ETV Bharat / city

ମିଳିଲାନି ମାଟ୍ରିକ୍‌ ପରୀକ୍ଷା ଆର୍ଡମିଟ୍‌ କାର୍ଡ, ଚିନ୍ତାରେ ପରୀକ୍ଷାର୍ଥୀ - admit card issue

ମାଟ୍ରିକ ପରୀକ୍ଷାକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଥିବାବେଳେ ଗଞ୍ଜାମର ହୁମା ବୀରଭଦ୍ର ହାଇସ୍କୁଲରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଏବଂ ପରିବାର ବର୍ଗ । ଅଧିକ ପଢନ୍ତୁ...

student lili reddy not received admit card
ମିଳିଲାନି ମାଟ୍ରିକ୍‌ ପରୀକ୍ଷା ଆର୍ଡମିଟ୍‌ କାର୍ଡ, ଚିନ୍ତାରେ ପରୀକ୍ଷାର୍ଥୀ
author img

By

Published : Feb 16, 2020, 1:50 AM IST

ବ୍ରହ୍ମପୁର: ଚଳିତବର୍ଷ ମାଟ୍ରିକ ପରୀକ୍ଷାକୁ ନେଇ ସବୁଠି ଚାଲିଛି ଜୋରଦାର ପ୍ରସ୍ତୁତି । ପରୀକ୍ଷା ପାଇଁ ମାତ୍ର ପାଞ୍ଚ ଦିନ ରହିଥିବା ବେଳେ ଗଞ୍ଜାମ ଜିଲ୍ଲାର ହୁମା ବୀରଭଦ୍ର ହାଇସ୍କୁଲରେ ଅଧ୍ୟୟନରତ ଜଣେ ଛାତ୍ରୀଙ୍କୁ ପରୀକ୍ଷାର୍ଥୀଙ୍କୁ ଆଡମିଟ୍ କାର୍ଡ ମିଳିନାହିଁ । ଯାହାକୁ ନେଇ ଚିନ୍ତାରେ ପରୀକ୍ଷାର୍ଥୀ ଏବଂ ପରିବାର ବର୍ଗ ।

ମିଳିଲାନି ମାଟ୍ରିକ୍‌ ପରୀକ୍ଷା ଆର୍ଡମିଟ୍‌ କାର୍ଡ, ଚିନ୍ତାରେ ପରୀକ୍ଷାର୍ଥୀ

ଗଞ୍ଜାମ ବ୍ଲକ ଅନ୍ତର୍ଗତ ଝଡକୁଦା ଗ୍ରାମର ଡି. ଭାସ୍କର ରେଡ୍ଡୀଙ୍କ ଝିଅ ଡି.ଲିଲି ରେଡ୍ଡି ଚଳିତବର୍ଷ ମାଟ୍ରିକ ପରୀକ୍ଷା ପାଇଁ ନିର୍ଦ୍ଧାରିତ ସମୟରେ ଫର୍ମ ପୂରଣ କରିଥିଲେ । ହେଲେ ବିଦ୍ୟାଳୟର ଅନ୍ୟ ସାଙ୍ଗଙ୍କ ଆର୍ଡମିଟ କାର୍ଡ ଆସିଥିବାବେଳେ ଲିଲିଙ୍କ କାର୍ଡ ଆସିପାରିନାହିଁ । ଏହାପରେ ତାଙ୍କ ପରିବାର ବର୍ଗ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ସୁନୀଲ ବେହେରାଙ୍କୁ ପଚାରିବାରୁ ସେମାନଙ୍କୁ କୌଣସି ସନ୍ତୋଷଜନକ ଉତ୍ତର ମିଳିପାରିନଥିଲା । ଶେଷରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଏନେଇ ଅବଗତ କରାଇଛନ୍ତି । ଅପରପକ୍ଷେ ସମ୍ପୃକ୍ତ ବିଦ୍ୟାର୍ଥୀ ଜଣକ କିପରି ଆର୍ଡମିଟ୍ କାର୍ଡ ପାଇବେ ସେ ନେଇ ବୋର୍ଡର ସଭାପତିଙ୍କ ସହ ଆଲୋଚନା କରାଯାଇଥିବା କହିଛନ୍ତି ଜିଲ୍ଲାପାଳ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.