ବ୍ରହ୍ମପୁର: ତପସ୍ବିନୀ ଓ ସୁମିତ ମାମଲା (Sumit and Tapaswini couple marital discord case) । ଜିଲ୍ଲା କୋର୍ଟରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାୟ ସଂରକ୍ଷିତ । ବ୍ରହ୍ମପୁର ସହରର ବ୍ରହ୍ମାନଗର ତପସ୍ବିନୀ ଓ ସୁମିତ ବିବାହ ମାମଲାରେ ଆଜି ଗଞ୍ଜାମ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି ।
ଏହି ମାମଲା ଶୁଣାଣୀ ପାଇଁ ତାରିଖ ଧାର୍ଯ୍ୟ ହୋଇଥିବା ବେଳେ ଏହି ମାମଲାରେ ଉଭୟ ଦୁଇ ପକ୍ଷର ମତ ରଖିବା ପରେ ଗଞ୍ଜାମ ଜିଲ୍ଲା ଦୈରାଜର୍ଜ କୋର୍ଟରେ ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି ।
ପୂର୍ବରୁ ବ୍ରହ୍ମପୁର ଏମ୍.ଡି.ଜେ.ଏମ୍ କୋର୍ଟର ମିଳିଥିବା ରାୟକୁ ଚ୍ୟାଲେଞ୍ଜ କରି ଡାକ୍ତର ସୁମିତଙ୍କ ପକ୍ଷରୁ ଜିଲ୍ଲା ଦୌରାଜର୍ଜ କୋର୍ଟରେ ଆବେଦନ କରିଥିଲେ । ସେପଟେ ତପସ୍ବିନୀଙ୍କ ପକ୍ଷରୁ ମଧ୍ୟ ଏକ ପିଟିସନ ଦାଖଲ ଦେଇଥିବା ବେଳେ ଦୁଇଟି ଯାକ ପିଟିସନକୁ ନେଇ ଉଭୟ ପକ୍ଷର ମତ ରଖିଥିଲେ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ