରଡା ଗ୍ରାମପଞ୍ଚାୟତ ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ କରିଥିଲା । ଛାନଭିନ୍ ବେଳେ ତାଙ୍କ ଘରୁ ଗୋଟିଏ ମାଉଜର, ଛଅ ରାଉଣ୍ଡ ଜୀବନ୍ତ ଗୁଳି, ୬୧୫ ଗ୍ରାମ୍ ସୁନା ଅଳଙ୍କାର, ୧୪ ଶହ ଗ୍ରାମର ରୂପା ଅଳଙ୍କାର ସହ ନଗଦ ୪୪ ହଜାର ଟଙ୍କା ଜବତ କରାଯାଇଛି । ଏହାପରେ ଭିଜିଲାନ୍ସ ବିଭାଗ ପୋଲିସ ବିଭାଗକୁ ବନ୍ଧୁକ ଓ ଗୁଳିକୁ ହସ୍ତାନ୍ତର କରିବା ସହ ପୋଲିସ ଅଧିକ ତଦନ୍ତ କରିବା ପାଇଁ ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ସେପଟେ ସରପଞ୍ଚଙ୍କ 6ଟି ସ୍ଥାନରେ ଚଢାଉ କରାଯାଇ ଦଶ ଲକ୍ଷ ଟଙ୍କାର ମୋଟ ୧୧ ଟି ପ୍ଲଟ ସହ ୪ଟି ଘର ଥିବା ଜଣାପଡିଛି । ଏଥିସହ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୨୮ ଲକ୍ଷ ୮୦ ହଜାର ଟଙ୍କା ରହିଥିବା ବେଳେ ସରପଞ୍ଚଙ୍କ ଦୁଇଟି ଦାମୀ କାର, ଗୋଟିଏ ବୁଲେଟ ଓ ଦୁଇଟି ମୋଟର ସାଇକେଲ ରହିଥିବା ଜଣାପଡିଛି । ତେବେ ସରପଞ୍ଚଙ୍କ ସମସ୍ତ ସମ୍ପତ୍ତିର ମୂଲ୍ୟ 1,49,4543 ଟଙ୍କା ବୋଲି ବ୍ରହ୍ମପୁର ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି । ସେପଟେ ସରପଞ୍ଚଙ୍କ ଘରେ ଆୟବର୍ହିଭୂତ ସମ୍ପତ୍ତି ଠାବ ହେବା ଘଟଣା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବ୍ରହ୍ମପୁରରୁ ସମୀର ଆର୍ଚାର୍ଯ୍ୟ, ଇଟିଭି ଭାରତ

Intro:ହନୁମାନ ପଇସା ପାଇଁ ହୋଇଗଲା ନାଟ | ଘର ଲୋକଙ୍କ ପାଖରେ ହନୂମାନ ପଇସା ଥିବା ସନ୍ଦେହ କରି ଗତକାଲି ବିଳମ୍ବିତ ରାତିରେ ୧୦ ରୂ ଉର୍ଦ୍ଧ୍ବ ତକାୟତ ଡକାୟତ ମୁଖା ପିନ୍ଧି ମାରଣାସ୍ଥ ଦେଖାଇ ଲୁଟିନେଲେ ଅଳଙ୍କାର ଏବଂ ନଗଦ ଟଙ୍କା ସହିତ ମୋବାଇଲ୍‌ | ଏଭଳି ଘଟଣା ଘଟିଛି ଉଦଳା ଥାନା ଅଧୀନ ଝରଣାସାହି ଗ୍ରାମରେ | Body:ମୟୂରଭଞ୍ଜ ଜିଲା ଉଦଳା ଥାନା ଝରଣାସାହି ଗ୍ରାମରେ ହନୂମାନ ପଇସାକୁ କେନ୍ଦ୍ର କରି ତକାୟତି
ହୋଇଯାଇଛି | ଗ୍ରାମର ବୀର ହେମ୍ବ୍ରମଙ୍କ ଘରେ ହନୂମାନ ପଇସା ଥିବା ସନ୍ଦେହ କରି ୧୦ ରୁ ଉର୍ଦ୍ଧ୍ବ ତକାୟତ ମୂହଁରେ ମୂଖା ପିଝି ହାତରେ ମାରଣସ୍ତ୍ର ଧରି ବୀରଙ୍କ ଘରେ ଗତକାଲି ବିଲମ୍ବିତ ରାତିରେ ଘର ଭିତରେ ପଶିବା ପରେ ବୀରଙ୍କ କାବୂ କରି ବାନ୍ଧି ଦେବା ସହିତ ବିଭିନ ମାରଣାସ୍ଥ ଦେଖାଇ ଧମକଚମକ କରି ହନୂମାନ ପଇସା ମାଗିଥୁଲେ। ଡକାୟତ ଏବଂ ବୀରଙ୍କ ପୁଅ ମଧ୍ୟରେ ପାଟିତୁଣ୍ଡ ଶୁଣି ପରିବାର ଲୋକେ ପହଂଚିବା ପରେ ଡ଼କାୟତମାନେ ତାଙ୍କୁ ମାରଣାସ୍ତ୍ର ଦେଖାଇ ଭୟ ଭୀତ କରାଇଥୁଲେ । ସମସ୍ତଙ୍କୁ ଡକାୟତମାନେ ହନୁମାନ ପଇସା ମାଗିଥିବା ବେଳେ ହନୂମାନ ପଇସା କାହା ପାଖରେ ନ ଥୁବା କହିବା ପରେ ଡକାୟତମାନେ ଘରେ ଥୁବା ସୁନା ଅଳଙ୍କାର ସମେତ ନଗଦ ୨୦ ହଜାର ଟଙ୍କା ଏବଂ ୫ ଗୋଟି ମୋବାଇଲ, ଲୁଟ୍‌ କରି ଫେରାର ହୋଇଯାଇଥ୍‌ଲେ | ତେବେ ତକାୟତମାନେ ଆଦିବାସୀ, ଓଡିଆ ଭାଷାରେ କଥା ହେଉଥୁବା ବୀରଙ୍କ ପରିବାର ଲୋକେ କହିଛନ୍ତି । ଖବରପାଇ ଉଦଳା ପୋଲିସ୍‌ ଘଟଣାସ୍କୃଳରେ ପହଂଚି ତଦନ୍ତ ଆରମ କରିଛି | ଏ ସମ୍ବନ୍ଧରେ ପୋଲିସ ର ପତିକିୟା ମିଳି ପାରିନାହିଁ |
ବାଇଟ୍‌ ୧ - ପ୍ରଶନ ହେମ୍ବମ୍‌ (ବିର ହେମ୍ବମଙ୍କ ପୂଅ)

ବାଇଟ୍‌ ୨ ¬ ବୀର ହେମ୍ବମ୍‌ (ଅଭିଯୋଗକାରୀ)Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.