ETV Bharat / city

Tapaswini-Sumit Marital Discord: SDJM କୋର୍ଟଙ୍କ ପୁନଃ ରାୟ, ତପସ୍ଵିନୀଙ୍କ ଦାୟିତ୍ବ ନେବେ ସୁମିତ

author img

By

Published : Dec 20, 2021, 8:01 PM IST

Updated : Dec 20, 2021, 10:56 PM IST

ତପସ୍ଵିନୀଙ୍କୁ ଏକ ଭଡ଼ା ଘରେ ରଖିବାକୁ ସ୍ବାମୀ ସୁମିତଙ୍କୁ ନିର୍ଦ୍ଦେଶ ଦେଲେ ବ୍ରହ୍ମପୁର SDJM କୋର୍ଟ । ଖାଲି ସେତିକି ନୁହେଁ ତପସ୍ଵିନୀଙ୍କ ସବୁ ପ୍ରକାର ରକ୍ଷଣାବେକ୍ଷଣର ଦାୟିତ୍ବ ମଧ୍ୟ ନେବେ ସୁମିତ । ଅଧିକ ପଢ଼ନ୍ତୁ

ତପସ୍ଵିନୀଙ୍କ ଦାୟିତ୍ବ ନେବେ ସୁମିତ
Tapaswini Sumit Controversy: ତପସ୍ଵିନୀଙ୍କ ଦାୟୀତ୍ବ ନେବେ ସ୍ବାମୀ ସୁମିତ

ବ୍ରହ୍ମପୁର: ତପସ୍ଵିନୀଙ୍କୁ ଏକ ଭଡ଼ା ଘରେ ରଖିବାକୁ ପୁଣି ସ୍ବାମୀ ସୁମିତଙ୍କୁ ନିର୍ଦ୍ଦେଶ ଦେଲେ ବ୍ରହ୍ମପୁର SDJM କୋର୍ଟ (SDJM Court again asks Sumit to take a rented accommodation and stay with Tapaswini) । ଖାଲି ସେତିକି ନୁହେଁ ତପସ୍ଵିନୀଙ୍କ ସବୁ ପ୍ରକାର ରକ୍ଷଣାବେକ୍ଷଣର ଦାୟିତ୍ବ ମଧ୍ୟ ନେବେ ସୁମିତ । ବ୍ରହ୍ମାନଗର ଅଞ୍ଚଳର ଡାକ୍ତର ସୁମିତ ସାହୁ ଏବଂ ତାଙ୍କ ପତ୍ନୀ ତପସ୍ୱିନୀ ଦାଶଙ୍କ ବିବାଦର ଆଜି ପ୍ରକାଶ ପାଇବାକୁ ଥିଲା ତପସ୍ୱିନୀଙ୍କ ମୁଖ୍ୟ ପିଟିସନର ରାୟ ।

Tapaswini-Sumit Marital Discord: SDJM କୋର୍ଟଙ୍କ ପୁନଃ ରାୟ, ତପସ୍ଵିନୀଙ୍କ ଦାୟିତ୍ବ ନେବେ ସୁମିତ

ଶ୍ୱଶୁର ଘରେ ବୋହୁର ମାନ୍ୟତା ସହିତ ସ୍ୱାମୀ ପାଖରେ ରହିବାକୁ ଦାବି କରି ବ୍ରହ୍ମପୁର SDJM କୋର୍ଟରେ ପିଟିସନ ଦାଖଲ କରିଥିଲେ । ମୁଖ୍ୟ ପିଟିସନ୍ ମାମାଲାରେ ଆଜି ଦୁଇ ପକ୍ଷର ଆଇନଜୀବିମାନେ କୋର୍ଟରେ ହାଜର ହୋଇଥିଲେ । ଆଜି ଉକ୍ତ ମାମଲାର ଡାକ୍ତର ସୁମିତଙ୍କ ପକ୍ଷରୁ ୧୫ ଦିନ ସମୟ ମାଗାଯାଇଥିଲା ।

ତେବେ ଏହାକୁ କୋର୍ଟଙ୍କ ପକ୍ଷରୁ ଖାରଜ କରି ଦିଆଯାଇଛି । କୋର୍ଟଙ୍କ ପକ୍ଷରୁ ନିଶ୍ଚିତ ରୂପେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ତପସ୍ୱିନୀ । ଏନେଇ ତପସ୍ୱିନୀ ଦାଶ ଓ ସମାଜସେବୀ ପ୍ରମିଳାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

Last Updated : Dec 20, 2021, 10:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.