ETV Bharat / city

ବ୍ରହ୍ମପୁରର ବସ୍ତି ଅଞ୍ଚଳ ସମସ୍ୟାକୁ ନେଇ ଚାଲିଛି ସର୍ଭେ , ଖୁବ୍‌ ଶୀଘ୍ର ହେବ ସମାଧାନ

ବ୍ରହ୍ମପୁରର ବସ୍ତି ଅଞ୍ଚଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ହେବ ସମୀକ୍ଷା ।  ଏନେଇ ଆଗାମୀ ଏକ ସପ୍ତାହ ଧରି ସହରରେ ଆଠଟି ଟିମ୍  ଅନୁଧ୍ୟାନ କରିବ । ସର୍ଭେ ରିପୋର୍ଟ ମିଳିବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

author img

By

Published : Jun 9, 2019, 11:59 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ସହରର ବସ୍ତି ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ନୂଆ ଅଭିଯାନ । ବସ୍ତିର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସମସ୍ୟା ଯଥା, ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ ବିଭିନ୍ନ ସମସ୍ୟାର ହେବ ସମୀକ୍ଷା । ଏହା ବ୍ୟତୀତ ବିଦ୍ୟାଳୟ ଏବଂ ଅଙ୍ଗନାୱାଡି କେନ୍ଦ୍ର ଭଳି ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ବସ୍ତି ଅଞ୍ଚଳରେ କିପରି ରହିଛି ସେ ନେଇ ଆଗାମୀ ଏକ ସପ୍ତାହ ଧରି ସହରରେ ଆଠଟି ଟିମ୍ ଅନୁଧ୍ୟାନ କରିବ । ସର୍ଭେ ରିପୋର୍ଟ ମିଳିବା ପରେ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ରେଶମ ସହର ଭାବରେ ପରିଚିତ ବ୍ରହ୍ମପୁରରେ ରହିଥିବା ବସ୍ତି ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାରଙ୍କ ଜାଗା ଯୋଜନା ଅଧୀନରେ ଏହି ସର୍ଭେ ଆରମ୍ଭ ହୋଇଛି । ସରକାରଙ୍କ ନିର୍ଦ୍ଦେଶ ମୁତାବକ ସହରରେ ରହିଥିବା ୪୦ ଟି ୱାର୍ଡର ୧୬୨ ଟି ବସ୍ତିରେ ଆଗାମୀ ଏକ ସପ୍ତାହ ଧରି ଚାଲିବ ଏହି ସର୍ଭେ କାର୍ଯ୍ୟ । ବସ୍ତି ଅଞ୍ଚଳରେ ପାନୀୟ ଜଳ ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ କିଭଳ ସୁବିଧା ରହିଅଛି, ବସ୍ତି ବାସିନ୍ଦା ମାନେ କେଉଁ ରାସ୍ତା ଦେଇ ଯାତାୟତ କରୁଛନ୍ତି, ବିଦ୍ୟାଳୟ ଏବଂ ଅଙ୍ଗନାୱାଡି କେନ୍ଦ୍ର ରହିଛି କି ନାହିଁ ଏଭଳି ୨୩ ରୁ ୨୪ ଟି ବିଷୟକୁ ନେଇ ଅନୁଧ୍ୟାନ କରିବ ଏହି ଟିମ୍ । ଏଥିପାଇଁ ମୋଟ ୮ ଟି ଟିମ୍ କରାଯାଇଥିବା ବେଳେ ପ୍ରତେକ ଦିନ ସେମାନେ 4-5ଟି ବସ୍ତିକୁ ଅନୁଧ୍ୟାନ କରିବା ସହ ଚୁଡାନ୍ତ ରିପୋର୍ଟ ପ୍ରଦାନ କରିବେ ବୋଲି ଜଣା ପଡିଛି । ସେପଟେ ରିପୋର୍ଟ ପ୍ରକାଶ ପାଇବା ପରେ ଆଗାମି ଜୁଲାଇ ମାସରେ ଏହାକୁ ନେଇ ଟେଣ୍ଡର କରାଯିବ ବୋଲି କହିଛନ୍ତି ବ୍ରହ୍ମପୁର ମହାନଗର ନିଗମ କମିଶନର।

ସେପଟେ ସରକାରଙ୍କ ଜାଗା ଯୋଜନା ଅନେକ ମାତ୍ରାରେ ଭଲ ରହିଥିବା ବେଳେ ବସ୍ତି ଅଞ୍ଚଳରେ କିଭଳି କାର୍ଯ୍ୟ ହେବ ସେ ନେଇ ଗୁରୁତ୍ୱ ଦେବାର ଆବଶ୍ୟକ ବେଲି କହିଛନ୍ତି ନିଗମର ପୂର୍ବତନ କର୍ପୋରେଟର । ପୂର୍ବରୁ ସରକାରଙ୍କ ରାଜିବ ଆବାସ ଯୋଜନାରେ ହୋଇଥିବା ସର୍ଭେ ପରେ ଅଦ୍ୟାବଧି ବହୁ ଗରୀବ ପରିବାରର ବ୍ୟକ୍ତିବିଶେଷ ଗୃହ ପାଇପାରିନଥିଲେ । ତେବେ ସରକାରଙ୍କ ଏଭଳି ପଦକ୍ଷେପକୁ ବସ୍ତି ଅଞ୍ଚଳ ବାସିନ୍ଦା ସ୍ୱାଗତ କରିଛନ୍ତି । ସହରର ପିଚିପିଚା ନଗର ବାସିନ୍ଦା ଦୀର୍ଘ ବର୍ଷ ଧରି ବହୁ ସମସ୍ୟା ମଧ୍ୟରେ ରହି ଆସୁଥିବା ବେଳେ ବର୍ଷା ଦିନରେ ରାସ୍ତାରେ ଯାତାୟତ କରିବା ଏକ ପ୍ରକାର କଷ୍ଟକର ହୋଇପଡୁଥିବା କହିଛନ୍ତି । ୧୬୦ଟି ପରିବାର ରହୁଥିବା ଏହି ବସ୍ତିରେ ନିୟମିତ ଭାବରେ ପର୍ଯ୍ୟାୟ ପରିମାଣରେ ପାନୀୟ ଜଳ ଯୋଗାଣ ହୋଇପାରୁନଥିବା ବେଳେ ଡ୍ରେନ ସମସ୍ୟା ସୁଧାରିପାରି ନାହିଁ । ଫଳରେ ପରିମଳ ବ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଜଣା ପଡିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

dfs

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.