ETV Bharat / city

ଗଞ୍ଜାମରେ ଫସିଥିବା ଶ୍ରମିକଙ୍କ ପାଇଁ ପ୍ରଶାସନର ନିଆରା ପଦକ୍ଷେପ

author img

By

Published : Apr 9, 2020, 11:02 AM IST

ଗଞ୍ଜାମରେ ଫସିଥିବା ଶ୍ରମିକଙ୍କ ପାଇଁ ପ୍ରଶାସନର ନିଆରା ପଦକ୍ଷେପ । କୋଭିଡ୍-୧୯ ଗେଷ୍ଟ ଟ୍ରାଞ୍ଜିଟ୍ କ୍ୟାମ୍ପରେ ରହୁଛନ୍ତି ଦାଦନ । ଅଧିକ ପଢନ୍ତୁ...

The administration's move is a step in the right direction for workers trapped in Ganjam
ଗଞ୍ଜାମରେ ଫସିଥିବା ଶ୍ରମିକଙ୍କ ପାଇଁ ପ୍ରଶାସନର ନିଆରା ପଦକ୍ଷେପ

ବ୍ରହ୍ମପୁର: ଲକ ଡାଉନ ପାଇଁ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ଶ୍ରମିକ । ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଶ୍ରମିକ ମାନଙ୍କୁ ରଖିବା ପାଇଁ ସ୍ବତନ୍ତ୍ର ସୁବିଧା କରାଯାଇଛି । ପ୍ରଶାସନ ପକ୍ଷରୁ ଜିଲ୍ଲାର ଦୁଇଟି ବୋର୍ଡ ପଏଣ୍ଟକୁ ସିଲ କରିଦେବା ସହ ସେଠାରେ ପୋଲିସ ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ବିଭିନ୍ନ ଟ୍ରକରେ ଯାଉଥିବା କେତେକ ଶ୍ରମିକଙ୍କୁ ଉଦ୍ଧାର କରାଯାଇ ସ୍ବତନ୍ତ୍ର ଭାବରେ ଖୋଲାଯାଇଥିବା କୋଭିଡ୍ -19 ଗେଷ୍ଟ ଟ୍ରାଞ୍ଜିଟ୍ କ୍ୟାମ୍ପରେ ରଖାଯାଇଛି । ଖୋର୍ଦ୍ଧା ଏବଂ ଗୋଳନ୍ଥରାରେ ଏଭଳି ଯାଞ୍ଚ କରାଯାଉଥିବା ବେଳେ ବ୍ରହ୍ମପୁର ସହର ଉପକଣ୍ଠ ହଳଦିଆପଦର ଠାରେ ରହିଥିବା ଏହି ଗେଷ୍ଟ ଟାଞ୍ଜିଟ୍ କ୍ୟାମ୍ପରେ ପୁରୁଷଙ୍କ ସହିତ ମହିଳା ଏବଂ ଛୋଟ ପିଲା ରହୁଥିବା ଏକ ଭିଡିଓ ମାଧ୍ୟମରେ ଅବଗତ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ ।

ଏପରିକି ଏହି କ୍ୟାମ୍ପରେ ରହିବା ପୂର୍ବରୁ ଉଦ୍ଧାର କରାଯାଇଥିବା ଶ୍ରମିକଙ୍କୁ ସ୍କ୍ରିନିଂ କରାଯିବା ସହ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଛି । ଏପରିକି ଉଦ୍ଧାର ଶ୍ରମିକଙ୍କୁ ସମସ୍ତ ପ୍ରକାର ସୁବିଧା ପ୍ରଦାନ କରାଯାଇଥିବା ବେଳେ ସେଠାରେ ସାମାଜିକ ଦୂରତା କିଭଳି ରହିବ ଏବଂ ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କ ରହିବା ପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଏନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସମସ୍ତ ବ୍ୟବସ୍ଥାକୁ ନିଜେ ଅନୁଧ୍ୟାନ କରୁଥିବା ବେଳେ ପ୍ରଶାସନ ପକ୍ଷରୁ ଏନେଇ ଏକ ଭିଡିଓ ଜାରି କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.