ବ୍ରହ୍ମପୁର: ଡାକ୍ତର ସୁମିତ ସାହୁ ଏବଂ ତପସ୍ୱିନୀ ଦାଶ ବିବାଦ(Tapaswini-Sumit Marital Discord) ଘଟଣାରେ ସ୍ଥାନୀୟ ମହିଳାମାନେ ସୁମିତଙ୍କ ଘରେ ଭଙ୍ଗାରୁଜା କରିବାକୁ ବିରୋଧ କରି ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ଏନେଇ ସୁମିତଙ୍କ ଆଇନଜୀବୀ ସ୍ପଷ୍ଟ ହୋଇଛି ।
ଏହା ମଧ୍ୟ ପଢନ୍ତୁ:- Tapaswini-Sumit Marital Discord: ସୁମିତଙ୍କ ଘର ଗେଟ୍ ଭାଙ୍ଗିଲେ ଶତାଧିକ ମହିଳା
ସେପଟେ ସୋମବାର ଉତ୍ତ୍ୟକ୍ତ ମହିଳା ଧାରଣାରତ ତପସ୍ୱିନୀଙ୍କୁ ଶ୍ୱଶୁର ଘର ଲୋକେ ଗ୍ରହଣ କରନ୍ତୁ ବୋଲି ଦାବି କରି ସୁମିତଙ୍କ ଘର ମୁଖ୍ୟ ଫାଟକ ଭାଙ୍ଗିବା ପରେ ପୋଲିସ ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ସହରର ବ୍ରହ୍ମାନଗର ଦ୍ୱିତୀୟ ଲାଇନରେ ପୋଲିସ ପକ୍ଷରୁ କଡା ନଜର ରଖାଯାଇ ଥିବାବେଳେ ୨୪ ଘଣ୍ଟିଆ ପୋଲିସ ସୁରକ୍ଷା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ରହ୍ମପୁରର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ । ଏପରିକି ପରିବାର ବର୍ଗଙ୍କ ପକ୍ଷରୁ ଦିଆଯାଇଥିବା ଏତଲାକୁ ନେଇ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଅତିରିକ୍ତ SP ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ