ETV Bharat / city

ବେଆଇନ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମରେ ନିଆଯିବ କଡା ପଦକ୍ଷେପ: ଜିଲ୍ଲାପାଳ

author img

By

Published : Jul 5, 2022, 10:16 PM IST

ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମରେ ନିଆଯିବ କଡା ପଦକ୍ଷେପ । ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି ।

ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମରେ ନିଆଯିବ କଡା ପଦକ୍ଷେପ: ଜିଲ୍ଲାପାଳ

ବ୍ରହ୍ମପୁର: ବେଆଇନ୍ ଲଘୁ ଖଣିଜ ଚାଲାଣ ଉପରେ ଗଞ୍ଜାମ ଜିଲ୍ଲାରେ ନିଆଯିବ କଡା ପଦକ୍ଷେପ । ଜିଲ୍ଲା ରାଜସ୍ବ ସମୀକ୍ଷା ବୈଠକରେ ନିଆଗଲା ନିଷ୍ପତ୍ତି । ଜିଲ୍ଲାରେ ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟ ଚାଲାଣକୁ ପ୍ରତିହତ କରିବା ପାଇଁ କଡା ପଦକ୍ଷେପ ନିଆଯିବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ମଙ୍ଗଳବାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ରାଜସ୍ବ ଆଦାୟ ବୃଦ୍ଧିକୁ ତ୍ବରାନ୍ବୀତ କରିବା ପାଇଁ କହିଥିଲେ । ଯେଉଁ ଗାଡି ବେଆଇନ୍ ବାଲି, ଗୋଡି, ପଥର, ମୋରମ ଚୋରା ଚାଲାଣ କରୁଥିବେ ସେଗୁଡିକୁ ଜବତ କରାଯିବା ସହ ଜରିମାନା ପରିମାଣ ଯଥେଷ୍ଟ ଅଧିକ କରାଯିବ । ଯାହା ଫଳରେ ଅନ୍ୟମାନେ ବେଆଇନ୍ ଚାଲାଣ କରିବାକୁ ସାହସ କରିବେ ନାହିଁ । ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଛତ୍ରପୁର ଉପଖଣ୍ଡରେ ଚୋରା ଚାଲାଣ ବେଳେ ୫୮୪ ଟି ଗାଡି ଜବତ କରାଯାଇ ୧ କୋଟି ୯୩ ଲକ୍ଷ ୮୯ ହଜାର ୮୦୫ଟଙ୍କା ଆଦାୟ କରାଯାଇ ଥିବାବେଳେ, ବ୍ରହ୍ମପୁର ଉପଖଣ୍ଡରେ ୯୨୨ ଟି ଗାଡି ଜବତ କରାଯାଇ ୧ କୋଟି ୪୭ ଲକ୍ଷ ୨୩ ହଜାର ୭୩୬ ଟଙ୍କା ଆଦାୟ କରାଯାଇଛି ।

ସେହିପରି ଭଞ୍ଜନଗର ଉପଖଣ୍ଡରେ ୫୨୦ଟି ଗାଡି ଜବତ କରାଯାଇ ୮୫ ଲକ୍ଷ ୦୮ ହଜାର ୮୯୯ ଟଙ୍କା ଆଦାୟ କରାଯାଇଛି । ଜମିଜମା ଫୈସଲା କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବା ପାଇଁ ଜିଲ୍ଲାପାଳ ସମସ୍ତ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଭିନ୍ନ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟକାରୀ କରିବାକୁ କହିଥିଲେ । ଛତ୍ରପୁର ଅବକାରୀ ଜିଲ୍ଲାରୁ ରାଜସ୍ବ ଶତକଡା ୮୨ ପ୍ରତିଶତ ଲକ୍ଷ୍ୟଧାର୍ଯ୍ୟ କରାଯାଇ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୨୪ ପ୍ରତିଶତ ଆଦାୟ ହୋଇପାରିଛି । ସେହିପରି ବ୍ରହ୍ମପୁର ଅବକାରୀ ଜିଲ୍ଲା ୭୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ଧାର୍ଯ୍ୟ କରି ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୬ କୋଟି ୮୯ ଲକ୍ଷ ୧୭ ହଜାର ୭୫୫ ଟଙ୍କା ଆଦାୟ ହୋଇଛି ।

ଗଞ୍ଜାମ ଆଞ୍ଚଳିକ ପରିବହନ ବିଭାଗରୁ ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ୬୭୪୨୧୯୭୦୮ ଟଙ୍କା ଅର୍ଥାତ୍ ୯୭.୯ପ୍ରତିଶତ ରାଜସ୍ବ ଆଦାୟ କରାଯାଇ ଥିବାବେଳେ ୨୦୨୨-୨୩ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ୧୮୯୯୧୧୭୫୯ଟଙ୍କା ଅର୍ଥାତ୍ ୨୩.୪୭ପ୍ରତିଶତ ଆଦାୟ ହୋଇଥିବା ଆଞ୍ଚଳିକ ପରିବହନ ଅଧିକାରୀ ମାନସ ରଞ୍ଜନ ସାହୁ ପ୍ରକାଶ କରିଥିଲେ । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଭି. କୀର୍ତ୍ତିଭାସନ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ପ୍ରିୟ ରଞ୍ଜନ ପୃଷ୍ଟି, ସମସ୍ତ ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ଛତ୍ରପୁର ଅବକାରୀ ଅଧୀକ୍ଷକ, ବ୍ରହ୍ମପୁର ଅବକାରୀ ଅଧୀକ୍ଷକ, ଜିଲ୍ଲା ନିବନ୍ଧକ ବିଶ୍ବମ୍ଭର ରଥ, ଭୂ ଅର୍ଜନ ଅଧିକାରୀ ତଥା ଡେପୁଟି କଲେକ୍ଟର ରାଜସ୍ବ ରାଜ କିଶୋର ଜେନା, ଜିଲ୍ଲା ମଙ୍ଗଳ ଅଧିକାରୀ ପରିକ୍ଷୀତ ଦାଶ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ଗଞ୍ଜାମ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.