ETV Bharat / city

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କୁ ଆକ୍ରମଣ - ଗଞ୍ଜାମ ରାଗିଂ ନ୍ୟୁଜ

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଆକ୍ରମଣ ଅଭିଯୋଗ । ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ କରୁଛନ୍ତି କଲେଜ କର୍ତ୍ତୃପକ୍ଷ । ଅଧିକ ପଢନ୍ତୁ

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କୁ ଆକ୍ରମଣ !

author img

By

Published : Aug 3, 2022, 7:07 AM IST

ବ୍ରହ୍ମପୁର: ରାଜ୍ୟରେ କମୁନି ରାଗିଂ ଘଟଣା । ବ୍ରହ୍ମପୁର ସ୍ଥିତ ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ(Parala Maharaja Engineering College)ରୁ ଏବେ ରାଗିଂ ଅଭିଯୋଗ ଆସିଛି । ଏଠାରେ ଜୁନିୟର ଛାତ୍ରଙ୍କ ଉପରେ ଆକ୍ରମଣ କରିଛନ୍ତି ସିନିୟର ଛାତ୍ର । କଲେଜ ପରିସରରେ ତୃତୀୟ ବର୍ଷ ଛାତ୍ରମାନେ ସେଠାକାର ଦ୍ବିତୀୟ ବର୍ଷ ଛାତ୍ରଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ହେବା ପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି କଲେଜ କର୍ତ୍ତୃପକ୍ଷ ।

ପାରଳା ମହାରାଜା ଇଞ୍ଜିନିୟରିଂ କଲେଜରେ ଛାତ୍ରଙ୍କୁ ଆକ୍ରମଣ !

କୋଭିଡ୍ ପରେ ବର୍ତ୍ତମାନ ବିଭିନ୍ନ ବିଭାଗର ପ୍ରଥମ ଠାରୁ ଆରମ୍ଭ କରି ଚତୁର୍ଥ ବର୍ଷର ଛାତ୍ରଛାତ୍ରୀ କ୍ୟାମ୍ପସ୍ ପରିସରରେ ରହିଆସୁଥିବା ବେଳେ ସେଠାରେ ରହିଥିବା ଏକ କ୍ୟାଣ୍ଟିନ୍ ପରିସରରେ ଏଭଳି ଦୁଇ ଗୋଷ୍ଠି ମଧ୍ୟରେ ହାତାହାତି ହୋଇଛି । ଏନେଇ ଦୁଇ ଗୋଷ୍ଠୀର ବିଦ୍ୟାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କୁ ଡାକି ଲିଖିତ ଆକାରରେ ରଖାଯାଇଛି । ଅଭିଯୋଗ ଅନୁଯାୟୀ, ଗତ କିଛି ଦିନ ଧରି ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ତୃତୀୟ ବର୍ଷର ବିଦ୍ୟାର୍ଥୀମାନେ ସେମାନଙ୍କ ଜୁନିୟର ବିଦ୍ୟାର୍ଥୀଙ୍କୁ ବିଭିନ୍ନ ବିଷୟକୁ ନେଇ ରାଗିଂ କରି ଆସୁଥିଲେ । ସେମାନଙ୍କ ବ୍ୟବହାର ଉଚିତ୍ ନଥିବା, ପୋଷାକପତ୍ର ଠିକ ରହୁନଥିବା, ସିନିୟରଙ୍କୁ ଦେଖିବା ମାତ୍ରେ ସେହି ସ୍ଥାନ ଛାଡି ଚାଲିଯିବାକୁ ବାରମ୍ବାର ଧମକ ଦେବା ପରେ ଏହାକୁ କୌଣସି ଜୁନିୟରମାନେ ଖାତିର କରିନଥିଲେ । ଯେଉଁ କାରଣରୁ ଶେଷରେ ସେମାନେ ଏଭଳି ଆକ୍ରମଣ କରିଥିଲେ ବୋଲି କହିଛନ୍ତି ଆହତ ଛାତ୍ରମାନେ ।

ଅନ୍ୟପଟେ ଏଭଳି ଘଟଣା ଯେପରି ପୁର୍ନରାବୃତ୍ତି ନ ହୁଏ ସେନେଇ ମହାବିଦ୍ୟାଳୟର ଶୃଙ୍ଖଳା କମିଟି, ଆଣ୍ଟି ରାଗିଂ କମିଟି ଘଟଣାର ତଦନ୍ତ କରିବେ । ଏହାପରେ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.