ETV Bharat / city

ଗଞ୍ଜାମରେ କାର୍ଯ୍ୟକାରୀ ହେବ ପାନୀୟ ଜଳଯୋଗାଣ ପ୍ରକଳ୍ପ, ଉପକୃତ ହେବେ ୩ ଲକ୍ଷ - water supply project

ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଏଥିପାଇଁ ସରକାର JJM ଯୋଜନାରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଦୁଇଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ଅଧିକ ପଢନ୍ତୁ...

ଗଞ୍ଜାମରେ କାର୍ଯ୍ୟକାରୀ ହେବ ପାନୀୟ ଜଳଯୋଗାଣ ପ୍ରକଳ୍ପ
ଗଞ୍ଜାମରେ କାର୍ଯ୍ୟକାରୀ ହେବ ପାନୀୟ ଜଳଯୋଗାଣ ପ୍ରକଳ୍ପ, ଉପକୃତ ହେବେ ୩ ଲକ୍ଷ
author img

By

Published : Oct 12, 2021, 8:45 AM IST

ବ୍ରହ୍ମପୁର: ଆସନ୍ତା ୨୪ ମାସ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଦୁଇ ଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପ ଆରମ୍ଭ ହେବ । । ମୁଖ୍ୟତଃ ରାଜ୍ୟର ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବା ବେଳେ ଏଥିପାଇଁ ସରକାର JJM ଯୋଜନାରେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଦୁଇଗୋଟି ବୃହତ୍ତ ଗ୍ରାମ୍ୟ ପାନୀୟ ଜଳଯୋଗାଣ ପ୍ରକଳ୍ପକୁ EPC ନିବିଦା ମାଧ୍ୟମରେ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଉକ୍ତ ପ୍ରକଳ୍ପ ଦ୍ବାରା ଜିଲ୍ଲାରେ ୪ଗୋଟି ବ୍ଲକ ଅଧୀନରେ ଥିବା ୮୬ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୩୦୪ ଟି ଗ୍ରାମରେ ବସବାସ କରୁଥିବା ପ୍ରାୟ ୬,୬୪,୩୧୩ ଜଣ ଜନସାଧାରଣଙ୍କୁ ପିଇବା ପାଣି ଯୋଗାଇ ଦିଆଯିବ । ସେଥିରୁ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନରେ ଥିବା ୩୩ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୮୧ଟି ଗ୍ରାମର ପ୍ରାୟ ୧,୫୪,୬୨୧ ଜଣ ଲୋକ ଉପକୃତ ହେବେ । ଗଞ୍ଜାମ ବ୍ଲକ ଅଧୀନରେ ରହିଥିବା ୨ ଗୋଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୬ ଟି ଗ୍ରାମର ପ୍ରାୟ ୧୫,୭୦୨ ଜଣ ଲୋକ, ଛତ୍ରପୁର ବ୍ଲକ ଅଧିନରେ ଥିବା ୨୧ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୭୪ ଟି ଗ୍ରାମର ପ୍ରାୟ ୧,୩୫,୪୨୨ଜଣ ଲୋକ ଓ ଖଲିକୋଟ ବ୍ଲକ ଅଧୀନରେ ଥିବା ୩୦ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୧୪୩ ଟି ଗ୍ରାମର ପ୍ରାୟ ୩,୫୮,୫୬୮ ଜଣ ଲୋକ ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ଉପକୃତ ହେବେ ।

ରାଜ୍ୟ କ୍ୟାବିନେଟ ପ୍ରକଳ୍ପର କାର୍ଯ୍ୟ ସମ୍ପାଦନ ନିମନ୍ତେ ଠିକା ସଂସ୍ଥା KEC - SPML (JV), Mumbai ଙ୍କ ୩୨୫ କୋଟି ୭୫ ଲକ୍ଷ ୬୪ ହଜାର ୯୧୦ ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ଦିଆଯାଇଛି । ଉକ୍ତ ପ୍ରକଳ୍ପ ଗୁଡିକ ୨୪ ମାସ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ସରକାରଙ୍କ ଏଭଳି ପଦକ୍ଷେପକୁ ଗଞ୍ଜାମ ଜିଲ୍ଲାବାସୀ ସ୍ବାଗତ କରିଛନ୍ତି ।

ବ୍ରହ୍ମପୁରର ପୂର୍ବତନ ବିଧାୟକ ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଛତ୍ରପୁରର ବିଧାୟକ ସୁବାସ ଚନ୍ଦ୍ର ବେହେରା , ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ , ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୋନମ ପଲ୍ଲେଇଙ୍କ ସମେତ ବିଭିନ୍ନ ବ୍ଲକର ଅଧ୍ୟକ୍ଷ /ଅଧ୍ୟକ୍ଷାଙ୍କ ସମେତ ଯୁବ ,ଛାତ୍ର ଓ ମହିଳା ବିଜେଡିର କର୍ମକର୍ତ୍ତାଙ୍କ ସହିତ ବହୁ ସରପଞ୍ଚ ଓ ସମିତିସଭ୍ୟ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.