ETV Bharat / city

ନକଲି ମଦ ଚୋରା ଚାଲାଣ, 2 ଗିରଫ

author img

By

Published : Sep 10, 2022, 10:09 AM IST

Updated : Sep 10, 2022, 12:04 PM IST

ନକଲି ବିଦେଶୀ ମଦ ପ୍ରସ୍ତୁତ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହ ଗୋଟିଏ ଅଟୋ ରିକ୍ସା ଜବତ । ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ । ଅଧିକ ପଢ଼ନ୍ତୁ

ନକଲି ବିଦେଶୀ ମଦ ପ୍ରସ୍ତୁତ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ, ଦୁଇ ଗିରଫ

ବ୍ରହ୍ମପୁର: ନକଲି ବିଦେଶୀ ମଦ ପ୍ରସ୍ତୁତ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ । ଏହି ସମୟରେ ଦୁଇ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ । ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହ ଗୋଟିଏ ଅଟୋ ରିକ୍ସା ଜବତ ।

ନକଲି ମଦ ଚୋରା ଚାଲାଣ

ସୂଚନା ଅନୁସାରେ, ନକଲି ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ସହରର ପୋକଡିବନ୍ଧ ଛକ ନିକଟରେ ଅପେକ୍ଷା କରି ରହିଥିଲେ । ଏହି ସମୟରେ ଏକ ଅଟୋ ରିକ୍ସା ଯୋଗେ ଛତ୍ରପୁର ଅଞ୍ଚଳକୁ ନକଲି ବିଦେଶୀ ମଦ ଚୋରା ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ କର୍ମଚାରୀମାନେ ଏହାକୁ କାବୁ କରିଥିଲେ । ଏହି ଅଟୋ ରିକ୍ସାରେ ଥିବା ୨ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଚ ନେବାବେଳେ ଧରାପଡ଼ିଲେ ଶିକ୍ଷା ବିଭାଗର ଦୁଇ କିରାଣୀ

ତେବେ ଗିରଫ ଅଭିଯୁକ୍ତଙ୍କ ସୂଚନା ମୁତାବକ ସହରର ଫାଷ୍ଟଗେଟ ଅଞ୍ଚଳରେ ଚଢାଉ କରି ନକଲି ମଦ ପ୍ରସ୍ତୁତ କରୁଥିବା ସ୍ଥାନରେ ପହଞ୍ଚିଥିଲେ ଅବକାରୀ ଗୁଇନ୍ଦା ବିଭାଗର ଅଧିକାରୀ । ସେହି ସ୍ଥାନରେ ନକଲି ମଦ ପ୍ରସ୍ତୁତ କରିବା ପାଇଁ ବ୍ୟବହାର ସ୍ପିରିଟ୍ ସହିତ ଖାଲି ବୋତଲ, ବିଭିନ୍ନ କମ୍ପାନୀର ଠିପି ଓ ବହୁ ପରିମାଣର ନକଲି ବିଦେଶୀ ମଦ ସହିତ ଅଟୋ ରିକ୍ସା ମଧ୍ୟ ଜବତ କରାଯାଇଛି । ତେବେ ଏଭଳି ଏକ ନକଲି ବିଦେଶୀ ମଦ ଜବତ କରାଯିବା ଘଟଣାରେ ଅବକାରୀ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଇଟିଭି ଭାରତ, ବ୍ରହ୍ମପୁର

Last Updated : Sep 10, 2022, 12:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.