ETV Bharat / city

କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ଗଞ୍ଜାମ: ପିଠାପଣାରେ ବାସୁଛି ଘର, ଜମୁଛି ତାସର ଆସର

ଆଜି ହେଉଛି କୁମାର ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ଗାଁଠୁ ସହର । ତେବେ ବ୍ରହ୍ମପୁରରେ ଏହି ପର୍ବର ପରମ୍ପରା ଟିକେ ନିଆରା । କୁମାର ପୂର୍ଣ୍ଣିମା ଆସିଲେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜମିଥାଏ ତାସଖେଳର ଆସର । ଅଧିକ ପଢନ୍ତୁ...

author img

By

Published : Oct 20, 2021, 4:05 PM IST

କୁମାର ପୂର୍ଣ୍ଣିମା ଅବସରରେ ଘରେ ଘରେ ଜମୁଛି ତାସ ଖେଳର ଆସର

ବ୍ରହ୍ମପୁର: ଆଜି ହେଉଛି କୁମାର ପୂର୍ଣ୍ଣିମା । ଏନେଇ ଚଳଚଞ୍ଚଳ ଗାଁଠୁ ସହର । କାର୍ତ୍ତିକଙ୍କ ପରି ସୁନ୍ଦର ବର ପାଇବା ପାଇଁ କୁମାରୀ ଝିଅମାନେ ରଖିଥାନ୍ତି ଏହି ବ୍ରତ । ଏଥିପାଇଁ ବଡି ଭୋରରୁ ସ୍ନାନ କରି, ନୂଆ ବସ୍ତ୍ର ପରିଧାନ ସହ ନିଜକୁ ସଜାଇ ଚଉରା ମୂଳେ ମା’ ବୃନ୍ଦାବତୀଙ୍କୁ ସ୍ମରଣ କରି କୁମାରୀ ଝିଅମାନେ ଟେକିଥାନ୍ତି ଆଞ୍ଜୁଳି । ତେବେ ବ୍ରହ୍ମପୁରରେ ଏହି ପର୍ବର ପରମ୍ପରା ଟିକେ ନିଆରା । କୁମାର ପୂର୍ଣ୍ଣିମା ଆସିଲେ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଘରେ ଘରେ ଜମିଥାଏ ତାସଖେଳର ଆସର । ଗୋଟିଏ ସ୍ଥାନରେ ପରିବାର ବର୍ଗ ବସି ଖେଳିଥାନ୍ତି ଭଳିକି ଭଳି ତାସ ଖେଳ। ଏହାସହ ପିଠା , ମିଠା ଖାଇ ହସଖୁସିରେ କିଛି ଅର୍ଥକୁ ବାଜି ଲଗାଇ ଚାଲେ ତାସ ଖେଳ ।

କୁମାର ପୂର୍ଣ୍ଣିମାରେ ଚଳଚଞ୍ଚଳ ଗଞ୍ଜାମ: ପିଠାପଣାରେ ବାସୁଛି ଘର, ଜମୁଛି ତାସର ଆସର

ବ୍ରହ୍ମପୁର ସହରର ପ୍ରତି ଘରେ ତାସଖେଳକୁ ଜୁଆ ଭାବେ ଖେଳାଯାଇଥାଏ । କୁମାରପୂର୍ଣ୍ଣମା ଦିନ ଏହି ତାସ ଖେଳ ପ୍ରତି ନା ରହିଥାଏ ପରିବାରର କଟକଣା ନା ଏଥିପାଇଁ ମନରେ ରହିଥାଏ କୌଣସି ଭୟ। ଯାହାକୁ ଘରର ସମସ୍ତ ସଦସ୍ୟ ଏକାଠି ଖେଳି ଏହାର ବେଶ ମଜା ଉଠାଇଥାନ୍ତି । ଏହାକୁ ଦେଖିଲେ ଅନୁଭବ ହୁଏ, ସତେ ଯେପରି କୁମାର ପୂର୍ଣ୍ଣିମାକୁ ଅପେକ୍ଷା କରି ରହିଥିଲେ ଆବାଳବୃଦ୍ଧ ବନୀତା ।

କୁମାର ପୂର୍ଣ୍ଣିମାକୁ ନେଇ ଉତ୍ସବମୁଖର ସାରା ରାଜ୍ୟ। ଏପରିକି ଏହି ଦିନ ଝିଅ ଓ ନବବଧୂମାନେ ଚନ୍ଦ୍ରଙ୍କୁ ଆଞ୍ଜୁଳା ଟେକି ପୂଜା କରିବା ସହ ସନ୍ଧ୍ୟାବେଳେ ଏକ ମାସ ବ୍ୟାପି ଚାଲିଥିବା ଜହ୍ନି ଓଷାକୁ କରିଥାନ୍ତି ଉଦଯାପିତ ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.