ବ୍ରହ୍ମପୁରରୁ: ପାରମ୍ପରିକ ରୀତିନୀତିରେ ଉଦଯାପିତ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା । ମୁଖ୍ୟପୀଠକୁ ଫେରିଲେ ମାଆ। ଚଳିତ ବର୍ଷ କୋରୋନା କଟକଣା ଯୋଗୁ ମା’ଙ୍କ ଯାତ୍ରାକୁ ନେଇ ବ୍ରହ୍ମପୁରରେ ସେଭଳି ଚଳଚଞ୍ଚଳ ଦେଖିବାକୁ ମିଳିନଥିଲା। କେବଳ ପରମ୍ପରାକୁ ଭିତ୍ତି କରି ଯାତ୍ରା ଆୟୋଜିତ ହୋଇଥିଲା ।
ଚଳିତବର୍ଷ ମାଆଙ୍କ ଘଟ ପରିକ୍ରମା ଏବଂ ବିଭିନ୍ନ ସାହିରେ ହେଉଥିବା କଳାକୁଞ୍ଜ ଏବଂ ରଥ ନିର୍ମାଣକୁ ବନ୍ଦ କରାଯାଇଛି । ଅସ୍ଥାୟୀ ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା ନକରି କେବଳ ଦର୍ଶନକୁ ଅନୁମତି ପ୍ରଦାନ କରିଥିଲେ। ତେବେ ମା’ଙ୍କ ଅସ୍ଥାୟୀ ମଣ୍ଡପକୁ ଫେରିବା 3 ଦିନ ପରେ ଦୁଇ ପୂଜକ କୋରୋନା ଆକ୍ରାନ୍ତ ପରେ ଶ୍ରଦ୍ଧାଳୁଙ୍କ ସାଧାରଣ ଦର୍ଶନକୁ ମଧ୍ୟ ବନ୍ଦ କରି ଦିଆଯାଇଥିଲା ।
ଅସ୍ଥାୟୀ ମଣ୍ଡପରେ କେବଳ ପୂଜକ ଉପସ୍ଥିତ ରହି ନୀତି ନିୟମ ମୁତାବକ ପୂଜାର୍ଚ୍ଚନା ଜାରି ରଖିଥିଲେ ।ମାଆଙ୍କ ଯାତ୍ରାର ଶେଷ ଦିବସ ଅବସରରେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯିବା ସହ ବର୍ତ୍ତମାନ ନାଇଟ କଫ୍ୟୁ ରହିଥିବାରୁ ପୁଣି ନିରାଡ଼ମ୍ବର ପଟୁଆରରେ ଅଳ୍ପ ସଂଖ୍ୟକ ଭକ୍ତଙ୍କ ଗହଣରେ ମାଆ ଫେରିବେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ , ଇଟିଭି ଭାରତ