ETV Bharat / city

କୋଭିଡ ନିୟମ ଦ୍ବାହି ଦେଇ ଜୋରିମାନା ଆଦାୟ ଅଭିଯୋଗ, ବ୍ୟବସାୟୀଙ୍କ ବିରୋଧ - ganjam traders

କୋଭିଡ କଟକଣା ଉଲ୍ଲଙ୍ଘନ କରୁଥିବା ନେଇ ବାରମ୍ବାର ଅଭିଯୋଗ କରି ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଯାହାକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି ବ୍ୟବସାୟୀ ସଂଘ । ଅଧିକ ପଢନ୍ତୁ...

କୋଭିଡ ନିୟମର ଦ୍ବାହି ଦେଇ ଜୋରିମାନା ଆଦାୟକୁ ବ୍ୟବସାୟୀଙ୍କ ବିରୋଧ

author img

By

Published : Oct 17, 2020, 7:37 AM IST

ବ୍ରହ୍ମପୁର: କୋଭିଡ ନିୟମର ଦ୍ବାହି ଦେଇ ବ୍ରହ୍ମପୁର ସହରରେ ବ୍ୟବସାୟୀଙ୍କ ଠାରୁ ନିୟମିତ ଭାବରେ ଜୋରିମାନା ଆଦାୟକୁ ନେଇ ଆରମ୍ଭ ହୋଇଛି ବିରୋଧ । ସହରର ଆଗା ସାହି ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧ କରାଯାଇଛି ।

କୋଭିଡ ନିୟମର ଦ୍ବାହି ଦେଇ ଜୋରିମାନା ଆଦାୟକୁ ବ୍ୟବସାୟୀଙ୍କ ବିରୋଧ

ବଜାରରେ ମାସ୍କ ଠାରୁ ଆରମ୍ଭ କରି ବିଭିନ୍ନ ନିୟମର ଉଲ୍ଲଙ୍ଘନ କରାଯାଉଥିବା ଅଭିଯୋଗରେ ଛୋଟ ଛୋଟ ବ୍ୟବସାୟୀଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଥିବାରୁ ତାହାକୁ ବିରୋଧ କରାଯାଇଛି । ଯାହାକୁ ନେଇ ନିଗମ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯିବା ସହିତ ସହରରେ ଯଥାଶୀଘ୍ର ଏଭଳି କାର୍ଯ୍ୟ ବନ୍ଦ କରିବାକୁ ଚେତାବନୀ ଦେଇଛି ବ୍ୟବସାୟୀ ସଂଘ ।

ଏପରିକି ଏନଫୋର୍ସମେଣ୍ଟ ସ୍କାର୍ଡ ନାମରେ ଆସୁଥିବା କର୍ମଚାରୀ ମାନେ ବ୍ୟବହାର ସହ ଗୁଣ୍ଡାରାଜ କରୁଥିବା ଅଭିଯୋଗ କରିଛି ବ୍ୟବସାୟୀ ସଂଘ । ଏହି ଅବସରରେ ମହାନଗର ନିଗମ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଡେପୁଟି କମିଶନରଙ୍କୁ ସାକ୍ଷାତ କରି ଏକ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି ସଂଘର କର୍ମକର୍ତ୍ତା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.