ETV Bharat / city

ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ - ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଶିକ୍ଷକ ନିଲମ୍ବିତ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କଇଠଖଣ୍ଡି ପଞ୍ଚାୟତ ଅଧିନସ୍ଥ ତଲାସିଙ୍ଗି ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି।

ଫାଇଲ ଫଟୋ
author img

By

Published : Nov 13, 2019, 11:08 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅଧିନସ୍ଥ କଇଠଖଣ୍ଡି ପଞ୍ଚାୟତ ଅଧିନସ୍ଥ ତଲାସିଙ୍ଗି ସରକାରୀ ହାଇସ୍କୁଲରେ ନବମ ଶ୍ରେଣୀ ଛାତ୍ରକୁ ମାଡ ମାରିବା ଘଟଣାରେ ଜିଲ୍ଲା ଶିକ୍ଷାଧିକାରୀ ଜଣେ ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି। ଗତ ଶୁକ୍ରବାର ବିଦ୍ୟାଳୟର ନବମ ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଦୀପକ କୁମାର ସେଠୀକୁ, ଶିକ୍ଷକ ସୁନିଲ କୁମାର ମହାନ୍ତି ତାଙ୍କ କାରରୁ ଧୂଳି ସଫା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଶିକ୍ଷକଙ୍କ କଥା ମାନି ଦୀପକ କାର ସଫା କରୁଥିବା ବେଳେ, ଏଥିରେ ଦାଗ ହୋଇଥିଲା। ଏହାକୁ ନେଇ ଶିକ୍ଷକ ଜଣକ ଉତ୍ତେଜିତ ହୋଇ ଏକ ବେତରେ ଦୀପକକୁ ନିସ୍ତୁକ ମାଡ଼ ମାରିଥିଲେ।

teacher suspend
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଯେଉଁଥିରେ ତା’ର ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ତଲାସିଙ୍ଗି ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଦୀପକକୁ ଭର୍ତ୍ତି କରାଯାଇଥିଲା। ଏ ଘଟଣାର ପ୍ରତିବାଦରେ ବହୁ ଅଭିଭାବକ ଓ ଗ୍ରାମବାସୀ ହାଇସ୍କୁଲରେ ପହଞ୍ଚି ହୋହାଲ୍ଲା କରିଥିଲେ। ଏହି ଘଟଣା ନେଇ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏନେଇ ତଦନ୍ତ କରି ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା, ଶିକ୍ଷକ ସୁନିଲ କୁମାର ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ନବମ ଶ୍ରେଣୀ ବିଦ୍ୟାର୍ଥୀ ଙ୍କୁ ବିନା କାରଣରେ ଶିକ୍ଷକ ଙ୍କ ମାଡ ମାରିବା ଘଟଣା ର ଅଭିଯୋଗ ରେ ତଦନ୍ତ କରି ଶେଷରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସଂପୃକ୍ତ ଶିକ୍ଷକ ଙ୍କ କରାଯାଇଛି ନିଲମ୍ବିତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି ସରକାରୀ ହାଇସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଙ୍କ କ୍ଷେତ୍ରରେ । ଗତ ଶୁକ୍ରବାର ଦିନ ବିଦ୍ୟାଳୟର ନବମ ଶ୍ରେଣୀ ପଢୁଥିବା ବିଦ୍ୟାର୍ଥୀ ଦିବ୍ୟାଙ୍ଗ ଛାତ୍ର ଦୀପକ କୁମାର ସେଠୀଙ୍କୁ ଶିକ୍ଷକ ସୁନିଲ କୁମାର ମହାନ୍ତି ଙ୍କ ନିଜସ୍ୱ କାର ରୁ ଧୂଳି ସଫା କରିବା ପାଇଁ ନିର୍ଦ୍ଧେଶ ଦେଇଥିଲେ । ହେଲେ କାର ସଫେଇ କରୁଥିବା ସମୟରେ କାରରେ ଦାଗ ହୋଇଯିବାରୁ ଶିକ୍ଷକ ଜଣକ ଉତ୍ତୋଜିତ ହୋଇ ଛାତ୍ରଙ୍କୁ ଏକ ବେତ ସାହାର୍ଯ୍ୟରେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଛାତ୍ର ଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା । ଯାହାକୁ ନେଇ ତଲାସିଙ୍ଗି ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଚିକିତ୍ସା କରାଯାଇ ପ୍ରତିବାଦରେ ବହୁ ଅଭିଭାବକ ଓ ଗ୍ରାମବାସୀ ହାଇସ୍କୁଲରେ ପହଞ୍ଚି ହୋହାଲ୍ଲା କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ନେଇ ଉତ୍ତୋଜନା ମୂଳକ ପରିସ୍ଥିତି ଉପୁଜିଥିଲା। ଘଟଣାରେ ଗ୍ରାମବାସୀ ଏହି ଘଟଣାର ତଦନ୍ତ କରି ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲା ଶିକ୍ଷାଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଶେଷରେ ଜିଲ୍ଲା ଶିକ୍ଷାଧିକାରୀ ସନାତନ ପଣ୍ଡା ଶିକ୍ଷକଙ୍କୁ ନିଳମ୍ୱିତ କରିଛନ୍ତି । Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.