ବ୍ରହ୍ମପୁର: ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି 5 ଜଣ ଆହତ। ଘଟଣାଟି ବ୍ରହ୍ମପୁର ସହରର ଟାଉନ ଥାନା ଅନ୍ତର୍ଗତ ଗାନ୍ଧି ନଗର ଛକରେ ନିକଟରେ ଘଟିଛି। ତେବେ କୌଣସି କାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ହଠାତ୍ ଗଣ୍ଡଗୋଳ ଘଟିଥିବା ବେଳେ ଏଥିରେ ଗୋଟିଏ ଗୋଷ୍ଠୀର ଯୁବକଙ୍କ ଆକ୍ରମଣରେ ଅନ୍ୟ ଗୋଷ୍ଠୀର 4 ଜଣ ଆହତ ହୋଇଛନ୍ତି ।
ଆହତଙ୍କୁ ଲୁହା ରଡ଼ ଏବଂ ମୋଟର ସାଇକେଲର ରଡରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅବସ୍ଥା ଗୁରୁତର ଥିବାରୁ ଆହତଙ୍କୁ ସ୍ଥାନୀୟ ନଗର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଧିକ ଚିକିତ୍ସା ପାଇଁ ନିଆଯାଇଛି । ଏନେଇ ଟାଉନ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ଦାୟର ହେବା ସହ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଇ ଘଟଣାର ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ