ଗଞ୍ଜାମ: ଦିଗପହଣ୍ଡି ବ୍ଲକର ଆଙ୍କରଡା ଗ୍ରାମପଞ୍ଚାୟତର ସରପଞ୍ଚ ଉସାନ୍ତ ସାହୁଙ୍କ ବାସଭବନରେ ଭିଜିଲାନ୍ସ ଚଢାଉ । ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢାଉ ହୋଇଛି ।
ଉସାନ୍ତଙ୍କ ବାସଭବନ ସମେତ ଏକ ସଙ୍ଗେ ଛଅଟି ସ୍ଥାନରେ ଚଢାଉ କରାଯାଇଛି । ଦିଗପହଣ୍ଡି ନୀଳାଦ୍ରୀବିହାରସ୍ଥିତ ଦୁଇ ମହଲା କୋଠା, ଦିଗପହଣ୍ଡି ମୁଖ୍ୟବଜାରରେ ରହିଥିବା ତିନି ମହଲା କୋଠା, ରାଜପୁର ଗ୍ରାମରେ ଥିବା ବାସଭବନ, ନବରଙ୍ଗପୁରର ନିଜ ଜନ୍ମସ୍ଥାନ ଏବଂ ଦିଗପହଣ୍ଡିର ଗାରଗା ହାଉସଠାରେ ଏହି ରେଡ କରାଯାଇଛି ।
ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ସମସ୍ତ ବିବରଣୀ ଆସିବା ପରେ କେତେ ପରିମାଣର ସମ୍ପତ୍ତି ରହିଛି ତାହା ସ୍ପଷ୍ଟ ହେବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ