ETV Bharat / city

ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ସୁବାସ ମହାରଣା - ରାଜ୍ୟ କାଜୁ ଉନ୍ନୟନ ନିଗମର ନୂତନ ଅଧ୍ୟକ୍ଷ

ରାଜ୍ୟ କାଜୁ ଉନ୍ନୟନ ନିଗମର ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ବ ନେଲେ ବ୍ରହ୍ମପୁର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବ୍ରହ୍ମପୁର ମ୍ୟୁନିସପାଲଟିର ପୂର୍ବତନ କାଉନସିଲର ସୁବାସ ମହାରଣା। ଅଧିକ ପଢ଼ନ୍ତୁ

Subash maharana appoint as chairperson of odisha cashew development corporation
ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ସୁବାସ ମହାରଣା
author img

By

Published : Oct 11, 2022, 8:55 AM IST

ବ୍ରହ୍ମପୁର: ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ଭାବେ ବ୍ରହ୍ମପୁର ଉନ୍ନୟନ ପରିଷଦର ପୂର୍ବତନ ଅଧ୍ୟକ୍ଷ ତଥା ବ୍ରହ୍ମପୁର ମ୍ୟୁନିସପାଲଟିର ପୂର୍ବତନ କାଉନସିଲର ଏବଂ ବ୍ରହ୍ମପୁର କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ପୂର୍ବତନ ସଭାପତି ସୁବାସ ମହାରଣାଙ୍କୁ ଚୟନ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମାଧ୍ୟମରେ ଏହା ଘୋଷଣା ହୋଇଛି ।

ରାଜ୍ୟ କାଜୁ ଉନ୍ନୟନ ନିଗମର ଅଧ୍ୟକ୍ଷ ହେଲେ ସୁବାସ ମହାରଣା

ଏହି ଦାୟିତ୍ବ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ କର୍ତ୍ତବ୍ୟକୁ ସୁଚାରୁ ରୂପେ ତୁଲାଇବେ ବୋଲି ସୁବାସ ମହାରଣା କହିଛନ୍ତି । ବିଗତ ବର୍ଷ ମାନଙ୍କରେ ଉଜୁଡିଯାଇଥିବା କାଜୁ ଜଙ୍ଗଲକୁ ପୁଣି ସୃଷ୍ଟି କରିବା ସହିତ ଅଧିକ ମାତ୍ରାରେ ବୃକ୍ଷରୋପଣ ହେଲେ ଆଗାମୀ ଦିନରେ ଆହୁରି କାଜୁ ଆଦାୟ ବୃଦ୍ଧି ପାଇବ ବୋଲି ସୁବାସ ମହାରଣା କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, "ନିଗମର ଉନ୍ନତି ସହିତ ଲାଭ ନିଶ୍ଚିତ ହେବ ଏବଂ ଦେଶରେ ଏକ ନମ୍ୱର ଭବରେ କାଜୁ ନିଗମ ପରିଣତ ହେବ। ଦୁର୍ନୀତି ମୁକ୍ତ କାର୍ଯ୍ୟ ପରିଚାଳନା କରିବାକୁ ଉଦ୍ୟମ ଜାରି ରଖିବି ।"

ଏହା ମଧ୍ୟ ପଢ଼ନ୍ତୁ: ସ୍ବଚ୍ଛତାକୁ ଗୁରୁତ୍ବ, ଆକ୍ସନ ମୋଡରେ ବିଏମସି କମିଶନର

ଗଞ୍ଜାମ ଜିଲ୍ଲାରେ କାଜୁ ବହୁ ମାତ୍ରାରେ ଆଦାୟ ହେଉଥିବାରୁ ଏଥିପାଇଁ ନିଗମ ପକ୍ଷରୁ କଣ କରାଯାଇପାରିବ ସେ ନେଇ ସମସ୍ତ ବିଧାୟକ, ସାଂସଦଙ୍କ ସହିତ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.