ETV Bharat / city

ଘର ଉପରେ ଚଢିଗଲା ଟ୍ରକ, ଚୁନା ହେଲା ଅଟୋ - ସଡକ ଦୁର୍ଘଟଣା

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଘର ଉପରକୁ ଚଢିଗଲା ଟ୍ରକ । ଆଉ ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ । ଅଧିକ ପଢନ୍ତୁ...

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ,ଘର ଉପରକୁ ଚଢିଗଲା ଟ୍ରକ

author img

By

Published : Sep 12, 2021, 1:54 PM IST

ବ୍ରହ୍ମପୁର: ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଘର ଉପରକୁ ଚଢିଗଲା ଟ୍ରକ । ଅଳ୍ପକେ ବର୍ତ୍ତିଲେ ସ୍ଥାନୀୟ ଲୋକେ । ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ଲାଞ୍ଜିଆ ଗାଁରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଟ୍ରକଟି ଘର ଉପରକୁ ଚଢି ଯାଇଥିଲା। ଯେଉଁଥିରୁ ଅଳ୍ପକେ ବର୍ତ୍ତିଯାଇଥିଲେ ସ୍ଥାନୀୟ ଲୋକେ। ହେଲେ ଦୁଇଟି ଟ୍ରକର ଡ୍ରାଇଭର ଗୁରୁତର ହୋଇପଡିଥିଲେ । ଉଭୟଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ,ଘର ଉପରକୁ ଚଢିଗଲା ଟ୍ରକ

ଏହି ଦୁର୍ଘଟଣାରେ ରାସ୍ତା କଡ଼ରେ ରହିଥିବା ଏକ ଅଟୋ ଭାଙ୍ଗି ରୁଜି ଯାଇଥିଲା । କ୍ଷତିପୂରଣ ଦାବିରେ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେବା ସହ କିଛି ସମୟ ପାଇଁ ରାସ୍ତାରୋକ କରାଯାଇଥିଲା । ଯାହାକୁ ନେଇ ବ୍ରହ୍ମପୁର - ଦିଗପହଣ୍ଡି ମୁଖ୍ୟ ରାସ୍ତାରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସେପଟେ,ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.