ETV Bharat / city

ସଟସର୍କିଟରୁ ନିଆଁ ଲାଗି ବିଜେଡିର ଟାଣୁଆ ନେତାଙ୍କ ସମେତ 3 ମୃତ - ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତି

ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ପାଣିଗ୍ରାହୀ ସାହିରେ ଅଗ୍ନିକାଣ୍ଡ । ସଟସର୍କିଟରୁ ଘରେ ନିଆଁ ଲାଗିଯିବାରୁ ଶ୍ବାସରୁଦ୍ଧ ହୋଇ ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତି ତଥା ଟାଣୁଆ ନେତା ଅଲେଖ ଚୈଧୁରୀଙ୍କ ସମେତ 3 ଜଣଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ସଟସର୍କିଟରୁ ନିଆଁ ଲାଗି ବିଜେଡିର ଟାଣୁଆ ନେତାଙ୍କ ସମେତ 3 ମୃତ
ଅଗ୍ନିକାଣ୍ଡରେ ବ୍ରହ୍ମପୁର ବିସିସି ବ୍ୟାଙ୍କ ସଭାପତିଙ୍କ ସମେତ 3 ମୃତ
author img

By

Published : May 29, 2020, 10:05 AM IST

Updated : May 29, 2020, 3:52 PM IST

ବ୍ରହ୍ମପୁର: ଗୁରୁବାର ରାତ୍ର ପ୍ରାୟ ସମୟ ପାଖାପାଖି ୨ ଘଣ୍ଟା । ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ପାଣିଗ୍ରାହୀ ସାହିରେ ରହୁଥିବା ସହରର ଆଗଧାଡିର ଟାଣୁଆ ନେତା ତଥା ବିସିସି ବ୍ୟାଙ୍କର ସଭାପତି ଆଲେଖ ଚୌଧୁରୀ ଘର ଘଟିଥିଲା ଅଗ୍ନିକାଣ୍ଡ । ଘର ମଧ୍ୟରେ ରହିଥିଲେ ଅଲେଖଙ୍କ ସମେତ ତାଙ୍କ ଧର୍ମପତ୍ନୀ ସୁଶମା, ୮୪ ବର୍ଷୀୟ ରୋଗାଗ୍ରସ୍ତ ଶାଳକ ଭଗବାନ ପାତ୍ର ଏବଂ କେୟାର ଟେକର୍ ୧୯ ବର୍ଷୀୟ ସୁନିଲ ସାହୁ । ଉପର ଘରେ ନିଆଁ ଲାଗିଥିବା ଦେଖି ନିଜର ପତ୍ନୀଙ୍କୁ ପ୍ରଥମେ ଘରୁ ବାହାରକୁ ଆଣି ଛାଡିବା ପରେ ଘରର ବଡ ପୁଅଙ୍କୁ ଫୋନ୍ କରି ନିଆଁ ଲାଗିଥିବା ବିଷୟ ଅବଗତ କରାଇଥିଲେ ଅଲେଖ । ଏହାପରେ ଘର ମଧ୍ୟରେ ରହିଯାଇଥିବା କ୍ୟାନସରରେ ପୀଡିତ ଶାଳକ ଭଗବାନ ଓ କେୟାର ଟେକର୍ ସୁନିଲକୁ ପୁଣି ଘର ମଧ୍ୟକୁ ପଶିଯାଇଥିଲେ ଏହି ଟାଣୁଆ ନେତା । ଏହି ସମୟରେ ଘରସାରା ବ୍ୟାପିଯାଇଥିଲା ଧୂଆଁ । ଆଉ ଏହାରି ମଧ୍ୟରେ ଶ୍ବାସରୂଦ୍ଧ ହୋଇ ରହିଯାଇଥିଲେ ତିନି ଜଣ ।

ସଟସର୍କିଟରୁ ନିଆଁ ଲାଗି ବିଜେଡିର ଟାଣୁଆ ନେତାଙ୍କ ସମେତ 3 ମୃତ

ଅଗ୍ନିଶମ ବିଭାଗର ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ତିନି ଜଣଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଥିଲେ । ଶ୍ବାସରୁଦ୍ଧ ହୋଇ ଏଭଳି ମୃତ୍ୟୁ ଘଟିଥିବା କହିଛନ୍ତି ଅଲେକଙ୍କ ପୁଅ । ସେପଟେ ଅଲେଖଙ୍କର ଏଭଳି ମୃତ୍ୟୁର ଖବର ପ୍ରଚାରିତ ହେବା ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲକୁ ଛୁଟିଥିଲେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ । ରାଜନେତାଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ବାସିନ୍ଦା ଶେଷ ଦର୍ଶନ ପାଇଁ ଅପେକ୍ଷା କରି ରହିଥିବା ବେଳେ ପୋଲିସ ଉପସ୍ଥିତିରେ ଅଲେଖଙ୍କ ସମେତ ଅନ୍ୟ ତିନି ଜଣଙ୍କ ମୃତଦେହକୁ ପଞ୍ଚନାମା କରାଯାଇ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ସର୍ଟସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।

ଏମିତି ବି ଆସେ ମୃତ୍ୟୁ । ମାତ୍ର କିଛି ମିନିଟ୍ ମଧ୍ୟରେ ଦୀର୍ଘ ଦିନ ଧରି ବ୍ରହ୍ମପୁର ସହର ସମେତ ରାଜ୍ୟର ଜଣେ ଟାଣୁଆ ନେତା ଭାବରେ କାର୍ଯ୍ୟ କରି ଶେଷରେ ବିସିସି ବ୍ୟାଙ୍କର ସଭାପତି ଭାବରେ ଦାୟିତ୍ବ ତୁଲାଉଥିବା ଅଲେଖ ଚୌଧୁରୀଙ୍କ ବିୟୋଗ ସମସ୍ତଙ୍କ ସ୍ତବ୍ଧ କରିଦେଇଥିବା ବେଳେ ବିଭିନ୍ନ ମହଲରେ ଖେଳିଯାଇଛି ଶୋକର ଛାୟା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟଙ୍କ, ଇଟିଭି ଭାରତ

Last Updated : May 29, 2020, 3:52 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.