ETV Bharat / city

ଚେକ ଗେଟରେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ, କଟକଣା ଦେଖି ଫେରିଗଲେ କର୍ମଚାରୀ

ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ତନଖି ଫାଟକ କୁହାଯାଉଥିବା ଗହୀରାପଲ୍ଲୀ ଚେକ୍ ଗେଟ୍ ନିକଟରେ ଅଚାନକ ପହଞ୍ଚିଯାଇଥିଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

author img

By

Published : Apr 17, 2020, 12:38 AM IST

ଚେକଗେଟରେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ
ଚେକଗେଟରେ ଅଚାନକ ପହଞ୍ଚିଲେ ଜିଲ୍ଲାପାଳ

ବ୍ରହ୍ମପୁର: କୋରୋନା ମୁକାବିଲା କରିବା କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାପ୍ରଶାସନର ପଦକ୍ଷେପ ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ସମୟରେ ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାର ତନଖି ଫାଟକ କୁହାଯାଉଥିବା ଗହୀରାପଲ୍ଲୀ ଚେକ୍ ଗେଟ୍ ନିକଟରେ ଅଚାନକ ପହଞ୍ଚିଯାଇଥିଲେ ଜିଲ୍ଲାପାଳ । କିଭଳି ଏବଂ କିପରି ସେଠାରେ ତନଖି ବ୍ୟବସ୍ଥା ଜାରି ରହିଛି ତାହାକୁ ଅନୁଧ୍ୟାନ କରିବା ସହ ରହିଥିବା ପ୍ରଶାସନର କଟକଣା ଉପରେ ଅନୁଧ୍ୟାନ କରିଥିଲେ ।

ମୁଖ୍ୟତଃ ପଡୋଶୀ ଖୋର୍ଦ୍ଧା ଜିଲ୍ଲାରେ କୋରୋନା ରାଜ କରୁଥିବାରୁ ଏହାର ଗଞ୍ଜାମକୁ ଅନୁପ୍ରବେଶ ରୋକିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅଚାନକ ଗହୀରାପଲ୍ଲୀ ଚେକ୍ ଗେଟ୍ ପରିଦର୍ଶନ କରିଛନ୍ତି । ରାସ୍ତା ଉପରେ ଜିଲ୍ଲାପାଳଙ୍କୁ ଦେଖି ମଟର ସାଇକେଲରେ ଆସୁଥିବା କେତେକ କର୍ମଚାରୀ ଭୟରେ ଦିଗ ବଦଳାଇ ପୁଣି ଫେରିଯାଇଥିଲେ । ପ୍ରଶାସନର ସମସ୍ତ କଟକଣା ସତ୍ତ୍ବେ ଭୁବନେଶ୍ବରରୁ ଗଞ୍ଜାମ ଯାତାୟତ ନିୟନ୍ତ୍ରିତ ହୋଇପାରିଲା ନାହିଁ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ୧୬ ନଂ ଜାତୀୟ ରାଜପଥ ଲଙ୍ଗଳେଶ୍ବର ନିକଟସ୍ଥ ଗହୀରାପଲ୍ଲୀ ଚେକ୍ ଗେଟ୍ ଠାରେ ପୋଲିସ ତନଖି ଫାଟକ ଖୋଲାଯାଇଛି ।

ଭୁବନେଶ୍ବରରୁ ଗଞ୍ଜାମ ଆସୁଥିବା ଯାନବାହନ ଗୁଡିକର ନମ୍ବର, ଯାତ୍ରୀଙ୍କ ସଂଖ୍ୟା, ଯାତ୍ରାର ଉଦ୍ଦେଶ୍ୟ ଏବଂ ମୋବାଇଲ୍ ନମ୍ବର ପଞ୍ଜୀକରଣ କରାଯାଉଛି । ସେହିପରି ଗଞ୍ଜାମରୁ ଭୁବନେଶ୍ବର ଯାଉଥିବା ଯାନ ଗୁଡିକର ମଧ୍ୟ ଅନୁରୂପ ପଞ୍ଜିକୃତ ହେଉଛି । ବିଶେଷକରି ଭୁବନେଶ୍ବରରୁ ଆସୁଥିବା ଯାତ୍ରୀମାନଙ୍କ ଦ୍ବାରା କୋରୋନା ଗଞ୍ଜାମରେ ପ୍ରବେଶ କରିବା ସମ୍ଭାବନା ଥିବାରୁ ଏହାକୁ ଅଧିକ ସମ୍ବେଦନଶୀଳ ତନଖି ଫାଟକ ଭାବରେ ବିବେଚନା କରାଯାଉଛି । ଗତିବିଧି ନିରୀକ୍ଷଣପାଇଁ ଜିଲ୍ଲାପାଳଙ୍କ ସହିତ ଛତ୍ରପୁର ଉପଜିଲ୍ଲାପାଳ ପ୍ରୀୟ ରଞ୍ଜନ ପୃଷ୍ଟି, ଖଲ୍ଲିକୋଟ ବ୍ଲକ୍ ଉନ୍ନୟନ ଅଧିକାରୀ ନବକୃଷ୍ଣ ଜେନା ଏବଂ ତହସିଲଦାର ଚକ୍ରଧର ପାଢୀ ମଧ୍ୟ ଏଥିରେ ସାମିଲ ହୋଇଥିଲେ ।

ଗଞ୍ଜାମରେ ଅତି ଜରୁରୀ କାର୍ଯ୍ୟ ନଥିଲେ, ଯେ କୌଣସି ବ୍ୟକ୍ତି ବିଶେଷଙ୍କୁ ଏଠାରୁ ପ୍ରତ୍ୟାବର୍ତ୍ତନ କରାଇ ଦେବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲାକୁ ଜାତୀୟ ରାଜପଥରୁ ଅନ୍ୟ ଏକ ଗଳା ବାଟ ରହିଥିବା କହ୍ନେଇପୁର ଛକରେ ମଧ୍ୟ ବାଉଁଶବାଡ କରାଯାଇଛି । ଏଠାରେ ପୋଲିସ ପହରା ଜୋରଦାର ହୋଇଛି । ବିନା କାରଣରେ କୌଣସି ବ୍ୟକ୍ତିଙ୍କୁ ଏଠାରୁ ଜିଲ୍ଲା ମଧ୍ୟକୁ ଛଡାଯିବ ନାହିଁ । ଉଭୟ ସ୍ଥାନରେ ପୋଲିସକୁ ସହାୟତା କରିବା ପାଇଁ ଅନ୍ୟ ବିଭାଗୀୟ କର୍ମଚାରୀ ମାନେ ୨୪ ଘଣ୍ଟା ଡେରା ପକାଇବେ । ଖଲ୍ଲିକୋଟ ଅତିରିକ୍ତ ତହସିଲଦାର ଜ୍ୟୋତି ଦାଶଙ୍କୁ ଉଭୟ ସ୍ଥାନର ମାଜିଷ୍ଟ୍ରେଟ୍ ଦାୟୀତ୍ବ ଦିଆଯାଇଛି । ସରକାରୀ ଅଧିକାରୀମାନଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ଜିଲ୍ଲାପାଳ ମାଜିଷ୍ଟ୍ରେଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.