ETV Bharat / city

କୁବେର କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ, ନଗଦ 5 ଲକ୍ଷ ଜବତ

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବ୍ରହ୍ମପୁର କାର୍ଯ୍ୟରତ ପୋଲିସ କନେଷ୍ଟବଳ (Berhampur police constable ) ସୁଦର୍ଶନ ପ୍ରଧାନଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସର (Vigilance Raid)ଚଢ଼ାଉ । ଅଧିକ ପଢନ୍ତୁ

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନ

author img

By

Published : Nov 29, 2021, 10:57 AM IST

Updated : Nov 29, 2021, 12:09 PM IST

ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କନଷ୍ଟେବଲଙ୍କ ଘରେ ବ୍ରହ୍ମପୁର ଭିଜିଲାନ୍ସର (Berhampur Vigilance Raid)ଚଢ଼ାଉ । ବ୍ରହ୍ମପୁର କାର୍ଯ୍ୟରତ ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଅତର୍କିତ ଚଢାଉ କରିଛି ଭିଜିଲାନ୍ସ ବିଭାଗର ସ୍ବତନ୍ତ୍ର ଟିମ୍ । ଏକକାଳୀନ 3ଟି ସ୍ଥାନରେ ଚଢାଉ କରାଯାଇ ବର୍ତ୍ତମାନ ସୁଦ୍ଧା ନଗଦ ପାଞ୍ଚ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ କରାଯାଇଛି ।

ଭିଜିଲାନ୍ସ ଜାଲରେ ପୋଲିସ କନେଷ୍ଟବଳ ସୁଦର୍ଶନ ପ୍ରଧାନ

ବ୍ରହ୍ମପୁର ସହରରେ ରହିଥିବା ଲୋଚାପଡା ଠାରେ ତିନି ମହଲା ବିଶିଷ୍ଟ ବାସଭବନ, ନିମଖଣ୍ଡି ଠାରେ ଥିବା ଏକ କୋଠା ଏବଂ ଭଞ୍ଜନଗର ନିକଟବର୍ତ୍ତୀ ଗାମୁଣ୍ଡି ଗ୍ରାମ ଠାରେ ରହିଥିବା ପୈତୃକ ବାସଭବନ ଉପରେ ଚଢାଉ ଜାରି ରହିଛି। ଏଥିରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଅତିରିକ୍ତ ଏସ୍.ପି ଙ୍କ ନେତୃତ୍ୱରେ ,ଦୁଇଟି ଡି. ଏସ୍. ପି ଏବଂ ପାଞ୍ଚ ଜଣ ଇନସପେକ୍ଟର ସାମିଲ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ନଗଦ ପାଞ୍ଚ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଥିବା ବେଳେ ସମସ୍ତ ସମ୍ପତ୍ତିର ଆକଳନ କରୁଛି ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 29, 2021, 12:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.