ETV Bharat / city

ବିନା କାରଣରେ ମୋଟର ସାଇକେଲ ନେଇ ବୁଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଏସପି - ଗଞ୍ଜାମ ଆରକ୍ଷୀ ଅଧିକ୍ଷକ

ଆଗାମୀ ଏକ ମାସ ବ୍ୟାପି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ କୋଭିଡ୍-୧୯ର ଗାଇଡଲାଇନକୁ କରାଯିବ କଡାକଡି ପାଳନ । ଏପରିକି ସାମାଜିକ ଦୂରତ୍ୱ ମାନୁ ନଥିବା ଏବଂ ମାସ୍କ ପରିଧାନ କରୁ ନଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଏସଡ଼ିପିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ।

strong-action-agianst-motorcyclist-for-no-reason-riding-ganjam-sp
ବିନା କାରଣରେ ମୋଟର ସାଇକେଲ ନେଇ ବୁଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଏସପି
author img

By

Published : Jul 1, 2020, 9:35 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୌଣସି ବ୍ୟକ୍ତି ବିନା କାରଣରେ ମୋଟର ସାଇକେଲ ନେଇ ବୁଲିଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ଏହି ଚେତାବନୀ ଦେଇଛନ୍ତି ଗଞ୍ଜାମ ଏସପି । ଆଗାମୀ ଏକ ମାସ ବ୍ୟାପି ଗଞ୍ଜାମ ଜିଲ୍ଲାର ପ୍ରତ୍ୟେକ ଥାନା ଅଞ୍ଚଳରେ କୋଭିଡ୍-୧୯ର ଗାଇଡଲାଇନକୁ କରାଯିବ କଡାକଡି ପାଳନ । ଏପରିକି ସାମାଜିକ ଦୂରତ୍ୱ ମାନୁ ନଥିବା ଏବଂ ମାସ୍କ ପରିଧାନ କରୁ ନଥିବା ବ୍ୟକ୍ତି ବିଶେଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଜିଲ୍ଲାର ସମସ୍ତ ଥାନା ଅଧିକାରୀ ଓ ଏସଡ଼ିପିଓ ମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ।

ବିନା କାରଣରେ ମୋଟର ସାଇକେଲ ନେଇ ବୁଲିଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ: ଗଞ୍ଜାମ ଏସପି

ଏପରିକି ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାଏ ଏନେଇ ସମସ୍ତ ପୋଲିସ ଅଧିକାରୀଙ୍କୁ ଏଭଳି ସମୟରେ କୌଣସି ସ୍ଥାନରେ ବେଆଇନ୍ ଭାବରେ ବୈଠକ କିମ୍ୱା ଧାରଣା ଆୟୋଜନ କରାଗଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ପରାମର୍ଶ ଦେଇଛନ୍ତି । ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ କୋରୋନା ପଜେଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ଜିଲ୍ଲାରେ କଣ୍ଟେଟମେଣ୍ଟ ଜୋନ୍ ସଂଖ୍ୟା ବୃଦ୍ଧି ପାଇଛି । ।

ଏଣୁ ଏଭଳି ସମୟରେ ଯାହାର ଅତ୍ୟନ୍ତ ଆବଶ୍ୟକ ଭାବରେ କୃଷି କାର୍ଯ୍ୟ କିମ୍ୱା ସ୍ୱାସ୍ଥଗତ ବିଷୟକୁ ଛାଡି ଦେଲେ ମୋଟର ସାଇକେଲ ବ୍ୟବହାରକାରୀଙ୍କ ଠାରୁ ଜୋରିମାନା ଆଦାୟ ସହିତ ଅନ୍ୟମାନଙ୍କ ଘରୁ ନ ବାହାରିବା ପାଇଁ କୁହାଯାଇଛି । ଏପରିକି ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ନାକାବନ୍ଦି କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏପରିକି ଜିଲ୍ଲାବାସୀ ନିଜେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱକୁ ମାନିବା ସହ ହାତ ଧୋଇବାର ଅଭ୍ୟାସ ଜାରି ରଖିବାକୁ କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.