ETV Bharat / city

ସ୍କୁଲ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ - ଛାତ୍ରୀ ଆତ୍ମହତ୍ୟା ଘଟଣା

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Oct 26, 2019, 3:28 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟ ଛାତରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ଯମ । ଶୁକ୍ରବାର ରାତି ପ୍ରାୟ 2 ଟା ସମୟରେ ହଷ୍ଟେଲର ଜଣେ ନବମ ଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ଆହତ ଛାତ୍ରୀଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଛାତ୍ରୀ ଜଣଙ୍କ ଗତ ମାସେ ହେଲା ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପରିବାର ସହ ଫୋନ ଯୋଗେ କଥାବାର୍ତ୍ତା ହେବା ପାଇଁ ଦେଉନଥିବା ପ୍ରକାଶ କରିଛନ୍ତି ।

ଘର ଲୋକଙ୍କ ସହ ମାସେ ହେବ କଥାବାର୍ତ୍ତା ହେବାକୁ ଦେଉନଥିବାରୁ ଛାତ୍ରୀଜଣଙ୍କ ମାନସିକ ଭାରସାମ୍ୟ ହରାଇ ଏପରି ଛାତରୁ ଡେଇଁ ପଡିଥିଲେ । ଫଳରେ ଛାତ୍ରୀଙ୍କ ଗୋଡରେ ଅଧିକ ଆଘାତ ହୋଇଥିବାରୁ ରାତିରେ ଏଭଳି ଅବସ୍ଥାରେ ଘୋଷାଡି ହୋଇ ଆସି ରାସ୍ତା ପାର୍ଶ୍ବରେ ରହୁଥିବା ଜଣଙ୍କ ଘର କବାଟ ବାଡେଇଥିଲେ । ଏହାପରେ ସମ୍ପୃକ୍ତ ପରିବାରର ସଦସ୍ୟ ଉଠି ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଏହି ଘଟଣା ଜଣା ପଡିବା ପରେ ପଦ୍ମନାଭପୁର ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ଦିଗପହଣ୍ଡି ଓ ଚିକିଟି ମୁଖ୍ୟରାସ୍ତାକୁ ଅବରୋଧ କରିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ ଓ ବିଡିଓ ହର ଶବର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ବାଭାବିକ ହୋଇଥିଲା । ସେପଟେ ଆହାତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଅଣାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମରେ ଅବସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟ ଛାତରୁ ଗତକାଲି ମଧ୍ୟରାତ୍ର ପ୍ରାୟ ୨ ଟା ସମୟରେ ହଷ୍ଟେଲର ଜଣେ ନବମଶ୍ରେଣୀ ଛାତ୍ରୀ ଛାତ ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏପରିକି ଆହାତ ଚାତ୍ରୀ ହ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିବା ପରେ ଛାତ୍ରୀ ଜଣଙ୍କ ଗତ ମାସ ହେଲା ବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ପରିବାର ସହ ଫୋନ ଯୋଗେ କଥାବାର୍ତ୍ତା ହେବା ପାଇଁ ଦେଉନଥିବା ଅତ୍ୟନ୍ତ ଦୁଃଖର ସହ ପ୍ରକାଶ କରିବା ସହ ଏ ନେଇ ସେ ମାନସିକ ଭାରସାମ୍ୟ ହରାଇ ଏପରି ଛାତ ରୁ ଡେଇଁ ପଡ଼ିଥିବାରୁ ତାଙ୍କ ଗୋଡରେ ଅଧିକ ଆଘାତ ହୋଇଥିବାରୁ ରାତିରେ ଏଭଳି ଅବସ୍ଥାରେ ଘୋଷାଡି ହୋଇ ଆସି ରାସ୍ତା ପାର୍ଶ୍ୱରେ ରହୁଥିବା ଜଣଙ୍କ ଘର କବାଟ ବାଡ଼େଇଥିଲେ । ଏହା ପରେ ଉକ୍ତ ପରିବାରର ସଦସ୍ୟମାନେ ଉଠି ଛାତ୍ରୀଙ୍କୁ ଗୁରୁତ୍ତର ଅବସ୍ଥାରେ ଉଦ୍ଧାର କରିଥବା ଜଣାପଡିଛି । ଏହି ଘଟଣା ଜଣାପଡିବା ପରେ ପଦ୍ମନାଭପୁର ଗ୍ରାମବାସୀ ଉତ୍ତ୍ୟକ୍ତ ହୋଇ ଟାୟାର ଜାଳି ଦିଗପହଣ୍ଡି ଓ ଚିକିଟି ମୁଖ୍ୟ ରାସ୍ତାକୁ ଅବରୋଧ କରିବା ପରେ ଘଟଣାସ୍ଥଳ ରେ ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ୱାଇଁ ଓ ବିଡ଼ିଓ ହର ଶବର ଘଟଣାସ୍ଥଳ ରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା ।ସେପଟେ ଆହାତ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ବ୍ରହ୍ମପୁର ଅଣାଯାଇଛି ।
Body:ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ ..Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.